ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ସମାନ

Advertisment

ଦେଶରେ ଉପଲବ୍ଧ ଟିକା ଏହାକୁ ରୋକିବାରେ ସଫଳ

ଦେଶରେ ଉପଲବ୍ଧ ଟିକା ଏହାକୁ ରୋକିବାରେ ସଫଳ

ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ସମାନ

News18

ଦେଶରେ ଏବେ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ଚିନ୍ତା ବଢ଼ାଇ ଦେଇଛି। ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବା ବେଙ୍ଗଲ ଷ୍ଟ୍ରେନ୍ ପୂର୍ବରୁ ବାହାରିଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୭) ସହ ସମାନ ଓ ଉପଲବ୍ଧ ଟିକା ଏହି ଦୁଇ ଷ୍ଟ୍ରେନ୍‌ ଉପରେ ଫଳପ୍ରଦ ବୋଲି କହିଛନ୍ତି କଲ୍ୟାଣୀସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ବାଇଓମେଡିକାଲ ଜିନୋମିକ୍ସର ନିର୍ଦେଶକ ସୌମିତ୍ର ଦାସ। ସାର୍ସ କୋଭ୍‌-୧୯ର ଜିନ୍‌ ଅନୁଶୀଳନ ଉପରେ ଶ୍ରୀ ଦାସ କହିଛନ୍ତି, ଡବଲ ମ୍ୟୁଟାଣ୍ଟ ଓ ଟ୍ରିପଲ ମ୍ୟୁଟାଣ୍ଟ କରୋନା ବି.୧.୬୧୭ ଭାରିଏଣ୍ଟ ସହିତ ସମାନ। ଏହି ଦୁଇ ମ୍ୟୁଟାଣ୍ଟ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶ କରାଯାଇଛି।

ଟ୍ରିପଲ ମ୍ୟୁଟାଣ୍ଟରେ ୩ଟି ସ୍ପାଇକ୍ ପ୍ରୋଟିନ୍‌ ମ୍ୟୁଟେସନ୍‌ ଦେଖିବାକୁ ମିଳିଥିବା ବେଳେ ଏହା ଡବଲ ବା ବି.୧.୬୧୭ ମ୍ୟୁଟାଣ୍ଟ ୧୫ ଲିନିଏଜ୍‌କୁ ଧରି ରଖିଥାଏ। ପୂର୍ବରୁ ହୋଇଥିବା ଦୁଇଟି ମ୍ୟୁଟେସନ୍ ଇ୪୮୪କ୍ୟୁ ଓ ଏଲ୪୫୨ଆର ଉଭୟ ଟିକା ଓ ଆଣ୍ଟିବଡିକୁ ଧୋକା ଦେବାରେ ସଫଳ ହୋଇଥିବାରୁ ଏହାକୁ ଡବଲ ମ୍ୟୁଟାଣ୍ଟ ବୋଲି କୁହାଯାଉଥିଲା। ମାତ୍ର ଟ୍ରିପଲ ମ୍ୟୁଟାଣ୍ଟ ବା ପି୬୮୧ଆର ଶରୀରର କୋଷିକାରେ ସହଜରେ ପ୍ରବେଶ କରିବାରେ ସଫଳ ହେଉଛି। ଏହା ଯୋଗୁଁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନେକ ଆଶଙ୍କା କରୁଛନ୍ତି। ମାତ୍ର ଦେଶରେ ଉପଲବ୍ଧ ହେଉଥିବା ଟିକା ଏହି ଟ୍ରିପଲ ମ୍ୟୁଟାଣ୍ଟ ଭୂତାଣୁକୁ ରୋକିବାରେ ସଫଳ ବୋଲି ଶ୍ରୀ ଦାସ କହିଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ/ବିଶେଷଜ୍ଞମାନଙ୍କ ମଧ୍ୟରେ ହୋଇଥିବା ଦ୍ବନ୍ଦ୍ବକୁ ଦୂର କରିବା ଲାଗି ବିଶ୍ ସ୍ବାସ୍ଥ୍ୟ ସଂଗଠନ ବା ହୁ’ ପକ୍ଷରୁ ସମାନ ନାମକରଣର ଆବଶ୍ୟକତା ରହିଛି। ସେହିପରି ବିଶିଷ୍ଟ ଭାଇରୋଲୋଜିଷ୍ଟ ସାହିଦ ଜମିଲଙ୍କ କହିବା କଥା, ସେଲ୍ୟୁଲାର ଏଣ୍ଡ ମଲେକ୍ୟୁଲାର ବାଇଓଲୋଜି ପକ୍ଷରୁ ହୋଇଥିବା ଗବେଷଣାରେ ‘କୋଭିସିଲ୍‌ଡ’ ଟିକା ବି.୧.୬୧୭ ଭାରିଏଣ୍ଟକୁ ରୋକିବା‌ରେ ସଫଳ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe