ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଚିଠି ପଠାଇଲେ ବିଶ୍ୱବିଦ୍ୟାଳୟର ଛାତ୍ର

ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀରେ ନିରାଶ ହୋଇ ଜଣେ ଛାତ୍ର ଭଗବାନ ରାମଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

er

5

ନୂଆଦିଲ୍ଲୀ: ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପ୍ରଭୁ ରାମଙ୍କ ଦୟାରେ ଚାଲୁଥିବା ପରି ମନେ ହେଉଛି। ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀରେ ନିରାଶ ହୋଇ ଜଣେ ଛାତ୍ର ଭଗବାନ ରାମଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏମଏର ଯୋଗ ଛାତ୍ର ଆଶିଷ ପ୍ରିନ୍ସ ଦୁଇ ମାସ ଧରି ତାଙ୍କ ମାର୍କ ସିଟ୍ ପାଇଁ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇନାହିଁ।

ଆଶିଷ ପ୍ରିନ୍ସ ଘଟଣାକୁ ନେଇ କହିଛନ୍ତି, ‘ମୁଁ ଏମଏ ଯୋଗର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସେମିଷ୍ଟରର ଫଳାଫଳ ପାଇବା ପାଇଁ ବହୁତ ଦିନ ଧରି ଚେଷ୍ଟା କରୁଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଫଳାଫଳରେ ଭୁଲ ନମ୍ବରିଂ ସମସ୍ୟା ଥିଲା, ଯାହାର ସମାଧାନ ପାଇଁ ମୁଁ ସମ୍ପୃକ୍ତ ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରିଛି। 
ସାଧାରଣ ଶୁଣାଣି ପାଇଁ ଥିବା ଆଇଜିଆରଏସ ପୋର୍ଟାଲରେ ମଧ୍ୟ ମୁଁ ଏକ ଅଭିଯୋଗ କରିଛି କିନ୍ତୁ କୌଣସି ସମାଧାନ ଏଯାଏ ହୋଇ ପାରିଲା ନାହିଁ।

ଅଭିଯୋଗ କରିକରି ହାର ଯାଇଛି। ତେଣୁ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟରେ ପହଞ୍ଚି ପୋଷ୍ଟ ଅଫିସ ମାଧ୍ୟମରେ ପ୍ରଭୁ ରାମଙ୍କ ନିକଟକୁ ଏକ ଚିଠି ଲେଖିବାକୁ ବାଧ୍ୟ ହୋଇଛି। 

ଏହି ଚିଠିରେ ପ୍ରିନ୍ସ ଉଲ୍ଲେଖ କରିଛନ୍ତି, ‘ପ୍ରଭୁ ଶ୍ରୀରାମ, ଏବେ ଆପଣ ହିଁ ମୋର ଏକମାତ୍ର ଭରସା। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋର ମାର୍କସିଟ୍ ସଂଶୋଧନ କରି ମୋତେ ଦିଆଯାଉ।’ 

ଛାତ୍ରଙ୍କ ଏହି ଅନନ୍ୟ ଅଭିଯୋଗ ବିଶ୍ୱବିଦ୍ୟାଳୟ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe