ସ୍ବପ୍ନ ରହସ୍ୟ: ଚନ୍ଦ୍ରମଣ୍ଡଳ ଦେଖିଲେ ରୋଗ-ବନ୍ଧନ କଟେ

Advertisment

ପୂର୍ବ ଅଧ୍ୟାୟରେ ସ୍ବପ୍ନ ନୁହେଁ, ଜାଗ୍ରତ ଅବସ୍ଥାରେ କ’ଣ ଦେଖିଲେ ବା ନ ଦେଖିଲେ କେଉଁ ଫଳ ମିଳିବ ତାହା ଉପରେ ଆଲୋଚନା ହୋଇଥିଲା। ଏଥର ଆଉ କିଛି ନୂଆ ସ୍ବପ୍ନଫଳ ବିଷୟରେ ଚର୍ଚ୍ଚା କରିବା। ସ୍ବପ୍ନରେ ଗୋ, ହାତୀ, ଘୋଡ଼ା, ମହଲ, ପର୍ବତ ତଥା ବୃକ୍ଷ ଉପରେ ଚଢ଼ିବା ଧନଦାୟୀ ହୋଇଥାଏ।

ପୂର୍ବ ଅଧ୍ୟାୟରେ ସ୍ବପ୍ନ ନୁହେଁ, ଜାଗ୍ରତ ଅବସ୍ଥାରେ କ’ଣ ଦେଖିଲେ ବା ନ ଦେଖିଲେ କେଉଁ ଫଳ ମିଳିବ ତାହା ଉପରେ ଆଲୋଚନା ହୋଇଥିଲା। ଏଥର ଆଉ କିଛି ନୂଆ ସ୍ବପ୍ନଫଳ ବିଷୟରେ ଚର୍ଚ୍ଚା କରିବା। ସ୍ବପ୍ନରେ ଗୋ, ହାତୀ, ଘୋଡ଼ା, ମହଲ, ପର୍ବତ ତଥା ବୃକ୍ଷ ଉପରେ ଚଢ଼ିବା ଧନଦାୟୀ ହୋଇଥାଏ।

gddgdg

ଦୋଳଗୋବିନ୍ଦ ପଣ୍ଡା

ପୂର୍ବ ଅଧ୍ୟାୟରେ ସ୍ବପ୍ନ ନୁହେଁ, ଜାଗ୍ରତ ଅବସ୍ଥାରେ କ’ଣ ଦେଖିଲେ ବା ନ ଦେଖିଲେ କେଉଁ ଫଳ ମିଳିବ ତାହା ଉପରେ ଆଲୋଚନା ହୋଇଥିଲା। ଏଥର ଆଉ କିଛି ନୂଆ ସ୍ବପ୍ନଫଳ ବିଷୟରେ ଚର୍ଚ୍ଚା କରିବା।
ସ୍ବପ୍ନରେ ଗୋ, ହାତୀ, ଘୋଡ଼ା, ମହଲ, ପର୍ବତ ତଥା ବୃକ୍ଷ ଉପରେ ଚଢ଼ିବା ଧନଦାୟୀ ହୋଇଥାଏ। ସ୍ବପ୍ନରେ ଭୋଜନ କରିବା ତଥା କାନ୍ଦିବା, ବୀଣା ବଜାଇବା ଉର୍ବର ଭୂମି ଲାଭ କରାଇଥାଏ।
ସ୍ବପ୍ନରେ ଯେଉଁ ବ୍ୟକ୍ତି ଅସ୍ତ୍ର ବା ଶସ୍ତ୍ରରେ ଆହତ ହୁଏ, ଘା ବା କୃମି ଦ୍ବାରା ରୋଗଗ୍ରସ୍ତ ହୁଏ ଅଥବା ବିଷ୍ଠା ବା ରକ୍ତ ନିଜ ଦେହରେ ବୋଳା ହୋଇଥିବାର ଦେଖେ ସେ ବହୁଧନ ଲାଭକରେ।
 ସ୍ବପ୍ନରେ ଯେଉଁ ବ୍ୟକ୍ତି ଅସ୍ପୃଶ୍ୟ ପାଖକୁ ଗମନ କରେ ସେ ପତ୍ନୀ ଲାଭକରେ। ମୂତ୍ରରେ ଭିଜିବା ବା ବୀର୍ଯ୍ୟପାନ କରୁଥିବା ବ୍ୟକ୍ତି, ନରକରେ ପ୍ରବେଶ କରୁଥିବା ବ୍ୟକ୍ତି, ନଗରରେ ପ୍ରବେଶ କରୁଥିବା ବ୍ୟକ୍ତି ଏବଂ ସମୁଦ୍ରଜଳ ବା ଅମୃତ ପାନ କରୁଥିବା ବ୍ୟକ୍ତି ଶୁଭବାର୍ତ୍ତା ତଥା ବିପୁଳ ଅର୍ଥ ଲାଭକରେ।

ସ୍ବପ୍ନରେ ଯେଉଁ ବ୍ୟକ୍ତି ହାତୀ, ରାଜା, ସ୍ବର୍ଣ୍ଣ, ବଳଦ, ଗାଈ, ଦୀପ, ଅନ୍ନ, ଫଳ, ଫୁଲ, କନ୍ୟା, ଛତ୍ର, ରଥ ତଥା ଧ୍ବଜ ଦେଖେ ସେ କୁଟୁମ୍ବ ଲାଭକରେ। ଏଥିସହ ବିପୁଳ ଧନ ଓ ଯଶ ପ୍ରାପ୍ତକରେ। ଜଳପୂର୍ଣ୍ଣ କୁମ୍ଭ, ଅଗ୍ନି, ଫୁଲ, ପାନ (ତାମ୍ବୁଳ), ମନ୍ଦିର, ଧଳାଧାନ, ନଟ (ନର୍ତ୍ତକ) ତଥା ବେଶ୍ୟା ଦେଖିଲେ ମନୁଷ୍ୟ ଧନଲାଭ କରେ। ସ୍ବପ୍ନରେ ଗାଈର କ୍ଷୀର ବା ଘିଅ ଦେଖିଲେ ମନୁଷ୍ୟ ଧନ ଓ ପୁଣ୍ୟ ଲାଭ କରେ।
ସ୍ବପ୍ନରେ ପଦ୍ମପତ୍ରରେ କ୍ଷୀରୀ, ଦହି, ଦୁଧ, ଘିଅ, ମହୁ ତଥା ମିଷ୍ଟାନ୍ନ ଭୋଜନ କଲେ ମନୁଷ୍ୟ ନିଶ୍ଚିତ ଭାବରେ ରାଜ୍ୟ (ବିପୁଳ ଧନସମ୍ପତ୍ତି) ଓ ରାଜା ପରି ଉଚ୍ଚପଦ ଲାଭ କରେ। ସ୍ବପ୍ନରେ ପକ୍ଷୀମାଂସ ଓ ମନୁଷ୍ୟ ମାଂସ ଖାଉଥିବା ବ୍ୟକ୍ତି ଅଧିକ ଧନ, ଶୁଭବାର୍ତ୍ତା ତଥା ମନୋବାଞ୍ଛିତ ଫଳ ଲାଭକରେ। ଯଦି ସ୍ବପ୍ନରେ ଛତ୍ର ଓ ପାଦୁକା (କଠଉ ବା ଜୋତା) ମିଳେ ତେବେ ସ୍ବପ୍ନଦ୍ରଷ୍ଟାକୁ ଧନ ମିଳେ। ବ୍ୟକ୍ତି ନିର୍ମଳ ଓ ତୀକ୍ଷ୍‌ଣ ଧାର ଥିବା ଖଣ୍ଡା ଯଦି ସ୍ବପ୍ନରେ ଦେଖେ ତେବେ ବି ଉପରୋକ୍ତ ଶୁଭଫଳ ମିଳେ।

ସ୍ବପ୍ନରେ ଯେଉଁ ବ୍ୟକ୍ତି ଅତି ସହଜରେ ନଦୀ ପାର କରିଯାଏ ସେ ପ୍ରଧାନତା ପ୍ରାପ୍ତ କରେ, ଅର୍ଥାତ୍ ସେ ଗ୍ରାମ ବା ନଗରର ପ୍ରଧାନ ହୁଏ ବା କୌଣସି ସଂସ୍ଥାରେ ପରିଚାଳନା ମୁଖ୍ୟ ପଦ ଲାଭକରେ। ସ୍ବପ୍ନରେ ଫଳବାଲା ଗଛ ଦେଖିଲେ ଧନଲାଭ ହୁଏ। ସ୍ବପ୍ନରେ ଯଦି ଆପଣଙ୍କୁ ସର୍ପଦଂଶନ କରେ ତେବେ ଆପଣ ନିଶ୍ଚିତ ଭାବେ ଧନଲାଭ କରିବେ। ସ୍ବପ୍ନରେ ସୂର୍ଯ୍ୟ ବା ଚନ୍ଦ୍ରମଣ୍ଡଳ ଦେଖିଲେ ବ୍ୟକ୍ତି ରୋଗ-ବନ୍ଧନରୁ ମୁକ୍ତ ହୋଇଯାଏ। ଏଠାରେ ରୋଗ-ବନ୍ଧନର ଦୁଇ ପ୍ରକାର ଅର୍ଥ ହୋଇପାରେ- ରୋଗରୂପକ ବନ୍ଧନ କିମ୍ବା ରୋଗ ଓ ବନ୍ଧନ। ପ୍ରଥମ ଅର୍ଥ କେବଳ ରୋଗରୁ ମୁକ୍ତି ବୁଝାଉଥିବା ବେଳେ ଦ୍ବିତୀୟ ଅର୍ଥ ରୋଗରୁ ମୁକ୍ତି ତଥା ଜେଲ୍‌ରେ ଥିବା ବ୍ୟକ୍ତି ମୁକ୍ତି ପାଇବାକୁ ବୁଝାଏ। ସ୍ବପ୍ନରେ ଯେଉଁ ବ୍ୟକ୍ତି ଘୋଡ଼ୀ, କୁକ୍କୁଟୀ (କୁକୁଡ଼ା), କ୍ରୌଞ୍ଚୀ (ବଗୁଲୀ) ଦେଖେ ସେ ପତ୍ନୀ ଲାଭକରେ। ସ୍ବପ୍ନରେ ଯେଉଁ ବ୍ୟକ୍ତି ନଦୀକୂଳରେ ବସି ପଦ୍ମପତ୍ରରେ ବା ଫଟା ପଦ୍ମପତ୍ରରେ ଦହି-ଭାତ ଓ ପାୟସ (କ୍ଷୀରୀ) ଖାଏ, ସେ ରାଜା ହୁଏ ଅଥବା ଉଚ୍ଚପଦ ଲାଭକରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe