ନୂଆ ଓଡ଼ିଆ ଛବି ‘ଡଷ୍ଟବିନ୍’ ଜରିଆରେ ଅଭିନେତାରୁ ନିର୍ଦ୍ଦେଶକ ବନିଛନ୍ତି ପପୁ ପମପମ୍। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା ସହ ସ୍ବର ସଂଯୋଜନା ଦାୟିତ୍ବ ବି ତୁଲାଇଛନ୍ତି। ଇତିମଧ୍ୟରେ ଏହି ସିନେମାର ପୋଷ୍ଟ ପ୍ରଡକସନ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ‘ଡଷ୍ଟବିନ୍’ରେ ପୁଣି ଥରେ ନାୟକ ଭୂମିକାରେ ନଜର ଆସିବେ ପପୁ ଏବଂ ଏଥିରେ ତାଙ୍କର ନାୟିକା ହେଉଛନ୍ତି ନବାଗତା ପ୍ରାଚୀ। ଏହାଛଡ଼ା ଏଥିରେ ସୁକୁମାର ଟୁଡୁ, ଦୀପନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ୍ ଓ ମନୋଜ ସ୍ୱାଇଁ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରେମ କାହାଣୀ ହୋଇଥିଲେ ବି ‘ଡଷ୍ଟବିନ୍’ରେ ଲଭ୍, ରୋମାନ୍ସ, ଆକ୍ସନ୍, ଇମୋସନ୍ ଓ ସସ୍ପେନ୍ସ ଭରପୂର ମାତ୍ରାରେ ରହିଛି। କେ. କେ. ସାହୁ ଫିଲ୍ମର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ। ଡକ୍ଟର ଦୀପକ ଜେନା ଫିଲ୍ମର ସଂଳାପକାର ହୋଇଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ଶୁଭମ୍।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us