କରୋନା କାଳରେ ସର୍ବସାଧାରଣ ପରିବହନରେ ଯାତ୍ରା କରିବା ଅପେକ୍ଷା ବାହାରେ ଖାଇବା ବେଶି ଅସୁରକ୍ଷିତ: ସର୍ଭେ

Advertisment
କରୋନା କାଳରେ ସର୍ବସାଧାରଣ ପରିବହନରେ ଯାତ୍ରା କରିବା ଅପେକ୍ଷା ବାହାରେ ଖାଇବା ବେଶି ଅସୁରକ୍ଷିତ: ସର୍ଭେ

Times of India

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କରୋନା ସମୟରେ ସର୍ବସାଧାରଣ ପରିବହନରେ ଯାତାୟତ କରିବାଠାରୁ ବାହାରେ ଖାଇବା ବେଶି ଅସୁରକ୍ଷିତ।

ସମୟକ୍ରମେ କରୋନା ଭାଇରସ୍‌ ପାଇଁ ଯେ ସାମାଜିକ ଦୂରତା ବଜାୟ ରଖିବା ଉଚିତ ତାହା ଧୀରେ ଧୀରେ ଆମେ ଭୁଲି ସାରିଲେଣି। ପୂର୍ବ ପରି ବଜାର କରିବା, ବାହାରେ ଖାଇବା, ସର୍ବସାଧାରଣ ଗାଡ଼ିରେ ଯାତାୟତ କରିବା ପ୍ରାୟ ସ୍ବାଭାବିକ ହୋଇଛି। ମାତ୍ର ଏହା ସତ ଯେ ପୂର୍ବ ପରି ଆମେ କରୋନାରୁ ମୁକ୍ତ ନୁହନ୍ତି। ଫ୍ରାନ୍ସର କିଛି ଗବେଷକଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ସାଧାରଣ ପରିବହନରେ ଯାତ୍ରା କରିବା ଅପେକ୍ଷା ବାହାରେ ଯାଇ ଖାଇବା ଦ୍ବାରା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଦିନରାତି କାମ କରୁଛନ୍ତି। କୋଭିଡ -୧୯କୁ ନିୟନ୍ତ୍ରଣ କରିବା ପାଇଁ ବାରମ୍ବାର ପରୀକ୍ଷଣ ମଧ୍ୟ କରାଯାଉଛି। ନିକଟରେ ହୋଇଥିବା ଏକ ଅଧ୍ୟୟନ ପରେ ବିଶେଷଜ୍ଞମାନେ ଦାବି କରିଥିଲେ ଯେ ଗ୍ରିନ୍ ଟି, ଚୋକବେରୀ ଏବଂ ଡାଳିମ୍ବ ରସ କରୋନା ସଂକ୍ରମଣକୁ ରୋକିବା ପାଇଁ ସକ୍ଷମ ହୋଇପାରେ।

ଏହାକୁ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ମାଲିକ୍ୟୁଲାର ଭାଇରୋଲୋଜି, ୟୁଏଲଏମ ୟୁନିଭରସିଟି ମେଡିକାଲ୍ ସେଣ୍ଟର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜର୍ମାନି) ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରେ ଭଲ ଫଳାଫଳ ବାହାରିଥିବା ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe