ନୂଆଦିଲ୍ଳୀ: ବିବାହରେ ବର-କନ୍ୟାଙ୍କୁ ଅନେକ ରୀତିନୀତି କରୁଥିବାର ଆପଣ ଦେଖିଥିବେ। ନୂଆ ବୋହୂଟିଏ ଘରକୁ ଆସିଲେ ଶଶୁରଘରେ ଖୁସିର ସୀମା ରହେ ନାହିଁ। କେହି କେହି ବୋହୂ ହାତରେ ପୂର୍ବରୁ ଚାଲି ଆସୁଥିବା ନୀତି କରାଇ ଥାଆନ୍ତି ତ ପୁଣି କେହି ଖୁସି ପାଇଁ ନିଜ ମନ ମୁତାବକ ବି କିଛି ନୀତି କରାଇ ଥାଆନ୍ତି।
ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହାକୁ ଦେଖିବା ପରେ ଆପଣ ନିଜ ହସ ରୋକି ପାରିବେନି। ଭାଇରାଲ୍ ହୋଇଥିବା ଭିଡିଓରେ ଶଶୁରଘର ଲୋକ ନବ ବିବାହିତା କନ୍ୟାଙ୍କୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଦାବି କରୁଛନ୍ତି। ଏହି ଦାବି ଶୁଣି ପ୍ରଥମେ ତ କନ୍ୟା ଜଣକ ଲାଜେଇ ଯାଉଛନ୍ତି, ତାପରେ ସେ ଏପରି ନାଚୁଛନ୍ତି ଯାହା ସମସ୍ତଙ୍କ ମନକୁ ଖୁସି କରିଦେଉଛି।
କିଛି ସେକେଣ୍ଡର ଏହି ଭିଡିଓଟି ଏବେ ଇଣ୍ଟର୍ନେଟ୍ରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। କନ୍ୟା ଜଣକ ନିଜ ଠୁମ୍କାରେ ଶଶୁରଘର ଲୋକଙ୍କ ମନ ଜିତି ପାରିଛନ୍ତି। ଭିଡିଓର ବ୍ୟାକ୍ଗ୍ରାଉଣ୍ଡ୍ରେ ‘କୋକା କୋଲା’ ଗୀତ ବାଜୁଥିବାର ଆପଣ ଶୁଣି ପାରୁଥିବେ। ଏହି ଗୀତରେ କନ୍ୟା ଜଣକ ନାଚୁଥିବା ବେଳେ ବର ବି ତାଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରୁଥିବାର ଆପଣ ଭିଡିଓରେ ଦେଖି ପାରୁଥିବେ।
ବର-କନ୍ୟାଙ୍କର ଏହି ନିଆରା ଭିଡିଓ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ଲାଟ୍ଫର୍ମରେ ଭାଇରାଲ୍ ହେବାରେ ଲାଗିଛି। ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓକୁ ଏବେ ସୁଦ୍ଧା ୨୮ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି।
Follow Us