୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ

ଆଇଫୋନ୍‌ରେ ୯ଟି ସରକାରୀ ଆପ୍ ବ୍ୟବହାର କରିହେବ ନାହିଁ

The Hacker News

ଭୁବନେଶ୍ବର : ଅଚାନକ ଇଣ୍ଟରନେଟ ବନ୍ଦ ହୋଇଗଲେ ରେଷ୍ଟଲେସ ହୋଇ ଯାଉଛନ୍ତି। ସୋସିଆଲ ମିଡିଆରେ ପକାଇଥିବା ପୋଷ୍ଟର କମେଣ୍ଟ ନେଇ ବିବ୍ରତ ଅଛନ୍ତି। ବାରମ୍ବାର ଅନଲାଇନ ଗେମ ଖେଳୁଛନ୍ତି, ଏହାର ଫଳାଫଳ ନେଇ ଅସ୍ଥିର ହୋଇ ପଡ଼ୁଛନ୍ତି, ଚିଡ଼ଚିଡ ହେଉଛନ୍ତି। ଜାଣନ୍ତୁ ଆପଣ ଫୋନକୁ ନେଇ ଆଚରଣଗତ ନିଶାରେ ପୀଡ଼ିତ ହୋଇଛନ୍ତି। ଏହା ଆପଣଙ୍କ ମାନସିକ ଅବସ୍ଥା ପାଇଁ ଶୁଭ ସଙ୍କେତ ନୁହେଁ ବରଂ ଏହା ଏକ ରୋଗ ବୋଲି ମଧ୍ୟ ୪ ବର୍ଷ ପୂର୍ବରୁ ଆମେରିକା ମନସ୍ତତ୍ବବିତ ମାନେ ସୂଚନା ଦେଇଥିବା କହିଛନ୍ତି ଏମ୍‌ସ ମାନସିକ ରୋଗ ବିଶେଷଜ୍ଞ ଡା. ବିଶ୍ବରଞ୍ଜନ ମିଶ୍ର।

ସେ କହନ୍ତି, ବର୍ତ୍ତମାନ କରୋନା, ଲକ୍‌ଡାଉନ ସମୟରେ ଯେତେବେଳେ ଯାତାୟାତକୁ ନେଇ ପ୍ରତିବନ୍ଧକ ରହିଛି, ଏଭଳି ନିଶାଗ୍ରସ୍ତ ହେବାର ସର୍ବାଧିକ ଆଶଙ୍କା ରହିଛି। ଏଥିରୁ ଦୂରେଇ ରହିବା ପାଇଁ ସମସ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ। ଅନ୍‌ଲାଇନ ଗେମ୍‌ରେ ଏକାସହିତ ଅନେକ ଟାସ୍କ ରହିଥାଏ। ଏଥିଯୋଗୁଁ ପିଲା ବିବ୍ରତ ରହେ। ଏକାଗ୍ରତା ରହେ ନାହିଁ। ସେମାନେ କିଭଳି ଏଭଳି ନିଶାରେ ନପଡ଼ନ୍ତୁ ଏହା ଅଭିଭାବକ ଦେଖିବା ଉଚିତ। ପିଲାଙ୍କ ସହିତ ଅଧିକ ସମୟ କାଟିବା ଉଚିତ। ଅନ୍ୟଦିଗରେ ଅନଲାଇନରେ ବର୍ତ୍ତମାନ ସବୁ କାର୍ଯ୍ୟ ଚାଲୁଛି। ତେଣୁ ଫୋନକୁ ଦୂରେଇ ହେବ ନାହିଁ। କିଛି ପ୍ରସଙ୍ଗକୁ ଗୁରୁତ୍ବ ଦିଅନ୍ତୁ। ପ୍ରଥମତଃ କୌଣସି ସୋସିଆଲ ମିଡିଆ ସାଇଟରେ ୩୦ ମିନିଟରୁ ଅଧିକ ସମୟ ବିତାନ୍ତୁ ନାହିଁ। ଏଥିପାଇଁ ଆଲାରାମ ବ୍ୟବସ୍ଥା କରନ୍ତୁ। ଅନଲାଇନରେ ଅନଓ୍ବାଣ୍ଟେଡ ବନ୍ଧୁତା ଗ୍ରହଣ କରନ୍ତୁ ନାହିଁ। କିମ୍ବା ନିଜେ ମଧ୍ୟ ଅନେକ ଲୋକଙ୍କ ପ୍ରୋଫାଇଲ ଭିଜିଟ କରନ୍ତୁ ନାହିଁ। ସୋସିଆଲ ମିଡିଆରେ ସୀମିତ ସଂଖ୍ୟକ ବନ୍ଧୁ ରଖନ୍ତୁ। ଶିଶୁମାନେ ଆରମ୍ଭରୁ ଭର୍ଚୁଆଲ ବିଶ୍ବରେ ପଶିଲେ, ପ୍ରକୃତ ସମାଜ ସହିତ କଥା ହୋଇ ପାରିବେ ନାହିଁ। ପିଲା କେଉଁ ସାଇଟ୍‌ ଦେଖୁଛି ଅଭିଭାବକ ଏହା ନଜର ଦିଅନ୍ତୁ। ସୋସିଆଲ ମିଡିଆରେ ସମ୍ପର୍କ ଅପେକ୍ଷା ସାମ୍ନାସାମ୍ନି ପରିବାର ମଧ୍ୟରେ କଥା ହୁଅନ୍ତୁ। କିମ୍ବା ନିଜ ବନ୍ଧୁ, ପରିଜନଙ୍କ ସହିତ ଫୋନ କିମ୍ବା ଭିଡିଓ କଲରେ କଥା ହେବା ପାଇଁ ପରାମର୍ଶ ଦେଇଛନ୍ତି ଡା. ମିଶ୍ର। ଯେଉଁ ଅତିରିକ୍ତ ସମୟ ମିଳୁଛି, ସକାଳେ ଉଠିବା, ରାତିରେ ଶୋଇବା, ବ୍ୟାୟାମ ସହିତ ଶାରୀରିକ କାର୍ଯ୍ୟ କରନ୍ତୁ। ପିଲାମାନଙ୍କୁ ବଡ଼ମାନେ ରାନ୍ଧିବା, ସିଲେଇ ଶିଖାଇବା ସମେତ ସମସ୍ତ ପ୍ରକାର ସୃଜନଶୀଳ କାର୍ଯ୍ୟ ଶିଖାଇବା ପାଇଁ ଏହା ପ୍ରକୃଷ୍ଠ ସମୟ।

କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ଦେଖନ୍ତୁ
କରୋନା ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ମୃତ ନୁହେଁ ସୁସ୍ଥ ହେବା ସଂଖ୍ୟା ଦେଖନ୍ତୁ ବୋଲି କହିଛନ୍ତି ଏମ୍‌ସ ମନସ୍ତତ୍ବ ବିଭାଗର ଡାକ୍ତର ବିଶ୍ବରଞ୍ଜନ ମିଶ୍ର। ସେ କହନ୍ତି, ବିଭିନ୍ନ ରିପୋର୍ଟରେ କରୋନାରେ ମୃତ୍ୟୁ ସଂଖ୍ୟାକୁ ନେଇ ବେଶି ଆଲୋଚନା ହେଉଛି। କିନ୍ତୁ ପ୍ରକୃତରେ ଦେଖିଲେ ଯେତିକି ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି ସେଥିରୁ ମୃତ୍ୟୁ ହେଉଥିବା ସଂଖ୍ୟା ଅତି ନଗଣ୍ୟ। ଅର୍ଥାତ ୧ ପ୍ରତିଶତରୁ ବି କମ। ବରଂ ବଞ୍ଚିଯାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନେକ ବେଶି। ସାଧାରଣ ସମୟରେ ବି ଗୋଟିଏ ଡାକ୍ତରଖାନାରେ ବିଭିନ୍ନ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୁଏ। ତେଣୁ ଏହା ସ୍ବଭାବିକ ପ୍ରକ୍ରିୟା। ବାରମ୍ବାର କେବଳ ମୃତ୍ୟୁକୁ ନେଇ ଆଲୋଚନା, କିମ୍ବା ମୃତ୍ୟୁକୁ ନ୍ୟୁଜରେ ଦେଖିଲେ କେବଳ ଭୟ ସୃଷ୍ଟି ହୁଏ। ଡାକ୍ତର ବିଶ୍ବରଂଜନ କହିଛନ୍ତି, ସେ ନିଜେ ମଧ୍ୟ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ବିନା ଲକ୍ଷଣ, କମ ଲକ୍ଷଣ ଥିବା ବ୍ୟକ୍ତି ଏହି ରୋଗରେ ବିଶେଷ ଭୟ ହିଁ କରିବାର ନାହିଁ। ଏପରିକି ମଧୁମେହ, ରକ୍ତଚାପ ସମେତ ଅନ୍ୟାନ୍ୟ ରୋଗ ଥିଲେ ମଧ୍ୟ ଲୋକେ ବଞ୍ଚୁଛନ୍ତି। କ'ଣ ହେବ ଭାବନ୍ତୁ। ଏହା କାହା ହାତରେ ନାହିଁ। ଛାନିଆ ହୋଇ ଲାଭ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଅନୁଯାୟୀ ପଦକ୍ଷେପ ଗ୍ରହଣ କରନ୍ତୁ ସର୍ବଦା ସକାରାତ୍ମକ ଆଭିମୁଖ୍ୟ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe