ଏଣିକି ବେକାର ଯିବନି ଚିପ୍ସ ଓ ବିସ୍କୁଟ୍‌ ଜରି; ବନିପାରୁଛି ସୁନ୍ଦର ସୁନ୍ଦର ସନ୍‌ଗ୍ଲାସ୍‌

Advertisment
ଏଣିକି ବେକାର ଯିବନି ଚିପ୍ସ ଓ ବିସ୍କୁଟ୍‌ ଜରି; ବନିପାରୁଛି ସୁନ୍ଦର ସୁନ୍ଦର ସନ୍‌ଗ୍ଲାସ୍‌

hindi.thebetterindia.com

ପୁଣେ:  ଆପଣ ଜାଣନ୍ତି କି ଚିପ୍ସ କିମ୍ବା ବିସ୍କୁଟ୍‌ ଖାଇସାରି ଯେଉଁ ଜରି ପ୍ୟାକେଟ୍‌କୁ ଆପଣ ଡଷ୍ଟବିନ୍‌ରେ ପକାନ୍ତି ତାହା ସଂପୂର୍ଣ୍ଣ ରୂପେ କ୍ଷ‌ୟ ହୋଇ ମାଟି ସହ ମିଶିଯିବା ପ୍ରାୟ ଅସମ୍ଭବ। ଏହି ସବୁ ଜରି ପରିବେଶ ପାଇଁ କ୍ଷତିକାରଣ। ମାତ୍ର ଏଥିରୁ ଏକ ସୁବିଧା ବି ପାଇହେବ। ଏବେ ଏହି ଧରଣର ପ୍ଲାଷ୍ଟିକ୍‌କୁ ସନ୍‌ଗ୍ଲାସ୍‌ (ଚଷମା) ବନାଇ ଚର୍ଚ୍ଚା ସାଉଁଟୁଛି ପୁଣେରେ ଥିବା ‘ଆଶାୟା’ ନାମକ ଏକ କମ୍ପାନି।

ଏହି ମଲ୍‌ଟି ଲେୟାର୍‌ ପ୍ଲାଷ୍ଟିକ୍‌ର ରିସାଇକ୍‌ଲିଂ ବା ପୁନର୍ବ୍ୟବହାର ପ୍ରାୟ ୧ ପ୍ରତିଶତରୁ ବି କମ୍ ହୋଇଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ଗତ ୨ ବର୍ଷ ଧରି କାମ କରୁଛନ୍ତି ଅନିଶ ମାଲପାନି। ସେ ଚିପ୍ସ ଓ ବିସ୍କୁଟ୍‌ ପ୍ୟାକେଟ୍ସ ପରି ମଲ୍‌ଟି ଲେୟାର୍‌ ପ୍ଲାଷ୍ଟିକ୍‌ର ରିସାଇକ୍‌ଲିଂ କରିବାକୁ ଏକ ଜବରଦସ୍ତ ଉପାୟ ଆପଣେଇଛନ୍ତି। ସେ ଏସବୁକୁ ବ୍ୟବହାର କରି ସନ୍‌ଗ୍ଲାସ୍‌ ବନାଇ ଏବେ ଉଦାହରଣ ପାଲଟିଛନ୍ତି।

ତେବେ କମ୍ପାନି ଲଞ୍ଚ୍‌ ହେବାର ମାତ୍ର ୧ ସପ୍ତାହ ମଧ୍ୟରେ ୫୦୦ ଚଷମା ବିକ୍ରି କରି ନିଜ ସଫଳତାର ପ୍ରମାଣ ଦେଇ ସାରିଛନ୍ତି ଅନିଶ। ୫ଟି ଚିପ୍ସ ପ୍ୟାକେଟ୍‌କୁ ବ୍ୟବହାର କଲେ ଗୋଟାଏ ଚଷମା ହୋଇପାରୁଛି ବୋଲି ସେ କହିଛନ୍ତି।

ଏପରି କରିବାରେ ‘ଆଶାୟା’ ହେଉଛି ପ୍ରଥମ। ‘ଆଶାୟା‌’ର ଲ୍ୟାବ୍‌ରେ ଏକ ମାଇକ୍ରୋ ପାଇଲଟ୍‌ ପ୍ଲାଣ୍ଟ୍‌ ବି ବନାଯାଇଛି। ଏଥିରେ ପ୍ରତିଦିନ ୫ କିଲୋ ମଲ୍‌ଟି ଲେୟାର୍‌ ପ୍ଲାଷ୍ଟିକ୍‌କୁ ପୁନର୍ବ୍ୟବହାର ଉପଯୋଗୀ କରାଯାଉଛି। ଏଥିପାଇଁ ବିଶେଷ କରି ଚିପ୍ସ ଓ ବିସ୍କୁଟ୍‌ ପ୍ୟାକେଟ୍‌କୁ ବ୍ୟବହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe