ବର୍ଷା ହେବାରୁ ଛାଡ଼ି ଚାଲିଗଲେ ସଂପର୍କୀୟ: ଛତା ଧରି ବେଦୀ ଚାରିପଟେ ବୁଲିଲେ ବର-କନ୍ୟା

ବର୍ଷା ହେବାରୁ ଛାଡ଼ି ଚାଲିଗଲେ ସଂପର୍କୀୟ: ଛତା ଧରି ବେଦୀ ଚାରିପଟେ ବୁଲିଲେ ବର-କନ୍ୟା

ନୂଆଦିଲ୍ଳୀ: ଆମ ଭାରତୀୟମାନଙ୍କ ବାହାଘର ବେଶ୍‌ ନିଆରା। ଆମ ବିବାହ ଉତ୍ସବରେ ଯେତେ ରୀତିନୀତି ରହିଛି ତାହା ଅନ୍ୟ କୌଣସି ଦେଶରେ ବା କୌଣସି ଧର୍ମରେ ନାହିଁ। ଏହି ରୀତିନୀତି ହିଁ ହିନ୍ଦୁ ବିବାହକୁ ସ୍ବତନ୍ତ୍ର ବନାଇଥାଏ। ବିବାହ ରୀତିକୁ ଆମେମାନେ ଏତେ ସମ୍ମାନ ଦେଇଥାଉ ଯେ କୌଣସି ବି ପରିସ୍ଥିତିରେ ଯେପରି ରୀତି ଅଧା ନରହିଯାଉ ‌ସେଥିପ୍ରତି ଢେର୍‌ ସଚେତନ ବି ରହିଥାଉ। ଆମେ ଆପଣଙ୍କୁ ‌ସେହିପରି ଏକ ବିବାହର ଭିଡିଓ ଦେଖାଇବୁ। ଯେଉଁଠାରେ ବର-କନ୍ୟାଙ୍କର ନିଜ ବିବାହ ପାଇଁ ଥିବା ଉତ୍ସର୍ଗୀକୃତ ମନୋଭାବ ଆପଣଙ୍କୁ ଚକିତ କରିବ।

ବାହାଘର ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥାଏ। ଏପରିକି ବେଦୀରେ ବର-କନ୍ୟାଙ୍କ ବିବାହର ଅଧା ରୀତି ବି ସରି ଯାଇଥାଏ। ସେହି ସମୟରେ ଅଚାନକ ଖୁବ୍ ଜୋର୍‌ ବର୍ଷା ହେବାକୁ ଲାଗେ। ବେଦୀ ବାହାରେ ବନ୍ଧା ହୋଇଥିବାରୁ ବର୍ଷା ହେବା ମାତ୍ରେ ସମସ୍ତ ସଂପର୍କୀୟ ବେଦୀ ଛାଡ଼ି ଭିତରକୁ ପଶିଯାଆନ୍ତି। ମାତ୍ର ବେଦୀ ଉପରେ ସେମତି ଛିଡ଼ା ହୋଇ ରହିଥାନ୍ତି ବର-କନ୍ୟା।

ନିକଟରେ ସେହି ବାହାଘର ସମୟ‌ର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରବଳ ବର୍ଷା ‌ହେଉଥିବା ବେଳେ ବର-କନ୍ୟା ଛତା ଧରି ସାତ୍‌-ଫେରେ ନେଉଛନ୍ତି। ଭିଡିଓଟି ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର୍‌ ହୋଇଛି। ‘ବାହାଘର ତ ହେବା କଥା ହେବ’ ବୋଲି ଏଥିରେ କ୍ୟାପ୍‌ସନ୍‌ ଲେଖାଯାଇଛି। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ବେଦୀରେ କିମ୍ବା ବେଦୀ ପାଖରେ କେହି ବି ହେଲେ ନାହାନ୍ତି। ବର-କନ୍ୟା ଦୁହେଁ ବର୍ଷାକୁ ଖାତିର ନକରି ଛତା ଧରି ବେଦୀ ଚାରିପାଖେରେ ବୁଲୁଛନ୍ତି। କନ୍ୟା ଜଣକ ମୁରୁକି ହସ ମାରୁଛନ୍ତି। ଏହି ସମୟର ଦୃଶ୍ୟକୁ ଜଣେ ସଂପର୍କୀୟ ଭିଡିଓ କରୁଛନ୍ତି। ସେହି ଭିଡିଓଟି ଏବେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe