ଆଶ୍ଚର୍ଯ୍ୟ! ଭୂମିକମ୍ପର ଝଟକାରେ ଜୀବନ ବଞ୍ଚାଇବା ବଦଳରେ ଘରେ ରହି ମଦ ବୋତଲଗୁଡ଼ିକୁ ସମ୍ଭାଳିଥିଲେ ଏହି ବ୍ୟକ୍ତି

ଆଶ୍ଚର୍ଯ୍ୟ! ଭୂମିକମ୍ପର ଝଟକାରେ ଜୀବନ ବଞ୍ଚାଇବା ବଦଳରେ ଘରେ ରହି ମଦ ବୋତଲଗୁଡ଼ିକୁ ସମ୍ଭାଳିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ ବୁଧବାର ଅପରାହ୍ନ ୪ଟା ୪୨ରେ ଆସିଥିବା ଭୂକମ୍ପର ତୀବ୍ରତା ୨.୭ ରହିଥିବା ବେଳେ ଏହାର କେନ୍ଦ୍ର ପଶ୍ଚିମ ଦିଲ୍ଲୀରେ ୫ କିମି ଗଭୀରତାରେ ରହିଥିଲା।
ସେହିପରି ମଙ୍ଗଳବାର ରାତି ୧୦ଟା ୨୦ରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଦୁଇଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହେବାପରେ ପରେ ଲୋକେ ଭୟଭୀତ ହୋଇ  ଘରୁ ବାହାରକୁ ବାହାରି ଚାଲି ଆସିଥିଲେ। ଘରେ ଥିବା  ସାମଗ୍ରୀ ମଧ୍ୟ ଏହି ଭୂକମ୍ପରେ କିଛି ସମୟ ଥରିବା ପରେ ତଳେ ପଡ଼ି ଯାଇଥିବା କିଛି ଲୋକ ପ୍ରତିକ୍ରିୟା ଦେଇଥିଲେ।  ଏଥିସହିତ ତଳେ ପଡ଼ି କିଛି ସ‌ାମଗ୍ରୀ ନିଷ୍ଟ ବି ହୋଇଯାଇଥିଲା।

ଏହି କ୍ରମରେ ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଏନସିଆରରେ ଭୂକମ୍ପ ବେଳେ ଜ‌ଣେ ବ୍ୟକ୍ତି ଘରୁ ବାହାରକୁ ଆସିବା ବଦଳରେ ସେ ଘରେ ରହି ତାଙ୍କ ମଦ ବୋତଲକୁ ସୁରକ୍ଷା ଦେଇଥିଲେ। ଅର୍ଥାତ ଭୂମିକମ୍ପ ଝଟକାରେ ଘର ଥରୁଥିବା ବେଳେ ସେ ମଦବୋତଲଗୁଡ଼ିକୁ ଧରି ରହିଥିଲେ। ଯେମିତି ଭୂମିକମ୍ପର ଝଟକାରେ ତାଙ୍କ ମଦସବୁ ତଳେ ପଡ଼ି ନଷ୍ଟ ହୋଇ ନଯାଏ।

ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ପଛରେ କେତେ ସତ୍ୟତା ରହିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। କିନ୍ତୁ ଘଟଣାଟି ଦିଲ୍ଲୀ ଏନସିଆରରେ ଭୂମିକମ୍ପ ସମୟ ବୋଲି ଦାବି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe