ରାତିରେ ହଜମ ତ୍ବରାନ୍ବିତ କରିବାର ସହଜ ଉପାୟ

Advertisment

ଉତ୍ତମ ନିଦ୍ରା, ନିରନ୍ତର ଶକ୍ତି ଓ ସମଗ୍ର ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଭଲ ହଜମ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାତ୍ରିଭୋଜନ ପରେ କିଛି ସରଳ ଅଭ୍ୟାସ ଦ୍ବାରା ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ।

ଉତ୍ତମ ନିଦ୍ରା, ନିରନ୍ତର ଶକ୍ତି ଓ ସମଗ୍ର ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଭଲ ହଜମ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାତ୍ରିଭୋଜନ ପରେ କିଛି ସରଳ ଅଭ୍ୟାସ ଦ୍ବାରା ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ।

fffgf

ଉତ୍ତମ ନିଦ୍ରା, ନିରନ୍ତର ଶକ୍ତି ଓ ସମଗ୍ର ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଭଲ ହଜମ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାତ୍ରିଭୋଜନ ପରେ କିଛି ସରଳ ଅଭ୍ୟାସ ଦ୍ବାରା ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ। ଏହି ଅଭ୍ୟାସଗୁଡ଼ିକ ଅସ୍ୱସ୍ତି ଓ ଆଳସ୍ୟକୁ ରୋକିବାରେ ସାହାଯ୍ୟ କରିବା ସହ ଅନ୍ତନଳୀକୁ ସୁସ୍ଥ ରଖିଥାଏ। ଆସନ୍ତୁ ରାତ୍ରିଭୋଜନ ପରେ ଏଭଳି କିଛି ପ୍ରଭାବଶାଳୀ ଅଭ୍ୟାସ କରିବା, ଯାହା ରାତିର ଖାଦ୍ୟକୁ ସହଜରେ ହଜମ କରିବା ସହ ଶରୀରକୁ ବିଶ୍ରାମ ପାଇଁ ପ୍ରସ୍ତୁତ କରିବ। 

 ରାତ୍ରିଭୋଜନ ପରେ ୧୦ରୁ ୧୫ ମିନିଟ୍ ପାଇଁ ଧୀରେ ଧୀରେ ଚଲାବୁଲା କରିବା ଉଚିତ। ଏପରି ମୃଦୁଗତି ପେଟର ମାଂସପେଶୀକୁ ଉତ୍ତେଜିତ କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ଅଧିକ କାମ ନକରାଇ ଦ୍ରୁତ ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। 
 ରାତ୍ରିଭୋଜନ ପରେ ପାଞ୍ଚ ମିନିଟ୍ ଯାଏ ଗଭୀର ନିଶ୍ବାସ ପ୍ରଶ୍ବାସ ନେବା ଦ୍ବାରା ତାହା ସ୍ନାୟୁତନ୍ତ୍ରକୁ ଆରାମ ଦେବା ସହ ପେଟର ଚାପକୁ କମ୍ କରେ ଏବଂ ଶରୀରକୁ ଚାପ ବଦଳରେ ହଜମ ଉପରେ ଧ୍ୟାନ ଦେବାକୁ ସଙ୍କେତ ଦିଏ। 
 ଖାଇ ସାରି ସଙ୍ଗେ ସଙ୍ଗେ ଶଯ୍ୟାକୁ ନଯାଇ ଅତି କମ୍‌ରେ ୩୦ ମିନିଟ୍ ଯାଏ ଭଲ ଆସନରେ ସିଧା ବସି ରହିଲେ ତାହା ପାଚନ ପ୍ରକ୍ରିୟାକୁ ସହାୟତା କରି ଖାଦ୍ୟକୁ ପେଟ ଓ ଅନ୍ତଃନଳୀରେ ସୁଗମ ଭାବରେ ଗତି କରିବାରେ ସାହାଯ୍ୟ କରେ।
  ରାତିରେ ଖାଇ ସାରି ଅତି କମ୍‌ରେ ୨ରୁ ୩ଘଣ୍ଟା ଜାଗ୍ରତ ରହିବା ଭଲ। ତୁରନ୍ତ ଶୋଇବା ଦ୍ବାରା ପାଚନ କ୍ରିୟା ମନ୍ଥର ହୋଇପାରେ, ଏସିଡ୍ ରିଫ୍ଲକ୍ସ ହୋଇପାରେ ଏବଂ ଶରୀରର ପ୍ରାକୃତିକ ତାଳରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଏହା ବଦଳରେ ବହି ପଢ଼ିବା, ପରିବାର ସହ ଗପସପ କରିବା କି କୌଣସି ସୌଖୀନ କାର୍ଯ୍ୟ(ହବି) ପରି ହାଲୁକା କାମରେ ସକ୍ରିୟ ରହିବା ଭଲ। ଏହା ଖାଦ୍ୟକୁ ଉଚିତ ଭାବେ ପ୍ରକ୍ରିୟାକରଣ କରିବା ପାଇଁ ଶରୀରକୁ ସମୟ ଦେଇଥାଏ। ଏହା ଦ୍ବାରା କେବଳ ପାଚନ କ୍ରିୟା ଉନ୍ନତ ହୁଏ ନାହିଁ, ରାତିର ବିଶ୍ରାମର ଗୁଣବତ୍ତା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ।
  ହାଲୁକା ବ୍ୟାୟାମ କି ଯୋଗ ମଧ୍ୟ ହଜମ କ୍ରିୟାରେ ଉନ୍ନତି ଆଣିଥାଏ। ରାତ୍ରିଭୋଜନ ପରେ ଗୋଟିଏ କପ୍ ଉଷୁମ କ୍ୟାଫିନ୍‌ଯୁକ୍ତ ହର୍ବାଲ୍ ଚା’ ପିଇବା ଦ୍ବାରା ମଧ୍ୟ ପାଚନ ଶକ୍ତି ବଢ଼ିପାରେ। ସର୍ବୋପରି ଖାଦ୍ୟକୁ ତରବରରେ ନଖାଇ  ଧୀରେ ସୁସ୍ଥେ ଭଲ ଭାବରେ ଚୋବାଇ ଖାଇବା ଦରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe