ଗୋଟିଏ ଟୋଲ ଗେଟ୍ ଦେଇ ବାରମ୍ବାର ଯାତାୟାତ କରୁଥିବାରୁ ଚାଳକଙ୍କ ଆକାଉଣ୍ଟରୁ କଟିଲା ୪୩ଲକ୍ଷ ଟଙ୍କା

Advertisment
ଗୋଟିଏ ଟୋଲ ଗେଟ୍ ଦେଇ ବାରମ୍ବାର ଯାତାୟାତ କରୁଥିବାରୁ ଚାଳକଙ୍କ ଆକାଉଣ୍ଟରୁ କଟିଲା ୪୩ଲକ୍ଷ ଟଙ୍କା

aajtak

ନୂଆଦିଲ୍ଲୀ: ଗୋଟିଏ ଟୋଲ ଗେଟ ଦେଇ ବାରମ୍ବାର ଯାତାୟତ କରୁଥିବାରୁ ଚାଳକଙ୍କ ଅକାଉଣ୍ଟରୁ କଟିଲା ୪୩ଲକ୍ଷ ଟଙ୍କା। ବାରମ୍ବାର ଗୋଟିଏ ଟୋଲ ଗେଟ ଦେଇ ଯିବାଆସିବା କରିବାରୁ ଜଣେ ଟ୍ରକ ଡ୍ରାଇଭରଙ୍କ ସହ ଏଭଳି ଘଟିଥିବା ଜଣାପଡ଼ିଛି। ପରିବହନ ଏଜେନ୍ସିର ତ୍ରୁଟି ହେତୁ ୪୩ଲକ୍ଷ ଟଙ୍କା କଟିଥିବା କୁହାଯାଉଛି। ତେବେ ପରିବହନ ଏଜେନ୍ସିର ତ୍ରୁଟି ଜାଣି ଟ୍ରକ୍ ଡ୍ରାଇଭର ଯେତେବେଳେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ, ‌ସେତେବେଳେ ତାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିବାକୁ ମନା କରିଦିଆଯିବା ସହ କ୍ରେଡିଟ୍ ନୋଟ୍ ନେବାକୁ କୁହାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଛି ଅଷ୍ଟ୍ରେଲିଆରେ। ପ୍ରତ୍ୟେକ ଥର ନ୍ୟୁ ସାଉଥ ୱେଲ୍ସର ଏକ ଟୋଲ ରାସ୍ତା ଦେଇ ଯିବାଆସିବା କରୁଥିବାରୁ ଜେସନ ‌କ୍ଲେଣ୍ଟନଙ୍କ ଆକାଉଣ୍ଟରୁ ପ୍ରାୟ ୪୩ଲକ୍ଷ ଟଙ୍କା କଟାଯାଇଥିଲା। ଏହି ପ୍ରସଙ୍ଗରେ ପରିବହନ ବିଭାଗ କହିଛି ଯେ ସେମାନେ କ୍ଲେଣ୍ଟନଙ୍କ ଟଙ୍କା କ୍ରେଡିଟ ନୋଟ ମାଧ୍ୟମରେ ଫେରସ୍ତ କରିବେ।

କିନ୍ତୁ ଟ୍ରକ ଡ୍ରାଇଭର ପରିବହନ ଏଜେନ୍ସିର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଷ୍ଟ୍ରେଲିଆର ୨ଜିବି ରେଡିଓ ସହିତ ବାର୍ତ୍ତାଳାପ କରି ଜେସନ କ୍ଲେଣ୍ଟନ୍ କହିଛନ୍ତି ଯେ, ନ୍ୟୁ ସାଉଥ ୱେଲ୍ସ ଏବଂ ଇ-ଟୋଲ ମୋ ଟଙ୍କା ନେଇ ଏବେ ମୋ ସହ ଖେଳୁଛନ୍ତି। ମୁଁ ସମ୍ପୂର୍ଣ୍ଣ ନିରାଶ ହୋଇଛି। କ୍ରେଡିଟ୍ ନୋଟ୍ ବିକଳ୍ପ ମୋ ପାଇଁ ଆଦୌ ଭଲ ନୁହେଁ।

ତେବେ କେବଳ ଜେସନ କ୍ଲେଣ୍ଟନ୍ ନୁହନ୍ତି ତାଙ୍କ ଭଳି ୪୫,୦୦୦ ଚାଳକ ମଧ୍ୟ ପରିବହନ ବିଭାଗର ଏଭଳି ଅବହେଳାର ଶିକାର ହୋଇଛନ୍ତି। ନ୍ୟୁ ସାଉଥ ୱେଲ୍ସ ପରିବହନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହାୱାର୍ଡ କଲିନ୍ସ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି ଯେ, ସଂସ୍ଥା ସେ ସମସ୍ତ ଡ୍ରାଇଭରକୁ ଟଙ୍କା ଫେରସ୍ତ କରିବ ଯେଉଁମାନଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe