ଜାଣନ୍ତୁ ନକଲି ମୋବାଇଲ୍‌ ଚାର୍ଜର୍‌ କେତେ କ୍ଷତିକାରକ!

ଜାଣନ୍ତୁ ନକଲି ମୋବାଇଲ୍‌ ଚାର୍ଜର୍‌ କେତେ କ୍ଷତିକାରକ!

publive-image

ନକଲି ଚାର୍ଜର୍‌ କେବଳ ଆପଣଙ୍କ ମୋବାଇଲ୍‌ ଫୋନ୍‌ ବ୍ୟାଟେରିକୁ ଖରାପ କରି ନ ଥାଏ ବରଂ ଫୋନ୍‌କୁ ମଧ୍ୟ ବହୁତ୍‌ ମାତ୍ରାରେ ନଷ୍ଟ କରିଥାଏ।

publive-image

ନକଲି ଚାର୍ଜର ବିଷୟରେ ଏସବୁ ଜାଣନ୍ତି ତ?

  • ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ନକଲି ଚାର୍ଜର୍‌ ଅନ୍‌ଲାଇନ୍‌ରେ ବିକ୍ରି ହୋଇଥାଏ।
  • ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅନ୍‌ଲାଇନ୍‌ରୁ କିଣା ଯାଉଥିବା ୫୦ ପ୍ରତିଶତ ଚାର୍ଜର୍‌ ଖରାପ୍‌ ଯନ୍ତ୍ରାଂଶ (କମ୍ପନେଣ୍ଟ୍‌ସ)ରୁ ପ୍ରସ୍ତୁତ ହୋଇଥାଏ। ଯାହା ୟୁକେ ସେଫ୍‌ଟି ଷ୍ଟାଣ୍ଡାର୍ଡ୍‌କୁ ସହ ମ୍ୟାଚ କରେ ନାହିଁ।
  • ଭଲ କମ୍ପାନିର ଚାର୍ଜରରେ ଯେତିକି ଯନ୍ତ୍ରାଂଶ ଲାଗିଥାଏ ନକଲି ଚାର୍ଜର୍‌ରେ ଏହାର ଅଧାରୁ ବି କମ୍‌ ଯନ୍ତ୍ରାଂଶ ଥାଏ।

ନକଲି ଚାର୍ଜର୍‌ କେତେ ଖରାପ୍‌ ଓ ଭୟଙ୍କର

publive-image

publive-image

ଚାର୍ଜ କମ୍‌ ଦେଇଥାଏ
ନକଲି ଚାର୍ଜର୍‌ ବ୍ରାଣ୍ଡେଡ୍‌ ଚାର୍ଜର୍‌ ତୁଳନାରେ କମ୍‌ ଚାର୍ଜ ଦେଇଥାଏ, ଯାହା ଆପଣଙ୍କ ମୋବାଇଲ୍‌ ଚାର୍ଜ୍‌ ହେବା ପାଇଁ ଦୁଇଗୁଣ ସମୟ ନେବା ସହ ମୋବାଇଲ ବ୍ୟାଟେରିକୁ ମଧ୍ୟ ଖରାପ କରିଥାଏ।

publive-image

ବିସ୍ଫୋରଣର କାରଣ ବି ହୋଇପାରେ
ଫେକ୍‌ ବା ନକଲି ଚାର୍ଜର୍‌ ଡିଭାଇସ୍‌କୁ ଅତି ବେଶି ଗରମ କରିଦିଏ, ଯାହା ଦ୍ୱାରା ମୋବାଇଲ ବିସ୍ଫୋରଣ ହେବାର ଆଶଙ୍କା ବଢ଼ିଯାଏ। ଏହା ବ୍ୟବହାରକାରୀକୁ ଗୁରୁତର ଆହତ କରିପାରେ।

publive-image

ଫୋନ୍‌ ପୋଡ଼ି ଯାଇଥାଏ
ଖରାପ୍‌ କ୍ୱାଲିଟିର ଯନ୍ତ୍ରାଂଶରୁ ତିଆରି ହୋଇଥିବା ନକଲି ଚାର୍ଜର୍‌ ବ୍ୟବହାର କରିବା ଦ୍ୱାରା ଫୋନର ଭିତର ଯନ୍ତ୍ରାଂଶ ଖରାପ ହେବା ସହ ଭିତର ପାର୍ଶ୍ୱରେ ବିଜୁଳୀ ଆଘାତ ହୋଇ ଫୋନ୍‌ ପୋଡ଼ି ଯିବାର ଆଶଙ୍କା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe