କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ବ୍ୟବହାର କରି ପିଙ୍ଗି ଦେଉଥିବା ବେଳେ ପକ୍ଷୀ ତାହାକୁ ଥଣ୍ଟରେ ଗୋଟାଇ କରୁଛି ପରିସ୍କାର

Advertisment
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ବ୍ୟବହାର କରି ପିଙ୍ଗି ଦେଉଥିବା ବେଳେ ପକ୍ଷୀ ତାହାକୁ ଥଣ୍ଟରେ ଗୋଟାଇ କରୁଛି ପରିସ୍କାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକା ବାହାରିବା ପାଇଁ ଜୋରସୋରରେ ପରୀକ୍ଷଣ ଚାଲିଛି। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହାରି ଭିତରେ ଅବହେଳାର ଏକ ଚିତ୍ର ସାମ୍ନାକୁ ଆସିଛି। ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ତ ବ୍ୟବହାର କରୁଛନ୍ତି କିନ୍ତୁ ତାହାକୁ ବାହାରେ ଏଣେତେଣେ ପିଙ୍ଗି ଦେଉଛନ୍ତି। ଯାହାଫଳରେ କି ପରିବେଶ ପ୍ରଦୂଷଣ ହେବା ସହ ସମୁଦ୍ର, ନଦୀ ଓ ନାଳରେ ପଡିବା ହେତୁ ପଶୁପକ୍ଷୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସୋସିଆଲ ମିଡିଆରେ ସମୁଦ୍ର କୂଳରୁ ମାସ୍କକୁ ଥଣ୍ଟରେ ଉଠାଇ ଯାଉଥିବା ଏକ ପକ୍ଷୀର ଫଟୋ ଦେଖିବାକୁ ମିଳିଛି।

ଯୁକ୍ତରାଷ୍ଟ୍ର ଆମେରିକା ବାସିନ୍ଦା ୫୨ବର୍ଷୀୟ ନିକ କିଛିଦିନ ତଳେ ସାଇକେଲରେ ଯିବା ସମମୟରେ ସମୁଦ୍ର କୂଳରେ କିଛି ମାସ୍କ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ ଏକ ପକ୍ଷୀଟିଏ ସେହି ମାସ୍କ ଭିତରୁ ଗୋଟିଏ ମାସ୍କକୁ ଥଣ୍ଟରେ ଧରି ଯାଉଥିବା ତାଙ୍କ ନଜରରେ ପଡ଼ିଥିଲା। ସେ ଏହି ସମୟର ଏକ ଫଟୋ ଉଠାଇଥିଲେ।

ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିଛିଲୋକ ମାସ୍କର ବ୍ୟବହାର ସଠିକ ଭାବେ କରୁଥିବା ବେ‌ଳେ ଆଉ କିଛି ଲୋକଙ୍କ ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲୋକେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଫଟୋ ଦେଖି ଯେମିତି ଲାଗୁଛି, ଲୋକଙ୍କ ପରିବେଶ ଚିନ୍ତା ତିଳେ ମାତ୍ର ନଥିଲା ବେଳେ ପକ୍ଷୀଟି ତାର ଛୋଟ ଥଣ୍ଟରେ ମାସ୍କକୁ ସମୁଦ୍ର କୂଳରୁ ଉଠାଇ ପରିସ୍କାର କରିବାକୁ ଚେଷ୍ଟା କରୁଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଏହି ସମୁଦ୍ର କୂଳକୁ ବହୁତ ଲୋକ ବୁଲିବାକୁ ଆସିଥାଆନ୍ତି। ସରକାର ବାରମ୍ବାର ସଚେତନ କରାଉଥିବା ସତ୍ତ୍ବେ ଲୋକମାନେ ବ୍ୟବହାର କରୁଥିବା ମାସ୍କକୁ ଣେତେଣେ ଫିଙ୍ଗି ଦେଇ ଚାଲି ଯାଉଛନ୍ତି।

ପକ୍ଷୀଟି ସମୁଦ୍ର କୂଳରୁ ମୁହଁରେ ମାସ୍କ ଧରି ଯାଉଥିବାର ଫଟୋକୁ ବ୍ୟବସାୟୀ ଧନରାଜ ନାଥୱାନି ଏବଂ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଫଟୋ ସେୟାର କରି ଧନରାଜ ନାଥୱାନି କ୍ୟାପସନରେ ଲେଖିଛନ୍ତି, ଏହି ଫଟୋ ଆମକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ସହିତ ପରିବେଶକୁ ସଫାସୁତରା ରଖିବା କେତେ ଆବଶ୍ୟକ ତାହା ଜଣାଇ ଦେଉଛି।

ଆଇଏଫଏସ ସୁଶାନ୍ତ ନନ୍ଦା କହିଛନ୍ତି, ଏପରି କରିବା ଆଦୌ ଉଚିତ ନୁହେଁ। ଏହା ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ପଶୁପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ଖୋଲା ସ୍ଥାନରେ ବ୍ୟବହୃତ ମାସ୍କୁ ଫିଙ୍ଗିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe