କ’ଣ କହନ୍ତି ୯ ବର୍ଷ ଧରି ଡ୍ରଗ୍‌ସ କବଳରେ ଥିବା ବି.ଟେକ୍‌ ଛାତ୍ର? ବାଣ୍ଟିଲେ ଲୋମଟାଙ୍କୁରା ଅନୁଭୂତି

Advertisment
କ’ଣ କହନ୍ତି ୯ ବର୍ଷ ଧରି ଡ୍ରଗ୍‌ସ କବଳରେ ଥିବା ବି.ଟେକ୍‌ ଛାତ୍ର? ବାଣ୍ଟିଲେ ଲୋମଟାଙ୍କୁରା ଅନୁଭୂତି

ଭୁବନେଶ୍ୱର: ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀ ଡ୍ରଗ୍‌ସ ନିଶାରେ ନିଜ ଜୀବନକୁ ନର୍କ କରି ପକାଉଛନ୍ତି। ଡ୍ରଗ୍‌ସ ନିଶାରେ ଥରେ ପଡ଼ଇଲେ ଜୀବନ ଅନ୍ଧକାରମୟ ହେବା ଥୟ। ଥରେ ଡ୍ରଗ୍‌ସ ନିଶା ଘାରିଲେ ଘର, ପରିବାର, ପାଠ, ଚାକିରି, ସାଙ୍ଗସାଥୀ ସବୁ କିଛି ତୁଚ୍ଛ ଲାଗେ। ଏହି ନିଶାରେ ପଡ଼ି ନିଜ ଜୀବନକୁ ନର୍କ ବନାଇଥିବା ଅନେକଙ୍କ ଉଦାହରଣ ରହିଛି।

ତେବେ ଡ୍ରଗ୍‌ସ ନିଶାରେ ଥରେ ପଡ଼ିଲେ ସେଥିରୁ ମୁକୁଳିବା ଅସମ୍ଭବ କଥାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଜଣେ ବି.ଟେକ୍‌ ଛାତ୍ର। ଛାତ୍ର ଜଣକ ୯ ବର୍ଷ ଧରି ନିଶାରେ ରହିବା ପରେ ସେଥିରୁ ନିଜକୁ ମୁକୁଳେଇ ପାରିଛନ୍ତି ତାହା ନିହାତି ପ୍ରେରଣାଦାୟକ।

ଦୀର୍ଘ ୯ ବର୍ଷ ଧରି ଏହି ନିଶାରେ ପଡ଼ିଥିବା ବି.ଟେକ୍‌ ଛାତ୍ର ଜଣକ ‘କନକ ନ୍ୟୁଜ୍‌’ରେ ତାଙ୍କ ଅଭିଜ୍ଞତା ବାଣ୍ଟି ଯାହା କହନ୍ତି ତାହାକୁ ଶୁଣିଲେ ଆପଣ ହତବାକ୍‌ ହୋଇଯିବେ। ୯ ବର୍ଷ ନିଶାର କବଳରେ ରହିବା ପରେ ସେ ନିଶା କବଳରୁ ମୁକୁଳି ପାରିଛନ୍ତି।

publive-image Dhaka Tribune

କେତେ ଯେ ଭୟାନକ ହୋଇଥାଏ ଏହି ଡ୍ରଗ୍‌ସ ତାହା ଆପଣ ଅନେକ ଫିଲ୍ମରେ ଦେଖିଥିବେ। ହେରୋଇନ୍‌, ଚରସ୍‌, ବ୍ରାଉନ୍‌ ସୁଗାର ଆଦି ଶବ୍ଦ ଶୁଣିବା ମାତ୍ରେ ମନରେ ଅଜଣା ଭୟ ସୃଷ୍ଟି ହୁଏ । ଏ ସଂପର୍କରେ ଅନେକ କାହାଣୀ ଶୁଣିଥିବେ। ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଯଦି ଆପଣଙ୍କୁ ନିଜେ ଜଣେ ଡ୍ରଗ୍‌ ଆଡିକ୍ଟ ତାଙ୍କ କାହାଣୀ ଶୁଣାଇବେ। କାରଣ ବାସ୍ତବ ଜୀବନର ଏହି କାହାଣୀ ଫିଲ୍ମ ସ୍କ୍ରିପ୍ଟ ଠାରୁ ବି ଭୟଙ୍କର। ଛାତ୍ର ଜଣକ ନିଜର ନାମ ଗୋପନ ରଖି ସେ ନଅ ବର୍ଷ କାଳ ଡ୍ରଗ୍‌ସ ନିଶାରେ ବୁଡ଼ି ରହିଥିଲେ ବୋଲି ଜଣାଇଛନ୍ତି।

ସେ ତାଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି କି ହିତାହିତ ଜ୍ଞାନ ଭୁଲିଯାଏ ଜଣେ ନିଶା ସେବନକାରୀ। ନିଜ ଦୁନିଆ ବାହାରେ ଆଉ କ’ଣ ଘଟୁଛି, ଜାଣିବାକୁ ତା’ପାଖରେ ଉପାୟ ନଥାଏ ଯ କେବଳ ହେରୋଇନ୍‌, ବ୍ରାଉନ୍‌ ସୁଗାର ଓ ଚରସ ଭଳି ବିଷ ବଳୟର ଚାରି ପାଖରେ ସେ ବୁଲୁଥାଏ । ତାର ବୁଦ୍ଧି ବିବେକ ଓ ଚେତନା ସବୁକିଛି ବନ୍ଧା ପଡିଯାଏ ନିଶା ପାଖରେ। ଲୁଟ, ଛାନତାଇ, ହତ୍ୟା ଭଳି ସଂଗୀନ ଅପରାଧ କରିବା ତା’ ପାଇଁ ବାଁ ହାତର ଖେଳ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe