ଆଗୁଆ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରଶଂସାର୍ହ : ଡ. ଆଦିତ୍ୟ କୁମାର ସାମଲ

Advertisment
ଆଗୁଆ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରଶଂସାର୍ହ : ଡ. ଆଦିତ୍ୟ କୁମାର ସାମଲ

ଯୁକ୍ତରାଷ୍ଟ୍ର ଆମେରିକାର ତୃତୀୟ ବୃହତ୍‌ ସହର ହଷ୍ଟନଠାରେ ହୃଦ୍‌ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି ଡା. ଆଦିତ୍ୟ କୁମାର ସାମଲ। ସେ ମଧ୍ୟ ଉତ୍କଳ ହେଲ୍‌ଥକେୟାର୍‌ ପ୍ରା.ଲି.ର ଅଧ୍ୟକ୍ଷ ଅଛନ୍ତି। ଜଣେ ପ୍ରବାସୀ ଓଡ଼ିଆ ଭାବେ, ଜଣେ ବିଶେଷଜ୍ଞ ଭାବେ ଯୁକ୍ତରାଷ୍ଟ୍ର ଆମେରିକାର କରୋନାଜନିତ ପରିସ୍ଥିତି ଉପରେ ଡ. ସାମଲଙ୍କର ତୀକ୍ଷ୍ଣ ନଜର ରହିଛି। ଦୁର୍ଭାଗ୍ୟର ବିଷୟ ହେଉଛି, କରୋନା ମୃତ୍ୟୁ ଏବଂ ପଜିଟିଭ୍‌ ମାମଲାରେ ଏହି ରାଷ୍ଟ୍ର ଏବେ ବିଶ୍ବର ଏକ ନମ୍ବର ସ୍ଥାନରେ ରହିଛି।

‘ସମ୍ବାଦ’କୁ ବର୍ତ୍ତମାନର ପରସ୍ଥିତି ଓ ନିଜର ଅନୁଭୂତିକୁ ବାଣ୍ଟିଛନ୍ତି ଡା. ସାମଲ। ସେ କହିଛନ୍ତି ଯେ, ନିଜେ ଜଣେ ଡାକ୍ତର ହୋଇଥିବାରୁ ଏହି ବୈଶ୍ବିକ ମହାମାରୀକୁ ମୁକାବିଲା କରିବାରେ ଆମେ ଆଗଧାଡ଼ିରେ ରହିଛୁ। ହସ୍ପିଟାଲରେ କୋଭିଡ-୧୯ ପଜିଟିଭ୍‌ ରୋଗୀଙ୍କୁ ଚିକିତ୍ସା କଲାବେଳେ, ଆମେ ବି ସମସ୍ତ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରୁଛୁ।’

ଭାରତ ଓ ଓଡ଼ିଶାରେ କରୋନା ମୁକାବିଲା ସମ୍ପର୍କରେ ଡା. ସାମଲ କହିଛନ୍ତି ଯେ, ‘କରୋନା ମୁକାବିଲା ପାଇଁ ସାମାଜିକ ଦୂରତା, ଲକଡାଉନ ଓ ଭ୍ରମଣ କଟକଣା ଭଳି ଆଗୁଆ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ଯଦି କମ୍‌ ସଂଖ୍ୟାରେ ପରୀକ୍ଷା ହେଉଛି, ଭାରତରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ଖୁବ୍‌ କମ୍‌।’ 'ପ୍ରବାସୀ ଓଡ଼ିଆ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଆମେ ଗର୍ବ ଅନୁଭବ କରୁଛୁ, ଯିଏକି ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ‌ଖୋଲିଛନ୍ତି। ଉତ୍କଳ ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଯାଉଛି,' ବୋଲି କହିଛନ୍ତି ଡା. ସାମଲ।

ଡ. ଆଦିତ୍ୟ କୁମାର ସାମଲ
ହଷ୍ଟନ୍‌, ଟେକ୍ସାସ, ଯୁକ୍ତରାଷ୍ଟ୍ର ଆମେରିକା
ଉତ୍କଳ ହେଲ୍‌ଥକେୟାର୍‌ ପ୍ରା.ଲି.ର ଅଧ୍ୟକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe