ଚାଷ ଜମିରେ କାମ କରୁଥିବା ମା’ଙ୍କ ପାଖ‌ରେ ପ୍ରଥମଥର ପାଇଁ ଖାକି ପୋଷାକରେ ପହଞ୍ଚିଲେ ଡିଏସପି

ଚାଷ ଜମିରେ କାମ କରୁଥିବା ମା’ଙ୍କ ପାଖ‌ରେ ପ୍ରଥମଥର ପାଇଁ ଖାକି ପୋଷାକରେ ପହଞ୍ଚିଲେ ଡିଏସପି

ନୂଆଦିଲ୍ଲୀ: ନିକଟରେ ଜଣେ ଡିଏସପି ପୁଅ ଚାଷ ଜମିରେ କାମ କରୁଥିବା ମା’ଙ୍କୁ ଭେଟିବାକୁ ପହଞ୍ଚିଥିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ଘଟଣାର ଫ‌ଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଡିଏସପି ସନ୍ତୋଷ ପଟେଲ ତାଙ୍କ ମା’ଙ୍କ ସହିତ ଚାଷ ଜମିରେ ବସି କଥା ହେଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ଡିଏସପି ଏଭଳି ଅବସ୍ଥାରେ ମା’ଙ୍କୁ  ଚାଷ ଜମିରେ ବସି ଘାସ କାଟୁଥିବା ଦେଖି କହିଥି‌ଲେ, ମା’ ଏସବୁ ତୁ ଟଙ୍କା ଦେଇ କିଣି ଦେଇଥାଆନ୍ତୁ। କିନ୍ତୁ ମା’ ପୁଅକୁ ଉତ୍ତର ଦେଇ କହୁଛନ୍ତି, ‘ ଏକା ବସିବସି କ’ଣ କରିଥାଆନ୍ତି। ସେଥିପାଇଁ ଘାସ ନେବାକୁ ଚାଲି ଆସିଛି। ଅଯଥା କାହିଁକି ଟଙ୍କା ଖର୍ଚ୍ଚ କରିଥାଆନ୍ତି।’

ଏତିକି ବେଳେ ଜଣେ ବ୍ୟକ୍ତି ଡିଏସପିଙ୍କ ମା’ଙ୍କୁ ପଚାରୁଛନ୍ତି, ତୁମର ପୁଅ ତ ପୁଲିସ ଅଧିକାରୀ ହୋଇଗଲେଣି ।ସେ ତୁମ କଥା କ’ଣ ବୁଝୁ ନାହାନ୍ତି। ଏଥିରେ ମା’ କହୁଛନ୍ତି, ହଁ ମୋ ପୁଅ ଖୁବ ଭଲ। ସେ ମୋର ପ୍ରତିଟି କଥା ବୁଝିଥାଏ। ଆଉ ମୋତେ ଖର୍ଚ୍ଚ କରିବାକୁ ଟଙ୍କା ବି ଦେଇଥାଏ। ମୁଁ ପରିଶ୍ରମ କ‌ରେ ତାହା ତାକୁ ପସନ୍ଦ ନୁହେଁ।’

ସନ୍ତୋଷ ପଟେଲ ମଧ୍ୟପ୍ରଦେଶର ପତ୍ରା ଜିଲ୍ଲ‌ାରେ ବସବାସ କରନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ସାଧାରଣଲୋକଙ୍କ ସହିତ ବି  ଏହା ଜରିଆରେ କଥାବାର୍ତ୍ତା ହୋଇଥାଆନ୍ତି।

ତେବେ ସନ୍ତୋଷ ପଟେଲ ନିକଟରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। କୁହାଯାଉଛି କି ସନ୍ତୋଷଙ୍କୁ ଡିଏସପି ହେବାର ୫ବର୍ଷ ହୋଇଗଲାଣି। କିନ୍ତୁ ସେ ଏଭଳି ଖାକି ପୋଷାକରେ ପ୍ରଥମ ଥର ତାଙ୍କ ମା’ଙ୍କ ସାମ୍ନାକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe