ନୂଆଦିଲ୍ଲୀ: ପିଲାଦିନେ ମୋର, ଆପଣଙ୍କର ଆମ ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ । ଗୁରୁଜୀ ଯେତେବେଳେ ଆମକୁ ପଚାରନ୍ତି କିମ୍ବା କେହି ଗୁରୁଜନ ଯଦି କେବେ ଆମକୁ ପଚାରନ୍ତି ଆଚ୍ଛା ! ତମ ସ୍ବପ୍ନ କଣ ? ବଡ଼ ହେଲେ ତମେ କଣ ହେବ.. ? କିଏ କହେ ଡାକ୍ତର, ଇଞ୍ଜିନିୟର, ପୁଲିସ ପୁଣି କିଏ କହେ ଶିକ୍ଷକ… ଏମିତି କେତେ କଣ । ହେଲେ ଆପଣ ଜାଣନ୍ତି କି ବିଶ୍ବ ବିଜୟିନୀ ଟିମର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ପିଲା ଦିନର ସ୍ବପ୍ନ କଣ ଥିଲା ବୋଲି ? ମୈଦାନରେ ବୋଲିଂରେ ବିପକ୍ଷଙ୍କୁ ବେହୋସ୍ କରୁଥିବା ସ୍ପିନ କୁଇନ ଦୀପ୍ତି ଶର୍ମା ପିଲାବେଳୁ ବଡ଼ ହେଲେ କଣ ହେବୁ ପ୍ରଶ୍ନର ଉତ୍ତର କଣ ଦେଉଥିଲେ ବୋଲି ? ଦୀପ୍ତିଙ୍କ ପିଲା ଦିନର ସ୍ବପ୍ନ ଥିଲା ପୋଲିସ ଅଫିସର ବନିବେ ବୋଲି । 

Advertisment
dsp
dsp Photograph: (indiatoday)

୨୦୨୫ରେ ପୂରଣ ହେଲା ପିଲାଦିନର ସ୍ବପ୍ନ

ଆଉ ତାଙ୍କ ସ୍ବପ୍ନ ଚଳିତ ବର୍ଷ ହିଁ ପୂରା ହୋଇଛି । କ୍ରୀଡା କୋଟାରେ ଦୀପ୍ତିଙ୍କୁ ଉତ୍ତରପ୍ରଦେଶ ସରକାର ତାଙ୍କୁ ୟୁପି ପୁଲିସରେ ନିଯୁକ୍ତି ଦେଇଥିଲେ । ଜାନୁୟାରୀ ୨୦୨୫ରେ ଦୀପ୍ତି ଉତ୍ତରପ୍ରଦେଶ ପୁଲିସରେ ଡିଏସଫି ଭାବେ ନିଯୁକ୍ତି ପାଇଥିବା ବେଳେ ପୁଲିସ ବେଶରେ ନିଜ ଫଟୋ ସେୟାର କରି ପିଲା ଦିନର ସ୍ବପ୍ନ ପୂରଣ ହୋଇଥିବା କହିଥିଲେ । 

ଆହୁରି ପଢନ୍ତୁ- Deepti Sharma's Hanuman tattoo ଭକ୍ତିରେ ଥାଏ ଶକ୍ତି: ସ୍ପିନ୍ କୁଇନଙ୍କୁ ସଙ୍କଟମୋଚକ ସାହା ହୁଅନ୍ତି ! ମହାବିଜୟ ପଛରେ ମହାବୀରଙ୍କ କୃପା, ଏମିତି କହିଲେ ଦୀପ୍ତି ଶର୍ମା

ପଡିଆରେ ଦୀପ୍ତିଙ୍କ ଦବଙ୍ଗଗିରି

ତେବେ ବୋଲିଂ ବ୍ୟାଟିଂ ଜରିଆରେ ମୈଦାନରେ ଦାଦାଗିରି ଦେଖାଉଥିବା ଦୀପ୍ତି ଖାଲି କ୍ରିକେଟରେ ନୁହେଁ ବରଂ କ୍ରିମିନାଲଙ୍କ କ୍ଷେତ୍ରରେ ଏମିତି ଦବଙ୍ଗଗିରି ଦେଖାନ୍ତି । ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଥିବା ଦୀପ୍ତି ଦାୟିତ୍ବରେ ହେଳା ନକରିବାକୁ ସଙ୍କଳ୍ପ ନେଇଥିବା ତାଙ୍କ ପୋଷ୍ଟରେ ଲେଖିଥିଲେ ।

ଡିଏସପି କହି ଡାକିଲେ ମୋଦୀ

ତେବେ ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ବ ବିଜେତା ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ସେତେବେଳେ ମୋଦୀ ଦୀପ୍ତିଙ୍କୁ ‘ଡିଏସପି’ ବୋଲି ସମ୍ବୋଧନ କରିଥିଲେ । ମୋଦୀଙ୍କ କଥା ଶୁଣି ଦୀପ୍ତି ଭାରି ଖୁସି ହେବା ସହ ନିଜ ଅନୁଭୂତି ବଖାଣିଥିଲେ । ମୋଦୀ ପଚାରିଥିଲେ- ମୈଦାନରେ ଦାଦାଗିରି କେମିତି କଣ ଚାଲେ ? ସଙ୍ଗେସଙ୍ଗେ ଉତ୍ତରରେ ହସିହସି ଦୀପ୍ତି କହିଥିଲେ ମୋର ନୁହେଁ ମୋ ଥ୍ରୋର ଦାଦାଗିରି ଟିକେ ଚାଲେ । ମୋଦୀ ଦୀପ୍ତିଙ୍କ ହାତରେ ଥିବା ହନୁମାନଙ୍କ ଟାଟୁ କଥା ବି ପଚାରିଥିଲେ ଆଉ ଦୀପ୍ତିଙ୍କର ପନିର ପସନ୍ଦ ବୋଲି ବି ସେ ଜାଣିଥିଲେ ବୋଲି ଦୀପ୍ତି ପ୍ରତିକ୍ରିୟାରେ କହିଛନ୍ତି । 

ଆହୁରି ପଢନ୍ତୁ- World Cup Victory Tattoo: ବିଶ୍ବବିଜେତା ହେଲେ ହାତରେ ବିଶ୍ବକପର ଟାଟୁ କୁଟେଇଲେ, ସବୁଦିନ ସତେଜ ରହିବ ସଫଳତାର ସ୍ମରଣୀୟ ସ୍ୟାହି…