ଦିନ ୨୪ଘଣ୍ଟା ବଦଳରେ ହେବ ୨୫ଘଣ୍ଟା, ଜାଣନ୍ତୁ କାରଣ

ଦିନ ୨୪ଘଣ୍ଟା ବଦଳରେ ହେବ ୨୫ଘଣ୍ଟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅନେକ ଥର କିଛି କାମ ପାଇଁ ୨୪ଘଣ୍ଟା ସମୟ ବି କମ୍‌ ପଡ଼ି ଯାଇଥାଏ। ଏପରି କ୍ଷେତ୍ରରେ ମନରେ କେବଳ ଗୋଟିଏ ଚିନ୍ତା ଆସିଥାଏ କି ଖାସ୍‌ ଦିନ ଆଉ ଟିକେ ବଡ ହୋଇ ନଥାଆନ୍ତା। ଯଦି ଆପଣ ବି ଏମିତି ଭାବୁଛନ୍ତି ତେବେ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। କାରଣ ଦିନ ୨୪ଘଣ୍ଟା ବଦଳରେ ୨୫ଘଣ୍ଟା ହେବାକୁ ଯାଉଛି।

publive-image

ଏପରି ହେବାର କାରଣ ହେଉଛି ପୃଥିବୀରୁ ଚନ୍ଦ୍ର ଧୀରେଧୀରେ ଦୂରେଇ ଯାଉଛି। ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ବଢ଼ିବା କାରଣରୁ ଦିନ ଲମ୍ବା ହେବାକୁ ଯାଉଛି। ଏକ ଅଧ୍ୟୟନ ମୁତାବକ, ୧.୪ ଲକ୍ଷ ବର୍ଷ ପୂର୍ବରୁ ପୃଥିବୀରେ ଦିନ ମାତ୍ର ୧୮ଘଣ୍ଟା ଥିଲା। କିନ୍ତୁ ଧୀରେ ଧୀରେ ଏହା ବଢ଼ିବାକୁ ଲାଗିଥିଲା। ପ୍ରୋସିଡିଙ୍ଗସ୍‌ ଅଫ ଦ ନ୍ୟାସନାଲ ଏକାଡେମି ଅଫ ସାଇଂସେଜ୍‌ରେ ପ୍ରକାଶିକ ରିପୋର୍ଟ ଅନୁଯାୟୀ, ୧.୪ଲକ୍ଷ ବର୍ଷ ପୂର୍ବରୁ ଚନ୍ଦ୍ରର ପୃଥିବୀ ଅତି ନିକଟତର ଥିଲା। ଧୀରେ ଧୀରେ ନିଜ ଗତି କାରଣରୁ ଚନ୍ଦ୍ରମା ଯେଭଳି ଭାବେ ଘୁଞ୍ଚି ଚାଲିଛି, ପୃଥିବୀର ଗତି ବି କମ୍‌ ହୋଇଯାଉଛି। କାରଣ ବ୍ରହ୍ମାଣ୍ଡରେ ପୃଥିବୀର ଗତି ଅନ୍ୟ ଗ୍ରହମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ। ଯାହାଫଳରେ ଏହା ଦିନର ଘଣ୍ଟା ଉପରେ ପ୍ରଭାବ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe