ମୋ ସାଙ୍ଗମାନେ ମୋ ଉପରେ ହସିବେ କହି ବାହାଘର ଭାଙ୍ଗିବାକୁ ବରଙ୍କୁ ନିବେଦନ କଲେ କନ୍ୟା

Advertisment
ମୋ ସାଙ୍ଗମାନେ ମୋ ଉପରେ ହସିବେ କହି ବାହାଘର ଭାଙ୍ଗିବାକୁ ବରଙ୍କୁ ନିବେଦନ କଲେ କନ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା। ବିବାହ ପୂର୍ବରୁ କନ୍ୟା ଅଚାନକ ବିବାହ କରିବାକୁ ମନା କରିଦେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। କନ୍ୟା ଜଣକ ବିବାହ ପୂର୍ବରୁ ବରଙ୍କୁ ଏକ କକ୍ଷ ଭିତରକୁ ଡାକି ନେଇ କହିଥିଲେ କି ‘ତୁମେ ସୁନ୍ଦର ନୁହଁ କି ବେଶି ପାଠ ବି ପଢ଼ିନାହଁ। ଏମିତି ଦେଖିଲେ ତମ ଶରୀରର ରଂଗ ବି କଳା। ମୁଁ ତୁମକୁ ବିବାହ କଲେ ମୋ ସାଙ୍ଗମାନେ ମୋର ମଜାକ ଉଡ଼ାଇବେ। ଏହି କାରଣରୁ ମୁଁ ତୁମକୁ ବିବାହ କରିପାରିବି ନାହିଁ। ଭଲ ହେବ ତୁମେ ମୋତେ ବାହା ହେବାକୁ ମନା କରିଦିଅ। ଏପରି ନକେଲ ମୁଁ ବାହାଘର ପରେ ଘର ଛାଡ଼ି ପଳେଇବି। ଏମିତି କଲେ ତମର ଓ ତମ ପରିବାର ଲୋକଙ୍କର ବଦନାମ ହେବ।’

ଏକଥା ଶୁଣିବା ପରେ ବରଙ୍କର ମୁଣ୍ଡ କାମ କରିନଥିଲା। ସେ ସେଠାରେ କିଛି ସମୟ ପାଇଁ ଅଚେତ ହୋଇ ପଡ଼ିଥିଲେ। ତାପରେ ତାଙ୍କ ଚେତା ଫେରିବା ପରେ ସେ ବିବାହ କରିବାକୁ ମନା କରି ଦେଇଥିଲେ। ବର ବିବାହ କରିବାକୁ ମନା କରିବାରୁ କନ୍ୟା ପକ୍ଷ ଲୋକ ତାଙ୍କୁ ବହୁ ଗାଳିଗୁଲଜ କରିଥିଲେ ଓ ଦେଇଥିବା ଜିନିଷ ସବୁ ବର ପକ୍ଷ ଲୋକଙ୍କୁଠାରୁ ଛଡ଼ାଇ ଆଣିଥିଲେ।

ଆପଣଙ୍କ ସୂଚନ‌ା ସକାଶେ ଜଣାଇ ହେଉଛୁ ଯେ ୬ ମାସ ତଳେ ଏହି ବିବାହ ସ୍ଥିର ହୋଇଥିଲା। ବିବାହ ପୂର୍ବରୁ କରାଯାଉଥିବା ତିଲକ ରୀତି ପାଇଁ ବରପକ୍ଷ ଲୋକ କନ୍ୟା ଘରକୁ ଆସିଥିବା ବେଳେ କନ୍ୟା ତାଙ୍କୁ ଏକାନ୍ତରେ ଭେଟି ଏପରି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe