୨୦ବର୍ଷ ପରେ ଛାତ୍ର ଶିକ୍ଷକଙ୍କ ପାଖକୁ ମେସେଜ କରି କୃତଜ୍ଞତା ଜଣାଇ କହିଲା ଏଭଳି କଥା….

Advertisment
୨୦ବର୍ଷ ପରେ ଛାତ୍ର ଶିକ୍ଷକଙ୍କ ପାଖକୁ ମେସେଜ କରି କୃତଜ୍ଞତା ଜଣାଇ କହିଲା ଏଭଳି କଥା….

ନୂଆଦିଲ୍ଲୀ:  ଯେଉଁ ଛାତ୍ରଛାତ୍ରୀଙ୍କ ଉପରେ ଗୁରୁଜନ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆର୍ଶବାଦ ରହିଥାଏ ସେମାନେ ଜୀବନରେ ସଫଳତା ନିଶ୍ଚୟ ପାଇଥାଆନ୍ତି। ଆମେ ଯେତେ ବଡ଼ ହୋଇଗଲେ ବି ଯିଏ ଆମକୁ ପାଠପଢ଼ାଇ ସଠିକ ରାସ୍ତା ଦେଖ‌ାଇ ଥାଆନ୍ତି ସେହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କଥା ଆମର ନିଶ୍ଚୟ ମନରେ ଥାଏ। ଏମିତି ଏକ ଘଟଣା ୟୁକେରୁ ସାମ୍ନାକୁ ଆସିଛି।

କେନବରାଇ ପ୍ରାଇମେରୀ ସ୍କୁଲର ମୁଖ୍ୟ ମାର୍କ ଡେଣ୍ଟ ଟୁଇଟ କରି ତାଙ୍କ ପୂର୍ବତନ ଛାତ୍ରଙ୍କ ସହିତ ହୋଇଥିବା ବାର୍ତ୍ତାଳାପକୁ ସେୟାର କରିଛନ୍ତି। ଯିଏକି ଅନେକ ବର୍ଷ ପରେ ତାଙ୍କ ସହିତ ଯୋଡ଼ି ହୋଇଛନ୍ତି। ୨୦ବର୍ଷ ପରେ ଛାତ୍ର ଶିକ୍ଷକଙ୍କୁ ମେସେଜ କରି କୃତଜ୍ଞତା ଜଣାଇଛନ୍ତି।

ଶିକ୍ଷକ ଜଣକ ଟୁଇଟରରେ ଛାତ୍ର ପଠେଇ ଥିବା ମ‌େସେଜର ସ୍କିନ ସଟ ସେୟାର କରିଛନ୍ତି, ‌ଯେଉଁଥିରେ ଲେଖାହୋଇଛି, ‘ପ୍ରାୟତଃ ୨୦ବର୍ଷ ପୂର୍ବେ ସାର ଆପଣ ପ୍ୟାରେଣ୍ଟସ ମିଟିଂ ସମୟରେ କହିଥିଲେ ନା କି ‌ମୋତେ ବିଜ୍ଞାନରେ କିଛି କରିବା ଦରକାର। କାରଣ ମୋତେ ଏହା ପସନ୍ଦ। କିିଛିଦିନ ହେବ ସମୁଦ୍ର ଜୀବ ବିଜ୍ଞାନରେ ସ୍ନାତକ ପ୍ରାପ୍ତ ପରେ ଜିଏସକେରେ ମାଇକ୍ରୋବାୟୋଲୋଜିଷ୍ଟ ଟେକନୋଲୋଜିଷ୍ଟ ଭାବେ ଚାକିରି ପାଇଛି। ଆପଣ ମୋ ବିଷୟରେ ଜାଣିଥିବା ପ୍ରଥମ ମଣିଷ।

ମୁଁ ଜ‌ାଣିବା ପୂର୍ବରୁ ଆପଣ ଅନୁଭବ କରିଥିଲେ କି ମୋତେ ବିଜ୍ଞାନରେ ଆଗକୁ ବଢ଼ିବାର ଅଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର। ଆପଣଙ୍କ ସେହି କଥାକୁ ମନରେ ରଖି ମୁଁ ବିଜ୍ଞାନ ଦିଗରେ ଆଗେଇ ଚ‌ାଲିଲି। ଆଉ ଆଜି ସଫଳତା ପାଇଛି। ଆପଣଙ୍କ ଦିନ ଭଲରେ କଟୁ ସାର।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe