ସଂଘର୍ଷ ସମୟରେ ମାଗଣାରେ ପରିବା ଦେଉଥିବା ସାଙ୍ଗକୁ ଭେଟିଲେ ଡିଏସପି

ସଂଘର୍ଷ ଦିନରେ ଡିଏସପି ସନ୍ତୋଷ ପଟେଲଙ୍କୁ ପରିବା ବିକାଳି ସାଙ୍ଗ ମାଗଣାରେ ଯୋଗାଇ ଦେଉଥିଲେ ପରିବା। ଦୀର୍ଘ ୧୪ବର୍ଷ ପରେ ପରିବା ବିକାଳି ସାଙ୍ଗକୁ ଭେଟିବାକୁ ଆସିଲେ ଡିଏସପି। 

sAS

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଡିଏସପି ସନ୍ତୋଷ ପଟେଲଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଡିଏସପି ସନ୍ତୋଷ ପଟେଲ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ୧୪ବର୍ଷ ପୁରୁଣା ସାଙ୍ଗଙ୍କୁ ଭେଟିଛନ୍ତି। ଡିଏସପିଙ୍କ ଏହି ସାଙ୍ଗ ପେସାରେ ହେଉଛନ୍ତି ଜଣେ ପରିବା ବିକାଳି। ସଂଘର୍ଷ ଦିନରେ ସନ୍ତୋଷ ପଟେଲଙ୍କୁ ଏହି ପରିବା ବିକାଳି ସାଙ୍ଗ ମାଗଣାରେ ପରିବା ଯୋଗାଇ ଦେଉଥିଲା। 

ଗତ ନଭେମ୍ବର ୧୦ ତାରିଖରେ ଡିଏସପି ସନ୍ତୋଷ ପଟେଲ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ସଲମାନ ଖାନଙ୍କୁ ମୁଁ ଭୋପାଳରେ ଇଞ୍ଜିନିୟରିଂ ପାଠପଢ଼ିବା ସମୟରେ ଭେଟିଥିଲି। ସେ ମୋର ଦୁଃଖ କଷ୍ଟ ଓ ଯନ୍ତ୍ରଣାକୁ ବୁଝି ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ମାଗଣାରେ ପରିବାର ଦେଉଥି‌ଲେ। କାରଣ ସେତେବେଳେ ଅନେକ ସମୟରେ ମୋ ପାଖରେ ପରିବା କିଣିବା ପାଇଁ ଟଙ୍କା ନଥାଏ। ୟା ଭିତରେ ୧୪ବର୍ଷ ବିତି ଯାଇଛି। ୧୪ବର୍ଷ ପରେ ତାଙ୍କ ସହିତ ହଠାତ ମୋର ଭେଟ ହୋଇଛି। ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଥିବା ଲୋକକୁ ପାଇ ମୁଁ ଖୁବ ଖୁସି। 

ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ସନ୍ତୋଷ ପଟେଲ ଏକ ଜିପରୁ ଓହ୍ଲାଇ ଜଣେ ପରିବାବିକାଳିଙ୍କ ସହିତ କଥା ହେଉଛନ୍ତି। ଏହାପରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ସନ୍ତୋଷ ପ୍ରଥମେ ପରିବାବିକାଳିଙ୍କ ପାଖକୁ ଯାଇ କହିଥିଲେ, ‘ମୋତେ ଚିହ୍ନି ପାରୁଛ।’

ସନ୍ତୋଷ ପଟେଲଙ୍କ କଥା ଶୁଣି ସଲମାନ କହୁଛନ୍ତି, ‘ଆଜ୍ଞା ସାର ଚିହ୍ନି ପାରୁଛି। ଆପଣ ପରିବା ନେବାକୁ ଆସୁଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe