UPSC Interview Questions: UPSC Interview ବେଳେ ମୁଖ୍ୟତଃ ଏହି ୬ଟି ପ୍ରଶ୍ନ କରନ୍ତି ବୋର୍ଡ ସଦସ୍ୟ

UPSC Interviewରେ ମୁଖ୍ୟତଃ କେଉଁ ପ୍ରଶ୍ନ ପଚରାଯାଇଥାଏ ? ଆଜି ଆମେ ଏହା ବିଷୟରେ ଜାଣିବା। ୧୪,୧୬୧ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭୩୬ ଜଣ ପରୀକ୍ଷାର୍ଥୀ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

UPSC

UPSC Interview Photograph: (sambad.in)

ନୂଆଦିଲ୍ଲୀ : ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ (UPSC)ମେନ୍ସ ପରୀକ୍ଷାର ଫଳାଫଳ ଘୋଷଣା ହୋଇସାରିଛି। ଏହି ମେନ୍ସ ପରୀକ୍ଷା ଅଗଷ୍ଟ, ୨୨ରୁ ୩୧  ପର୍ଯ୍ଯନ୍ତ ଚାଲିଥିବା ବେଳେ ନଭେମ୍ବର ୧୧ରେ ମେନ୍ସ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଥିଲା। ଏଥିରେ ମୋଟ ୧୪,୧୬୧ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨,୭୩୬ ଜଣ ପରୀକ୍ଷାର୍ଥୀ ଅନ୍ତିମ ପର୍ଯ୍ୟାୟ ବା Interview ପାଇଁ ସଫଳତାର ସହ ଯୋଗ୍ୟତା ଅର୍ଜନ କରିଛନ୍ତି। Interview ପାସ୍ କରିବା ପରେ ସେମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ।

ତେବେ Interview ୨୦ରୁ ୪୦ମିନିଟ୍ ପର୍ଯ୍ୟନ୍ତ ହୋଇଥାଏ। ସାକ୍ଷାତକାର ସମୟରେ ସବୁ ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ ଦେଇପାରନ୍ତି ନାହିଁ। ଏହି ସମୟରେ ଡରି ନଯାଇ ନମ୍ର ରହି ପ୍ରଶ୍ନର ଉତ୍ତର ଜାଣିନାହିଁ ବୋଲି କହିବ‌ା ଆବଶ୍ୟକ । ଏହା ଆପଣଙ୍କ ବ୍ୟକ୍ତିତ୍ବର ପରିଭାଷାକୁ ପ୍ରତିପାଦିତ କରିବ। ଏବେ ଆସନ୍ତୁ ଜାଣିବା Interviewରେ ମୁଖ୍ୟତଃ କେଉଁ ପ୍ରଶ୍ନ ପଚରାଯାଇଥାଏ ?

କେଉଁ ପ୍ରଶ୍ନ ପଚାରଯାଇଥାଏ?
 

୧. ସଂକ୍ଷେପରେ ନିଜ ସଂପର୍କରେ କହିବା‌ ପାଇଁ କୁହାଯାଏ।

ସାକ୍ଷାତକାରରେ ନିଜ ସଂପର୍କରେ କହିବାକୁ କୁହାଯାଇଥାଏ। ଯଦିଓ ଆପଣଙ୍କ ବିସ୍ତୃତ ଆବେଦନ ଫର୍ମ (DAF) ରେ ସମ୍ପୂର୍ଣ୍ଣ ସୂଚନା ଥାଏ, ଏହା ସତ୍ତ୍ବେ ବି ପରୀକ୍ଷାର୍ଥୀର କହିବା ଶୈଳୀ ସହିତ ଆତ୍ମବିଶ୍ବାସ ଦେଖିବାକୁ ଏହି ପ୍ରଶ୍ନ ପଚରାଯାଇଥାଏ।

୨. ଆପଣ ଦେଇଥିବା ବିସ୍ତୃତ ଆବେଦନ ଫର୍ମ(Detailed Application Form)ରୁ ଅନେକ ପ୍ରଶ୍ନ ପଚାରନ୍ତି Interviewer।

ବୋର୍ଡ ସଦସ୍ୟଙ୍କ ପାଖରେ ଆପଣଙ୍କ DAFର ଏକ କପି ଥାଏ। ଏଥିରେ ଥିବା ସୂଚନାକୁ ଆଧାର କରି ଅଧିକାଂଶ ପ୍ରଶ୍ନ ପଚାରନ୍ତି ବୋର୍ଡ ସଦସ୍ୟ

୩.ବ୍ୟକ୍ତିଗତ ପ୍ରସଙ୍ଗ 

ସାକ୍ଷାତକାରରେ ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ଯେଉଁଥିରେ ଆପଣଙ୍କ ପ୍ରିୟ ଖାଦ୍ୟ ସହ ଆପଣଙ୍କ ପ୍ରିୟ ରଙ୍ଗ ପରି ଅନେକ ପ୍ରଶ୍ନ ପଚରାଯାଇଥାଏ। ଏହି ପ୍ରଶ୍ନ କେବଳ ଆପଣଙ୍କ ମନର ଡରକୁ ଦୂର କରି ଆପଣଙ୍କୁ ସହଜ ଅନୁଭବ କରାଇବା ପାଇଁ ପଚରାଯାଇଥାଏ। 

୪. ସାମ୍ପ୍ରତିକ ଘଟଣା(Current Affairs) ଏବଂ ଜାତୀୟ/ଆନ୍ତର୍ଜାତୀୟ ପ୍ରସଙ୍ଗ

ପରୀକ୍ଷାର ଶେଷ ୬ ମାସ ମଧ୍ୟରେ ଯାହା ଘଟିଥାଏ ସେ ସଂପର୍କରେ ପଚରାଯାଇଥାଏ। ପରୀକ୍ଷାର୍ଥୀମାନଙ୍କୁ ପ୍ରାୟତଃ ବିଭିନ୍ନ ସାମାଜିକ, ଅର୍ଥନୈତିକ କିମ୍ବା ରାଜନୈତିକ ପ୍ରସଙ୍ଗରେ ସେମାନଙ୍କର ମତାମତ ପଚରାଯାଇଥାଏ। ଏଭଳି ପ୍ରଶ୍ନ ପଚାରି ବୋର୍ଡ, ପରୀକ୍ଷାର୍ଥୀଙ୍କର ବୁଝାମଣା, ବିଶ୍ଳେଷଣାତ୍ମକ କ୍ଷମତା ଏବଂ କୌଣସି ପ୍ରସଙ୍ଗର ବିଭିନ୍ନ ଦିଗକୁ ବୁଝିବାର କ୍ଷମତାର ମୂଲ୍ୟାଙ୍କନ କରନ୍ତି। ତେଣୁ ଆପଣଙ୍କର ମତାମତ ତଥ୍ୟ-ଭିତ୍ତିକ ହେବା ଉଚିତ।

୫. ପରିସ୍ଥିତିଭିତ୍ତିକ ପ୍ରଶ୍ନ Situational Questions

ବୋର୍ଡ ସଦସ୍ୟମାନେ ଆପଣଙ୍କୁ ପରିସ୍ଥିତିଭିତ୍ତିକ ପ୍ରଶ୍ନ(situational questions) ପଚାରିପାରନ୍ତି। ଆପଣଙ୍କୁ ଏକ ପରିସ୍ଥିତିରେ ରଖି ଆପଣ ଏଭଳି ପରିସ୍ଥିତିରେ ପଡ଼ିଲେ କ’ଣ କରିବେ ବୋଲି ଆପଣଙ୍କ ଉତ୍ତର ଜାଣିବାକୁ ଚାହିଁଥାନ୍ତି। ଏଭଳି ପ୍ରଶ୍ନ କରି ସେମାନେ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ପରୀକ୍ଷା କରିବାକୁ ଚେଷ୍ଟା କରନ୍ତି । 

୬. କାହିଁକି ସିଭିଲ୍ ସର୍ଭିସ୍ କରିବାକୁ ଚାହୁଁଛ?

ଆପଣ ଅନେକ ମକ୍ ଇଣ୍ଟରଭ୍ୟୁରେ ଏପରି ପ୍ରଶ୍ନ ଦେଖିଥିବେ। ବୋର୍ଡ ସଦସ୍ୟମାନେ ଆପଣଙ୍କ ସଚ୍ଚୋଟତା ପରୀକ୍ଷା କରିବା ପାଇଁ ଏହି ପ୍ରଶ୍ନ ପଚାରିଥାନ୍ତି। ଆପଣ ଚାହିଁଲେ ଆପଣଙ୍କର ପ୍ରକୃତ କାରଣ ଜଣାଇ ଏହାକୁ ସମାଜ ସେବା ସହିତ ଯୋଡ଼ି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe