ସବୁ ସୁବିଧା ସତ୍ତ୍ବେ ବୁର୍ଜ ଖଲିଫାରେ ନାହିଁ ସ୍ୱେରେଜ୍ ବ୍ୟବସ୍ଥା ! ଏଭଳି କଢ଼ାଯାଏ ଆବର୍ଜନା

Advertisment
ସବୁ ସୁବିଧା ସତ୍ତ୍ବେ ବୁର୍ଜ ଖଲିଫାରେ ନାହିଁ ସ୍ୱେରେଜ୍ ବ୍ୟବସ୍ଥା ! ଏଭଳି କଢ଼ାଯାଏ ଆବର୍ଜନା

danfoss

ନୂଆଦିଲ୍ଲୀ: ବୁର୍ଜ ଖଲିଫା ବିଷୟରେ କିଏ ବା ନଜାଣେ। ବିଶ୍ବର ସବୁଠାରୁ ବଡ଼ ବିଲ୍ଡିଂ ବୋଲି କୁହାଯାଉଥିବା ବୁର୍ଜ ଖଲିଫା ଭିନ୍ନ ବିଶେଷତ୍ବ ଯୋଗୁଁ ସାରା ବିଶ୍ୱରେ ଜଣାଶୁଣା। ଏହି ବିଲଡିଂରେ ଅନେକ ସୁବିଧା ଅଛି, କିନ୍ତୁ କେବଳ ଗୋଟିଏ ସୁବିଧା ନଥିବାରୁ ଏଠାକୁ ଆସୁଥିବା ଲୋକମାନେ ନିର୍ମାତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବୁର୍ଜ ଖଲିଫା ବିଶ୍ବର ସବୁଠାରୁ ବଡ଼ ବିଲ୍ଡିଂ ହେବା ସହ ଏହାର ସ୍ଥାପତ୍ୟ ଦୃଷ୍ଟିରୁ ବୁର୍ଜ ଖଲିଫା ସବୁଠାରୁ ଭିନ୍ନ ଏବଂ ଅନନ୍ୟ। ଦୁବାଇରେ ଥିବା ଏହି ୮୩୦ ମିଟର ଉଚ୍ଚ କୋଠାକୁ ବିଶ୍ବର ଲୋକମାନେ ଖୁବ ଭଲ ଭାବରେ ଜାଣନ୍ତି। ହେଲେ ଏଠାରେ ସମସ୍ତ ସୁବିଧା ଥିବା ସତ୍ତ୍ବେ ସ୍ୱେରେଜ୍ ବ୍ୟବସ୍ଥା ନଥିବାରୁ ଲୋକମାନେ ଏହାକୁ ନିର୍ମାତା ଉପରେ ପ୍ରଶ୍ନ କରୁଛନ୍ତି।

ସୂଚନା ମୁତାବକ, ସ୍ୱେରେଜ୍ ବ୍ୟବସ୍ଥା କରାଯାଇଥିଲେ ଏହାକୁ ନିର୍ମାଣ କରିବା ପାଇଁ ହୋଇଥିବା ଖର୍ଚ୍ଚ ଆହୁରି ବଢ଼ିଯାଇଥାନ୍ତା। ଏଥିପାଇଁ ଏହି କୋଠାରେ ସ୍ୱେରେଜ୍ ବ୍ୟବସ୍ଥା କରାଯାଇନଥିବା କୁହାଯାଉଛି। ବୁର୍ଜ ଖଲିଫାକୁ ଏପର୍ଯ୍ୟନ୍ତ ଦୁବାଇର ବର୍ଜ୍ୟଜଳ ସିଷ୍ଟମ ସହିତ ସଂଯୁକ୍ତ କରାଯାଇନାହିଁ। ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ଏହି ବିଲଡିଂର ଆବର୍ଜନା କିଭଳି ବାହାରକୁ ଆସୁଥିବ। ମିଳିଥିବା ସୂଚନା ଅନୁଯାୟୀ, ବିଲଡିଂରୁ ବାହାରୁଥିବା ଆବର୍ଜନାକୁ ଦୈନିକ ଟ୍ରକରେ ଭର୍ତ୍ତି କରାଯାଇ ସହର ବାହାରେ ଫିଙ୍ଗି ଦିଆଯାଏ।

Dubai Burj Khalifa Level 124 'At the Top' Entrance Ticket 2022 - Viator viator

ପ୍ରତିଦିନ ଏହି ବିଲଡିଂରୁ ୧୫ ଟନ୍ ଆବର୍ଜନା ସୃଷ୍ଟି ବାହାରିଥାଏ।, ଯାହା ଟ୍ରକ୍ ସାହାଯ୍ୟରେ ପ୍ରତିଦିନ ବାହାର କରାଯାଲ। ୨୦୦୮ରେ ଏହି ବିଲଡିଂ ନିର୍ମାଣ କରିଥିବା ଠିକାଦାରମାନେ ଖର୍ଚ୍ଚ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଲୋକମାନେ ଏନେଇ ପ୍ରଶ୍ନ ଉଠାଉଥିବା ବେଳେ ୨୦୨୫ ସୁଦ୍ଧା ବିଲଡିଂରେ ସ୍ୱେରେଜ୍ ସିଷ୍ଟମ ସଂଯୋଗ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe