୪ କୋଟିର କାର୍ ସହ ଫଟୋ ଉଠାଇ ଚର୍ଚ୍ଚାରେ ଡୋଲି ଚା’ବାଲା: ୟୁଜର୍ସ କହିଲେ, ଭାବୁଛି ମୁଁ ବି ଆଜିଠୁ ଚା’ ବିକିବି...

dolly cha

Photograph: (sambad.in)

ନୂଆଦିଲ୍ଲୀ: ନିଜ ରୂପ, ନିଜ ଅଙ୍ଗଭଙ୍ଗୀ ଏବଂ ନିଜ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଏହି ଷ୍ଟାଇଲିସ୍ ଚା ବାଲା । କେବେ ବିଲ ଗେଟସଙ୍କୁ ଚା ପିଆଇ ତ କେବେ ଆନ୍ତର୍ଜାତୀୟ କ୍ରିକେଟ୍ ପଡିଆରେ ହଠାତ୍ ପହଞ୍ଚିଯାଇ ସମସ୍ତଙ୍କୁ ଚମକାଇ ଦିଅନ୍ତି ଡୋଲି ଚା’ବାଲା । ଆଉ ଏବେ ସେ ଯେଉଁ କାରଣ ପାଇଁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛନ୍ତି ତାହା ହେଉଛି ଦାମୀ କାର ପାଇଁ ।

ଡୋଲି ଚା’ବାଲା ଏକ ବିଳାଶପୂର୍ଣ୍ଣ ନାମୀଦାମୀ ଗାଡି ପାଖରେ ଛିଡା ହୋଇଛନ୍ତି । ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ମେକଲାରିନ୍ ନାମକ ଏହି ଦାମୀ କାରର ଦାମ ରହିଛି ୪ କୋଟି ଟଙ୍କା । ଆଉ ଏହି କାର ପାଖରେ ଡୋଲି ଚା’ବାଲା ଛିଡା ହୋଇ ଏକ ଫଟୋ ସହ ନିଜ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ମେକଲାରିନ ମୋର ପସନ୍ଦ... ଆଉ ଆପଣଙ୍କର କେଉଁ କାର୍...?

ଡୋଲି ଚା’ବାଲାଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ସେ ଏହି ଗାଡି କିଣିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା କରୁଥିବା ବେଳେ ଜଣେ ଚା ବାଲା ହୋଇ ୪ କୋଟି ଟଙ୍କାର କାର କିଣିବାକୁ ଲୋକେ ସହଜରେ ହଜମ କରିପାରି ନାହାନ୍ତି । କେହି କେହି ତ ମଜାରେ କମେଣ୍ଟ କରିଛନ୍ତି- ଭାବୁଛି ଆଜିଠାରୁ ମୁଁ ବି ଚା’ ବିକିବା ଆରମ୍ଭ କରିଦେବି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe