Pexels
ଦାନ ଏକ ମହାପୁଣ୍ୟ ବୋଲି ବିବେଚନା କରାଯାଏ । ଦାନ କଲେ ପୁଣ୍ୟ ମିଳେ ବୋଲି ସମସ୍ତେ କହି ଥାନ୍ତି । କିନ୍ତୁ ଅବେଳରେ ବା ସୂର୍ଯ୍ୟାସ୍ତ ପରେ କିଛି ଜିନିଷ ଦାନ କଲେ ଦରିଦ୍ର୍ୟ ଦେଖାଯାଏ ବୋଲି ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଜଣାଇବୁ ସୂର୍ଯ୍ୟାସ୍ତ ପରେ କେଉଁ ସବୁ ଜିନିଷ ଦାନ କଲେ ମଣିଷକୁ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା
Moneycontrol୧. ଟଙ୍କା : ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟସ୍ତ ପରେ କାହାକୁ ଟଙ୍କା ଦେବା ମନା । କାରଣ ସନ୍ଧ୍ୟା ସମୟରେ ଘରକୁ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଯଦି ଏହି ସମୟରେ ଆପଣ କାହାକୁ ଟଙ୍କା ଦେଉଛନ୍ତି ତେବେ ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟ ଘରକୁ ଚାଲି ଯାଆନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଯଦି ଆପଣଙ୍କୁ ସନ୍ଧ୍ୟା ସମୟରେ କେହି ଟଙ୍କା ମାଗୁଛନ୍ତି ତାଙ୍କୁ ସକାଳେ ଦେବା ପାଇଁ ଚେଷ୍ଟା କରନ୍ତୁ ।
Golden Spoon Awards୨.ପିଆଜ ଓ ରସୁଣ : ସୂର୍ଯ୍ୟସ୍ତ ସମୟରେ ବା ପରେ ଯଦି ଆପଣଙ୍କୁ କେହି ପିଆଜ ବା ରସୁଣ ମାଗୁଛନ୍ତି ତେବେ ଦିଅନ୍ତୁ ନାହିଁ । କାରଣ ପିଆଜ ଓ ରସୁଣ କେତୁ ଗ୍ରହ ସହ ଜଡ଼ିତ । କେତୁ ଗ୍ରହକୁ ନକାରତ୍ମକ ଶକ୍ତିର ସ୍ୱାମୀ ବୋଲି କୁହାଯାଏ । ତେଣୁ ସୂର୍ଯ୍ୟସ୍ତ ପରେ ପିଆଜ ବା ରସୁଣ ନା କାହାକୁ ଦିଅନ୍ତୁ ନା କାହାଠୁ ନିଅନ୍ତୁ ।
Indian Makeup and Beauty Blog୩. ଦହି : ପାରମ୍ପରିକ କଥନିକା ଅନୁଯାୟୀ ଦହି ଶୁକ୍ର ଗ୍ରହ ସହ ଜଡ଼ିତ । ଶୁକ୍ର ଗ୍ରହକୁ ମଣିଷର ଭୌତିକ ସୁଖ ଏବଂ ସମୃଦ୍ଧିର କାରକ ବୋଲି କୁହାଯାଏ । ସୂର୍ଯ୍ୟାସ୍ତ ପରେ ଯଦି ଆପଣ ଦହି ଦାନ କରୁଛନ୍ତି ତେବେ ଆପଣଙ୍କ ସୁଖ ସମୃଦ୍ଧି ଆପଣଙ୍କଠାରୁ ଦୂରେଇ ଯାଇ ପାରେ ।
Mother Jones୪.କ୍ଷୀର :ସୂର୍ଯ୍ୟସ୍ତ ପରେ କ୍ଷୀର କାହାକୁ ଦିଅନ୍ତୁ ନାହିଁ । କାରଣ କ୍ଷୀର ଉଭୟ ସୂର୍ଯ୍ୟ ଓ ଚନ୍ଦ୍ର ସହ ଜଡ଼ିତ । କୁହାଯାଏ ସନ୍ଧ୍ୟାବେଳେ କ୍ଷୀର ଦାନ କଲେ ଲକ୍ଷ୍ମୀ ଏବଂ ବିଷ୍ଣୁ ଦୁଇ ଜଣ ରାଗି ଯାଆନ୍ତି । ତେଣୁ ଧନ ହାନି ହେବା ସହ ଅନେକ ସମସ୍ୟା ମଧ୍ୟ ଦେଖା ଯାଇଥାଏ ।
Follow Us