ପୃଥିବୀର ଡିଜିଟାଲ୍‌ ଯମଜ: କେଇ ସେକେଣ୍ଡରେ କରିବ ପାଣିପାଗ ଅନୁମାନ

ପୃଥିବୀର ଡିଜିଟାଲ୍‌ ଯମଜ: କେଇ ସେକେଣ୍ଡରେ କରିବ ପାଣିପାଗ ଅନୁମାନ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ସୁପରକମ୍ପ୍ୟୁଟର ଜରିଆରେ ପୃଥିବୀର ଏକ ‘ଡିଜିଟାଲ୍‌ ଯମଜ’ ପ୍ରସ୍ତୁତ କରାଯାଇଛି, ଯାହା ଅତି ଦ୍ରୁତ ପାଣିପାଗ ଭବିଷ୍ୟବାଣୀ କରି ବିଭିନ୍ନ ପାଣିପାଗ ବିପର୍ଯ୍ୟୟରୁ ଆମକୁ ରକ୍ଷା କରିପାରିବ। ଝଡ଼ ଓ ବାତ୍ୟା ସମ୍ପର୍କରେ ଭବିଷ୍ୟବାଣୀ କରୁଥିବା ପାରମ୍ପରିକ ଜ୍ଞାନକୌଶଳ ତୁଳନାରେ ଏହାର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅତି ଦ୍ରୁତ ଚେତାବନୀ ଆମକୁ ଅଧିକ ସତର୍କ କରାଇବା ସହ ଅପ୍ରତ୍ୟାଶିତ ଧନଜୀବନ ହାନିରୁ ରକ୍ଷା କରିପାରିବ। ବିଭିନ୍ନ ଗ୍ରାଫିକ୍‌ ପ୍ରସେସିଂ ୟୁନିଟ୍‌ ନିର୍ମାଣ କରୁଥିବା ବହୁଦେଶୀୟ କମ୍ପାନି ‘ଏନ୍‌ଭିଡିଆ’ ‘ଆର୍ଥ-୨’ ନାମକ ପୃଥିବୀର ଡିଜିଟାଲ୍‌ ଯମଜ ନିର୍ମାଣ କରିଛି।

ଗ୍ରାଫିକ୍‌ ପ୍ରସେସିଂ ୟୁନିଟ୍‌ ନିର୍ମାଣ କରୁଥିବା ବହୁଦେଶୀୟ କମ୍ପାନି ‘ଏନ୍‌ଭିଡିଆ’ ‘ଆର୍ଥ-୨’ ନାମକ ପୃଥିବୀର ଡିଜିଟାଲ୍‌ ଯମଜ ନିର୍ମାଣ କରିଛି

ଏହା ଏକାସଙ୍ଗରେ ସମଗ୍ର ପୃଥିବୀର ବିଭିନ୍ନ ସ୍ଥାନର ଭୂପୃଷ୍ଠରୁ ୧.୨ ମାଇଲ୍‌ ବା ୨ କି.ମି. ଉଚ୍ଚର ଜଳବାୟୁ ସମ୍ପର୍କରେ ସୂଚନା ସଂଗ୍ରହ କରି ତତ୍କାଳ ତାହାକୁ ତର୍ଜମା କରିପାରୁଛି। ଏହା ବିଗତ ୫୦ ବର୍ଷର ଜଳବାୟୁ ଘଟଣାବଳିକୁ ମଧ୍ୟ ନିଜ ତଥ୍ୟ ବିଶ୍ଳେଷଣରେ ସାମିଲ କରି ନିର୍ଦ୍ଦିଷ୍ଟ ସ୍ଥାନର ସମ୍ଭାବ୍ୟ ଜଳବାୟୁ ବିପର୍ଯ୍ୟୟ ବାବଦରେ ଭବିଷ୍ୟବାଣୀ କରିପାରୁଛି। ଏଥିରେ ବିଭିନ୍ନ ସ୍ଥାନର ସବୁଜଗୃହ ବାଷ୍ପ ନିର୍ଗମନ, ତାପମାତ୍ରା, ବିଶ୍ବ ଜଳଚକ୍ର, ଭୂମି ବ୍ୟବହାର ପରିବର୍ତ୍ତନ, ମହାସାଗର ରସାୟନ ଆଦି ତଥ୍ୟକୁ ଏକାସଙ୍ଗରେ ତର୍ଜମା ସମ୍ଭବ। ଫଳରେ ଏହା ତାଇଵାନ ପରି ସାମୁଦ୍ରିକ ଝଡ଼ପ୍ରବଣ ଦେଶର ସମ୍ଭାବ୍ୟ ବିପର୍ଯ୍ୟୟର ଆକଳନ କରିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe