ହୋଲି ଖେଳିବା ପ‌ରେ ଏପରି କଲେ ମଦ୍ୟପ ଯୁବକ, ଆପଣ ବି ରୋକି ପାରିବେନି ହସ

ହୋଲି ଖେଳିବା ପ‌ରେ ଏପରି କଲେ ମଦ୍ୟପ ଯୁବକ, ଆପଣ ବି ରୋକି ପାରିବେନି ହସ

ନୂଆଦିଲ୍ଳୀ: ଗତକାଲି ସାରା ଦେଶ ହୋଲି ପାଳନ କରିଥିବା ବେଳେ ହୋଲି ପାଳନର ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଅନେକଙ୍କୁ ହୋଲିର ରଂଗରେ ନିଜକୁ ରଂଗିନ ହେଉଥିବାର ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିଆରେ ହୋଲି ସହ ଯୋଡ଼ା ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ମଦ୍ୟପ ଯୁବକ ବଡ଼ ଅଜବ ତରିକାରେ ‌ହୋଲି ଖେଳୁଥିବାର ନଜର ଆସିଛନ୍ତି।

ନିଶାରେ ଲୋକେ ଅନେକ ମଜାଦାର କାମ ସବୁ କରିଥିବାର ଭିଡିଓ ଆପଣ ପୂର୍ବରୁ ବି ଇଣ୍ଟର୍‌ନେଟ୍‌ରେ ଦେଖିଥିବେ। ଏହି ଭିଡିଓରେ ଜଣେ ଯୁବକ ନିଶାରେ କିପରି ଦୌଡ଼ି ଦୌଡ଼ି ଯାଇ ଏକ ନାଳରେ ପଡ଼ି ଯାଉଛନ୍ତି ତାହା ଆପଣ ଦେଖି ପାରୁଥିବେ।

ଭିଡିଓକୁ ଦେଖି ଏପରି ଲାଗୁଛି ଯେପରି ଯୁବକ ଜଣକ ନିଜ ଶରୀରରେ ଲାଗିଥିବା ରଂଗକୁ ଧୋଇବା ‌ପାଇଁ ସେଠାକୁ କୁଦିଥିଲେ। ତାଙ୍କୁ ଲାଗୁଥିଲା ଯେପରି ତାହା ଏକ ପୋଖରୀ କିମ୍ବା ସୁଇମିଂ ପୁଲ୍‌। ମାତ୍ର ବାସ୍ତବରେ ଯୁବକ ଜଣକ ଯାଇ ପଡ଼ିଥିଲେ ଏକ ନାଳ ଭିତରେ। ଫଳରେ ରଂଗ ଧୋଇ ହେବା ବଦଳରେ ତାଙ୍କ ଦେହ ସାରା କାଦୁଅ ବୋଳି ହୋଇ ଯାଇଥିଲା।

‌ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌‌ରେ କୁମାର ଆୟୁଷ ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଛି। ଗୋଟାଏ ପେଗ୍‌ ପିଇବା ପରେ ଏପରି ଘଟିଛି ବୋଲି ଭିଡିଓର କ୍ୟାପ୍‌ସନରେ ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe