କେବେ ଦିବ୍ୟାଙ୍ଗଙ୍କୁ ଅପମାନିତ କରନ୍ତୁ ନାହିଁ, ଜାଣନ୍ତୁ କାରଣ

କେବେ ଦିବ୍ୟାଙ୍ଗଙ୍କୁ ଅପମାନିତ କରନ୍ତୁ ନାହିଁ, ଜାଣନ୍ତୁ କାରଣ

photo-youtube

ଇଶ୍ୱର ସମସ୍ତ ପ୍ରାଣୀଙ୍କର କର୍ମ କିମ୍ବା କର୍ମର ଫଳକୁ ରଚନା କରି ନାହାନ୍ତି।କାରଣ ଏସବୁ ମଣିଷର ସ୍ୱଭାବରେ ହିଁ ରହିଥାଏ।ଏଥିହିତ ଇଶ୍ୱର କୌଣସି ଆତ୍ମାକୁ ଛୋଟ ରୂପରେ ମଧ୍ୟ ବନାଇ ନାହାନ୍ତି। ଯେଉଁ ବି ଆତ୍ମା ଇଶ୍ୱରଙ୍କ ଠାରୁ ଆଶୀର୍ବାଦ ନେଇ ପୃଥିବୀପୃଷ୍ଠକୁ ଆସିଥାଏ,ସେ ଜନ୍ମ ନେବା ପରେ ସ୍ୱୟଂର ବାସ୍ତବିକ୍‌ ରୂପ ଜାଣିପାରେ। ଆଉ ସେହି ସମୟରେ ଯେଉଁ ବି କାମ ଶରୀର କରିଥାଏ,ସେଥିରେ ଆତ୍ମାର କୌଣସି ଭୁଲ୍‌ ରହିନଥାଏ।ଏହାର କାରଣ ହେଉଛି ଏହା ଯେ,ଆତ୍ମା କେବେ ଛୋଟ କିମ୍ବା ବଡ଼ ହୋଇନଥାଏ। କିଛି ଲୋକ ନିଜର ଦୁଷ୍ଟ ସ୍ୱଭାବ ଯୋଗୁଁ ଅନ୍ୟର ଅପମାନ କରି ଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ, ଯାହାଙ୍କର ଅପମାନ ବା ମଜା କରିବା ଆଦୌ ହେଲେ ବି ଠିକ୍‌ ନୁହେଁ।.....

ଯଦି କୌଣସି ବ୍ୟକ୍ତି ଜନ୍ମରୁ ଦିବ୍ୟାଙ୍ଗ କିମ୍ବା ତାଙ୍କ ଶରୀରର କୌଣସି ଅଙ୍ଗ ସଂପୂର୍ଣ୍ଣ ବିକାଶିତ ହୋଇ ନଥାଏ,ତେବେ ସେମାନଙ୍କର କେବେ ବି ମଜା କରିବା ଉଚିତ୍‌ ନୁହେଁ, କାହିଁକିନା ଏଥିରେ ସେହି ବ୍ୟକ୍ତିିଜଣଙ୍କର କିଛି ବି ଦୋଷ ରହି ନ ଥାଏ, ତେବେ ଏହାକୁ ନେଇ କିଛି ମୁନି ଋଷିମାନେ କହିଛନ୍ତି ଯେ,ଯଦି କୌଣସି ବ୍ୟକ୍ତିର ଯେଉଁ ଅଙ୍ଗ ନଥାଏ ସେମାନେ ବାସ୍ତବିକ ବ୍ରହ୍ମାଣ୍ଡରେ ନ ରହି ମଧ୍ୟ ସିଧା ସିଧା ଇଶ୍ୱରଙ୍କ ସହ ଯୋଡ଼ି ହୋଇଥା’ନ୍ତି। ଏଥିସହିତ ସେହି ଅଙ୍ଗର ବଳକା ଅଂଶ ସିଧା ସିଧା ଇଶ୍ୱରଙ୍କ ସହ ଯୋଡ଼ି ହୋଇଥାଏ।ଆଉ ଯେଉଁ ବ୍ୟକ୍ତି ତାଙ୍କର ଅପମାନ କରନ୍ତି,ସେମାନେ ସିଧାସଳଖ ଭଗବାନଙ୍କୁ ହିଁ ଅପମାନିତ କରନ୍ତି।ସେଥିପାଇଁ କୌଣସି ଅଙ୍ଗହୀନ ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଥଟ୍ଟା ମଜା କି ଅପମାନିତ କରନ୍ତୁ ନାହିଁ। ତେବେ ଯେଉଁ ବ୍ୟକ୍ତି ଏହି ଅଙ୍ଗହୀନ ବ୍ୟକ୍ତିଙ୍କର ସାହାଯ୍ୟ କରିଥା’ନ୍ତି,ତାଙ୍କୁ ଇଶ୍ୱରଙ୍କ କୃପା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ।

publive-image photo-.abc.net.au

ଯେଉଁ ବ୍ୟକ୍ତିର ଶରୀରରେ ଅଧିକ ଅଙ୍ଗ ରହିଥାଏ,ସେମାନଙ୍କୁ କୌଣସି ପ୍ରକାରରେ ଭୁଲ୍‌ରେ ହେଉ ପଛକେ ଅପମାନିତ କରନ୍ତୁ ନାହିଁ।କାରଣ କୁହାଯାଏ କି ଅଧିକ ଅଙ୍ଗଥିବା ବ୍ୟକ୍ତିଙ୍କ ଉର୍ଜା ବା ଶକ୍ତିକୁ ଭରିବା ପାଇଁ ଇଶ୍ୱର ତାଙ୍କ ଆତ୍ମାର ଏକ ଅଙ୍ଗକୁ ପ୍ରଦାନ କରିଥା’ନ୍ତି, ଯାହାକି ଏକ ବରଦାନ ସଦୃଶ ହୋଇଥାଏ।ତେଣୁ ଏପରି ଆତ୍ମାର ଅପମାନ କରୁଥିବା ବ୍ୟକ୍ତି ପାପୀ ହୋଇଥାଏ। ତେଣୁ ତାଙ୍କର ସେବା କରିବାକୁ ଇଶ୍ୱରଙ୍କର ସେବା କରିବା ସମାନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe