ବରର ବନ୍ଧୁ ନାଚିବାକୁ ବାଧ୍ୟ କରିବାରୁ ବିବାହ ଭଙ୍ଗ କରି ଘରକୁ ଫେରିଲେ କନ୍ୟା

Advertisment
ବରର ବନ୍ଧୁ ନାଚିବାକୁ ବାଧ୍ୟ କରିବାରୁ ବିବାହ ଭଙ୍ଗ କରି ଘରକୁ ଫେରିଲେ କନ୍ୟା

India.com

ଲକ୍ଷ୍ନୌ: ସମସ୍ତ ଭାରତୀୟମାନଙ୍କ ପାଇଁ ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ସାମାନ୍ୟ ବି ଅବହେଳା ଆଦୌ ଗ୍ରହଣୀୟ ନୁହେଁ। ତାହା ପ୍ରମାଣ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଜଣେ କନ୍ୟା। ଜଣେ ବର ସାମ୍ନାରେ ବରର ସାଙ୍ଗମାନେ କନ୍ୟାକୁ ନିଜ ବିବାହ ଉତ୍ସବରେ ନାଚିବା ପାଇଁ ବାଧ୍ୟ କରିବାରୁ ବିବାହ ଭାଙ୍ଗି ଦେଇ ଉଦାହରଣ ପାଲଟିଛନ୍ତି କନ୍ୟା ଜଣକ।

କନ୍ୟାଙ୍କ କହିବା ମୁତାବକ ବରର ବନ୍ଧୁମାନେ ତାଙ୍କୁ ନୃତ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ କରୁଥିବା ବେଳେ ଚୁପ୍‌ ରହିଥିଲେ ବର। ଯାହାର ନାରୀ ପ୍ରତି ସମ୍ମାନ ନାହିଁ ସେ ସେଭଳି ଏକ ପୁରୁଷକୁ ବିବାହ କରିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ି ବିବାହ ମଣ୍ଡପରୁ ହଟି ଯାଇଥିଲେ କନ୍ୟା ବେଶ ହୋଇଥିବା ଯୁବତୀ ଜଣକ।

ବରର ଘର ଉତ୍ତରପ୍ରଦେଶର ବରେଲି ଜିିଲ୍ଲାରେ ହୋଇଥିବା କେଳେ କନ୍ୟାର ଘର କନୌଜ ଜିଲ୍ଲାରେ। ଶୁକ୍ରବାର ଦିନ କନ୍ୟା ଓ ତାଙ୍କ ପରିବାର ଲୋକେ ଏକ ଗ୍ରାଣ୍ଡ୍‌ ବିବାହ ପାଇଁ ବରେଲିରେ ପହଞ୍ଚିଥିଲେ। ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା, ଯେପର୍ଯ୍ୟନ୍ତ କନ୍ୟାକୁ ବରର ବନ୍ଧୁମାନେ ନାଚିବାକୁ ବାଧ୍ୟ କରିନଥିଲେ। ବରର ବନ୍ଧୁମାନେ କନ୍ୟାକୁ ନାଚିବାକୁ ବାଧ୍ୟ କରିବା ପରେ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ଉପୁୁଜିଥିଲା। ପରେ ଏହି ଝଗଡ଼ା ହେତୁ ବିବାହ ଭାଙ୍ଗିବା ପର୍ଯ୍ୟନ୍ତ ପରିସ୍ଥିତି ଉପୁଜିଲା।

କନ୍ୟାର ପରିବାର ଲୋକ ବର ପରିବାର ଲୋକଙ୍କ ନାମରେ ଯୌତୁକ ଅଭିଯୋଗ ଆଣିବା ପରେ ବର ପକ୍ଷ ଲୋକ ୬.୫ ଲକ୍ଷ ଟଙ୍କା ଦେଇ ମୀମାଂସା କରିଥିଲେ। ଏ ନେଇ ଏଯାଏ କୌଣସି ମାମଲା ରୁଜୁ ହୋଇ ନାହିଁ। ଦୁଇ ପକ୍ଷର ଆପୋସ ବୁଝାମଣାରେ ବିବାହକୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe