ଝିଅ ବିଦା ବେଳେ ଖୁସି ହେଉଥିଲେ ମାଆ, ବୁଲିକି ଦେଖିବା ପରେ ଚକିତ ହୋଇଗଲା ଝିଅ

ଝିଅ ବିଦା ବେଳେ ଖୁସି ହେଉଥିଲେ ମାଆ, ବୁଲିକି ଦେଖିବା ପରେ ଚକିତ ହୋଇଗଲା ଝିଅ

ନୂଆଦିଲ୍ଲୀ: ବିବାହ ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଦେଖିବାକୁ ମିଳେ। କିଛି ଭିଡିଓରେ ଖୁସିର ମାହୋଲ ହୋଇଥାଏ ତ କିଛି ଭିଡିଓକୁ ଦେଖିଲେ ମନ ଭାବୁକ ହୋଇ ଉଠେ। ଭାବପ୍ରବଣତାରେ ଆଖିରୁ ଲୁହ ବି ଝରିପଡ଼େ କିଛି ଭିଡିଓକୁ ଦେଖିବାକୁ ପରେ। ନିକଟରେ ସୋସିଆଲ୍‌ ମିଡିଆରେ ଝିଅ ବିଦା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ଦେଖି ଆପଣ ନଜ ହସ ରୋକି ପାରିବେ ନାହିଁ।

ଭିଡିଓରେ ଦେଖିବାକୁ ମିଳିଛି ଯେ ନିଜ ଘର ଛାଡ଼ି ପରଘରକୁ ଯାଉଥିବାରୁ କନ୍ୟା ଜଣକ କାନ୍ଦି କାନ୍ଦି କାର୍‌ରୁ ବାହାରକୁ ଦେଖୁଛନ୍ତି। ସେତିକି ସମୟରେ ସେ ଯେତେବେଳେ ପଛକୁ ଫେରି ଦେଖନ୍ତି ତ ଆଶ୍ଚର୍ଯ୍ୟ ‌ହୋଇଯାଆନ୍ତି। କାରଣ ଭିିଡିଓରେ ତାଙ୍କ ମାଆ ଏକ ନିଆରା ଅନ୍ଦାଜରେ ବାଦାୟ ଦେଉଛନ୍ତି। ସାଧାରଣତଃ ଝିଅ ବିଦା ବେଳେ ସବୁଠାରୁ ଅଧିକ ଦୁଃଖୀ ଝିଅର ମାଆ ହୋଇଥାନ୍ତି। ମାତ୍ର ଭିଡିଓରେ ଦେଖିବାକୁ ମିଳିଛି ଯେ ଝିଅର ମାଆ ଝିଅ ବିଦା କରି ବେଶ୍‌ ଖୁସି ହେଉଛନ୍ତି। ସେ ଝିଅକୁ ଏକଦମ ମଜାକିଆ ଅନ୍ଦାଜରେ ବିଦାୟ ଦେଉଛନ୍ତି।

ତାଙ୍କୁ ଦେଖିବା ପରେ କନ୍ୟା ଜଣକ ରାଗି ଯାଉଛନ୍ତି ଓ ଗାଡ଼ି ଭିତରକୁ ମୁହଁ ନେଇ ଯାଉଛନ୍ତି। ତାପରେ କନ୍ୟା ଜଣକ ଗାଡ଼ି ଭିତରକୁ ହେଇଯିବା ପରେ ବର ଜଣକ ତାଙ୍କୁ ଦେଖି ହସିବାରେ ଲାଗୁଛନ୍ତି।

ଏହି ଭିଡିଓଟି ଭାରତୀୟ ବିବାହ ସଂସ୍କୃତିକୁ ନେଇ କରାଯାଇଛି। ଲୋକଙ୍କୁ ହସାଇବା ଉଦ୍ଦେଶ୍ୟରେ ଏହି ବ୍ୟ‌ାଙ୍ଗାତ୍ମକ ଭିଡିଓ କରାଯାଇଛି। ଏଥିରେ ଅଭିନେତ୍ରୀ ସରଗୁନ ମେହତାଙ୍କୁ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe