ନୂଆଦିଲ୍ଲୀ: କୁକୁରମାନଙ୍କୁ ସବୁଠାରୁ ବିଶ୍ବସ୍ତ ପଶୁ ବୋଲି କୁହାଯାଇଥାଏ। ଏମାନେ କେବେ କାହାକୁ ଧୋକା ଦିଅନ୍ତି ନାହିଁ। ଏମିତି କି ମାଲିକ ପାଇଁ କୁକୁର ଜୀବନ ଦେବାକୁ ବି ପଛାଇ ନଥାଏ। ଏହାର ଅନେକ ଉଦାହରଣ ପୂର୍ବରୁ ସାମ୍ନାକୁ ଆସିଛି। ନିକଟରେ ଏକ କୁକୁର ମଣିଷର ଜୀବନ ବଞ୍ଚାଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଗଛତଳେ ଛିଡ଼ା ହୋଇଛନ୍ତି। ଆଉ ଫୋନରେ କାହା ସହିତ କଥା ହେବାରେ ବ୍ୟସ୍ତ ଅଛନ୍ତି। ଏତିକି ବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଏକ ପୋଷା କୁକୁରମାଲିକଙ୍କ ଉପରେ ବିପଦ ଅଛି ବୋଲି ସଙ୍କେତ ପାଇବା ପରେ ମାଲିକଙ୍କୁ ଛିଡ଼ା ହୋଇଥିବା ସ୍ଥାନରୁ ଧକ୍କା ଦେଇ ଘୁଞ୍ଚେଇ ଦେଉଛି।
କିଛି ସେକେଣ୍ଡ ମଧ୍ୟରେ ଗଛରୁ ଏକ ଡାଳ ଖସି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଡାଳଟି ଠିକ ସେହି ସ୍ଥାନରେ ପଡ଼ୁଛି ଯେଉଁସ୍ଥାନରେ ଉକ୍ତ ବ୍ୟକ୍ତି ଜଣକ ଛିଡ଼ା ହୋଇଥିଲେ।
ତେବେ ଏହି ଘଟଣାଟି କେବେକାର କେଉଁଠିକାର ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକେ ସେୟାର ବି କରୁଛନ୍ତି।
Follow Us