କରୋନା ସଂକ୍ରମିତ ମା’ ଠାରୁ ଜନ୍ମିତ ନବଜାତକଙ୍କ ଚିକିତ୍ସା କରୁଛି : ଡାକ୍ତର ପ୍ରିୟମ୍‌

Advertisment
କରୋନା ସଂକ୍ରମିତ ମା’ ଠାରୁ ଜନ୍ମିତ ନବଜାତକଙ୍କ ଚିକିତ୍ସା କରୁଛି : ଡାକ୍ତର ପ୍ରିୟମ୍‌

ନୟାଗଡ଼ ପୁରୁଣା ସହର ବାସିନ୍ଦା ରୋଟାରିଆନ ପ୍ରମୋଦ ପଟ୍ଟନାୟକଙ୍କ ପୁଅ ପ୍ରିୟମ୍ ନ୍ୟୁୟର୍କ ସହରରେ ଥିବା ହାରଲେମ୍‌ ହସ୍ପିଟାଲରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରିୟମ୍‌ ନିଜ କରୋନା ଅନୁଭୂତି ବଖାଣି କହିଛନ୍ତି, ' ଯଦିଓ ସିଧାସଳଖ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁନାହାନ୍ତି। କିନ୍ତୁ ୧୦ରୁ ଅଧିକ କରୋନା ସଂକ୍ରମିତ ମା’ଙ୍କ ଠାରୁ ଜନ୍ମିତ ନବଜାତକଙ୍କ ଚିକିତ୍ସା ସେ କରିଛନ୍ତି। ନ୍ୟୁୟର୍କର ପ୍ରତି ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି। ଏଠାରେ ଚଳପ୍ରଚଳ ହେବାକୁ ଭୟ ଲାଗୁଥିଲେ ମଧ୍ୟ ନିଜ କର୍ତ୍ତବ୍ୟ କରିବାକୁ ହେବ। ଆମ ହସ୍ପିଟାଲକୁ ପ୍ରସବ ନିମନ୍ତେ ଆସୁଥିବା କରୋନା ସଂକ୍ରମିତ ମା’ଙ୍କ ଠାରୁ ଜନ୍ମିତ ଶିଶୁଙ୍କୁ ଆଇସିୟୁରେ ରଖି ଚିକିତ୍ସା କରୁଛି। ଶିଶୁ ରୋଗ ଡାକ୍ତର ହିସାବରେ ସେମାନଙ୍କ ଚିକିତ୍ସାର ଗୁରୁଦାୟିତ୍ବ ମୋ ଉପରେ ରହିଛି। ଏହା ଏକ ଭଲ କଥା ଯେ, କରୋନା ସଂକ୍ରମିତ ମା’ ଠାରୁ ଜନ୍ମିତ ଶିଶୁଙ୍କ ଠାରେ କରେନା ସଂକ୍ରମଣର ଲକ୍ଷଣ ଆଦୌ ଦେଖାଯାଉନି। କିନ୍ତୁ ପ୍ରସବ ପରେ ମା’ ଓ ଛୁଆଙ୍କୁ ମିଳାମିଶାକୁ ଆମେ ବାରଣ କରିଛୁ। କାରଣ ମିଳାମିଶା ଦ୍ବାରା ଶିଶୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ମୁଁ ଚିକିତ୍ସା କରୁଥିବା ଦୁଇଜଣ ଶିଶୁଙ୍କ କରୋନା ସଂକ୍ରମିତ ମା’ ମରିଯିବା ଦୁଃଖଦାୟକ ଥିଲା। ଶିଶୁମାନଙ୍କୁ କଷ୍ଟକରି ବଞ୍ଚା ଯାଇଥିଲା।

ନ୍ୟୁୟର୍କ ଷ୍ଟେଟ୍ ଗଭର୍ଣ୍ଣର, ମେୟର ନିୟମିତ କରୋନା ସ୍ଥିତି ତଦାରଖ କରୁଛନ୍ତି। ଭାରତ ଭଳି କେବଳ ଅତ୍ୟାବଶ୍ୟକ ଓ ସେବା ପାଇଁ ବାହାରକୁ ଆସିବାକୁ ଏଠାରେ ଅନୁମତି ମିଳିଛି। କିନ୍ତୁ ଏଠାକାର ଲୋକ ସଚେତନ, ପୁଲିସକୁ ବଳପ୍ରୟୋଗ କରିବାକୁ ପଡ଼ୁନି ବୋଲି କହିଛନ୍ତି ଡାକ୍ତର ପ୍ରିୟମ୍‌।

(ଡାକ୍ତର ପ୍ରିୟମ୍‌ଙ୍କ ସହ କଥା ହୋଇଥିଲେ ‘ସମ୍ବାଦ’ର ନୟାଗଡ଼ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe