ଏଭଳି ଉପାୟ ଆପଣାଇ ଗୋବରରୁ ଜୋତା, ଲୋଗୋ ଓ ନେମପ୍ଲେଟ ତିଆରି କରି ଅନେକଙ୍କୁ ଦେଇଛନ୍ତି ରୋଜଗାର

Advertisment
ଏଭଳି ଉପାୟ ଆପଣାଇ ଗୋବରରୁ ଜୋତା, ଲୋଗୋ ଓ ନେମପ୍ଲେଟ ତିଆରି କରି ଅନେକଙ୍କୁ ଦେଇଛନ୍ତି ରୋଜଗାର

ନୂଆଦିଲ୍ଲୀ: ଗୋବରରୁ ଖତ ତିଆରି ହେବାର ଆମେ ଦେଖିଛେ। ଏମିତି ବି ଏକ ସମୟ ଥିଲା ଯେତେବେଳେ ଲୋକମାନେ ନିଜ ଘରକୁ ଗୋବରରେ ଲିପୁ ଥିଲେ, ଏଣିକି ଏଥିରୁ ପେଣ୍ଟ ବି ତିଆରି କରାଯାଉଛି। କିନ୍ତୁ ଆପଣ ଜାଣନ୍ତି କି ଗାଈ ଗୋବରରୁ ପ୍ରସ୍ତୁତ ଦ୍ରବ୍ୟ ଯେପରିକି ଚପଲ, ଲୋଗୋ, ନେମ ପ୍ଲେଟ୍ ଏବଂ ଦୀପ ମଧ୍ୟ ବଜାରକୁ ବିକ୍ରି ପାଇଁ ଆସୁଛି।

ଉତ୍ତରାଖଣ୍ଡର କାଶୀପୁରର ବାସିନ୍ଦା ନୀରଜ ଚୌଧୁରୀ ଗାଈ ଗୋବରରୁ ବିଭିନ୍ନ ପରିବେଶ ଅନୁକୂଳ ସାଜସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି। ନୀରଜ ଗତ ୬ବର୍ଷ ଧରି 'ଶ୍ରୀ ବଂଶୀ ଗୌ ଧାମ' ନାମରେ ନିଜର ବ୍ୟବସାୟ ଚଳାଇ ଆସିଛନ୍ତି। ଗୋବରର ବ୍ୟବହାର କରି ସେ ବହୁ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ଏଥିସହିତ ଅନେକ ମହିଳା ଓ ଗାଈପାଳିଥିବା ଲୋକଙ୍କୁ ରୋଜଗାର ବି ଦେଇଛନ୍ତି।

ନୀରଜ ପ୍ରଥମେ ଗାଈ ଗୋବରକୁ ଏକାଠି କରି ତାହାକୁ ଶୁଖାଇ ଥାଆନ୍ତି । ଏହାପରେ ଏହାର ପାଉଡର ପ୍ରସ୍ତୁତ କରିଥାଆନ୍ତି। ଏହି ପାଉଡରକୁ ଆଧାର କରି ସେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିଥାନ୍ତି। ପଲିସିଂ ପାଇଁ ସେ ଅମୃତଭଣ୍ଡା କ୍ଷୀର ତଥା ଅଲସି ତେଲ ବ୍ୟବହାର କରି ଥାଆନ୍ତି। ନୀରଜ କହିଛନ୍ତି, ‘ଗାଈ ଗୋବର ଏପରି ଏକ ଜିନିଷ ଯାହାକୁ ଆମେ ସହଜରେ ପାଇ ପାରିବା। ତେଣୁ ଗୋବରକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଏହି କାମ ଆରମ୍ଭ କରିଛି।’

ଏଥିସହ କୃଷକମାନେ ଗାଈ ଗୋବର ବିକ୍ରୟ କରି କିଛି ଟଙ୍କା ବି ରୋଜଗାର କରିପାରୁଛନ୍ତି। ନୀରଜ ମଧ୍ୟ କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ଏପରି ଉତ୍ପାଦ ପ୍ରସ୍ତୁତ କରିବାକୁ ତାଲିମ ଦେଉଛନ୍ତି। ଯଦି ଆପଣ ମଧ୍ୟ ନୀରଜଙ୍କଠାରୁ କିଛି କିଣିବାକୁ ଚାହାଁନ୍ତି କିମ୍ବା ତାଙ୍କ କର୍ମଶାଳାର ଅଂଶ ହେବାକୁ ଚାହାଁନ୍ତି, ତେବେ ଆପଣ ତାଙ୍କ ସହିତ ୮୨୧୮୬୪୩୨୪୦ ରେ ଯୋଗାଯୋଗ କରିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe