ଏସବୁ କରନ୍ତୁ ନାହଁି...

ଆମେ ଭିନ୍ନ ଋତୁ ଅନୁସାରେ ଭିନ୍ନ ଭିନ୍ନ ଉତ୍ପାଦ ବ୍ୟବହାର କରୁ। ବିଭିନ୍ନପ୍ରକାର କସ୍‌ମେଟିକ୍‌ ଫେସିଆଲ୍‌ କରୁ। ବେଳେବେଳେ ଏସବୁ ଜିନିଷ ପାଇଁ ଆମ ତ୍ବଚା ଓ ଚର୍ମ ଉପରେ କୁପ୍ରଭାବ ପଡ଼ିଥାଏ।

fhsfhxvb

ଆମେ ଭିନ୍ନ ଋତୁ ଅନୁସାରେ ଭିନ୍ନ ଭିନ୍ନ ଉତ୍ପାଦ ବ୍ୟବହାର କରୁ। ବିଭିନ୍ନପ୍ରକାର କସ୍‌ମେଟିକ୍‌ ଫେସିଆଲ୍‌ କରୁ। ବେଳେବେଳେ ଏସବୁ ଜିନିଷ ପାଇଁ ଆମ ତ୍ବଚା ଓ ଚର୍ମ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ଏ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। 
 ନୂତନ ଉତ୍ପାଦ ସହ ପରୀକ୍ଷଣ କରିବା
ବିଶେଷ ମୁହୂର୍ତ୍ତ‌େର ନୂତନ ଉତ୍ପାଦର ବ୍ୟବହାର କିମ୍ବା ଚିକିତ୍ସା କରିବା ଦ୍ବାରା ଏହାର ଓଲଟା ପ୍ରଭାବ ପଡ଼ିଥାଏ। ଏହା ଜଳାପୋଡ଼ା ହେବା, ଫୁଲିଯିବା ଓ ମୁହଁ ନାଲି ପଡ଼ିବା ଭଳି ସମସ୍ୟା ସୃଷ୍ଟି କରିପାରେ। 
 ସନ୍‌ସ୍କ୍ରିନ୍‌ ନ ଲଗାଇବା
ଯେକୌଣସି ଋତୁ ହେଲେ ମଧ୍ୟ ସୂର୍ଯ୍ୟକିରଣଠାରୁ ରକ୍ଷା ପାଇବା ପାଇଁ ଆମେ ତ୍ବଚାରେ ପ୍ରତିଦିନ ସନ୍‌ସ୍କ୍ରିନ୍‌ ଲଗାଇବା ଉଚିତ। ନଚେତ ତ୍ବଚାରେ ଟ୍ୟାନିଂ, ଜ୍ବଳନ ଓ ସନ୍‌ବର୍ଣ୍ଣ ହୋଇପାରେ। 
 ଶୋଇବା ପୂର୍ବରୁ ମେକ୍‌ଅପ୍ ନ ହଟାଇବା
ଦିନର ମେକ୍‌ଅପ୍‌ ରହିଗଲେ ଚର୍ମର ଛିଦ୍ରଗୁଡ଼ିକୁ ବନ୍ଦ କରିଦିଏ, ବ୍ରଣ ଓ କଳାଦାଗ ସୃଷ୍ଟି କରେ। ସେଥିପାଇଁ ଶୋଇବା ପୂର୍ବରୁ ପ୍ରତିଦିନ ପ୍ରାକୃତିକ କ୍ଲିଞ୍ଜରେ ମୁହଁକୁ ଧୁଅନ୍ତୁ ଓ ମଏଶ୍ଚରାଏଜର୍‌ ଲଗାନ୍ତୁ। 
 ସୁଗନ୍ଧଯୁକ୍ତ ଉତ୍ପାଦ ବ୍ୟବହାର
ଅଧିକାଂଶ ତ୍ୱଚା ଓ କେଶ ଯତ୍ନ ଉତ୍ପାଦଗୁଡ଼ିକରେ ସୁଗନ୍ଧର ମାତ୍ରା ଅଧିକ ରହିଥାଏ। ଯାହା ମୁଖ ଚର୍ମ ଓ କେଶକୁ କ୍ଷତି ପହଞ୍ଚାଇଥାଏ। ତେଣୁ ତୀବ୍ର ସୁଗନ୍ଧ ଥିବା ଉତ୍ପାଦଠାରୁ ଦୂରେଇ ରହିବା। 
 ଶୀଘ୍ର ତ୍ବଚାର ଚିକିତ୍ସା ଆରମ୍ଭ ନ କରିବା
ତ୍ୱଚା ପରିବର୍ତ୍ତନ ପାଇଁ ସମୟ ଲାଗେ। ତେଣୁ ନିଜର ବିଶେଷ ଦିନର କିଛି ସପ୍ତାହ ପୂର୍ବରୁ ଆପଣଙ୍କର ତ୍ୱଚା ଚିକିତ୍ସା କାର୍ଯ୍ୟ ଆରମ୍ଭ ନ କଲେ କୁଞ୍ଚନ, ବ୍ରଣ ଦାଗ କିମ୍ବା କଳାଦାଗ ଭଳି ଗଭୀର ସମସ୍ୟା ଦେଖାଯିବ। ସେଥିପାଇଁ ଅତି କମ୍‌ରେ ୩ ମାସ ପୂର୍ବରୁ ଚିକିତ୍ସା ଆରମ୍ଭ କରିବା ଉଚିତ।
 ପର୍ଯ୍ୟାପ୍ତ ସମୟ ଯାଏ ନିଦ ନହେବା
 ‌ପର୍ଯ୍ୟାପ୍ତ ପରିମାଣରେ ନିଦ ନହେଲେ ଡାର୍କ ସର୍କଲ୍‌, ଆଖି ଫୁଲିବା, ସୂକ୍ଷ୍ମ ରେଖା ଓ କୁଞ୍ଚନ ଦେଖାଯାଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। 
 ଘରୋଇ ଉପଚାର ଉପରେ ନିର୍ଭର କରିବା
ଇଣ୍ଟର୍‌ନେଟ୍‌ରେ ମିଳୁଥିବା ଘରୋଇ ମାସ୍କ ଓ ଉପଚାରଗୁଡ଼ିକ କ୍ଷତିକାରକ ଅଟେ। କେତେକ ସମୟରେ ଏହା ଚର୍ମରେ ଛିଦ୍ରଗୁଡ଼ିକୁ ବନ୍ଦ କରିପାରେ କିମ୍ବା ଚର୍ମକୁ କ୍ଷତି ପହଞ୍ଚାଇପାରେ। ତେଣୁ ଏ ସବୁ କରିବା ପୂର୍ବରୁ କସ୍‌ମେଟିସିଆନ୍‌ଙ୍କ ମତ ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe