ଗରୁଡ଼ ସରୋବର

ଉତ୍ତରାଖଣ୍ଡ ପ୍ରଦେଶର ନୈନିତାଲ ଜିଲାକୁ ସାତତାଲ ବା ସାତ ସରୋବରର ସହର କହନ୍ତି। ଏହି ସାତ ଜଳାଶୟ ହେଉଛି- ପୂର୍ଣ୍ଣତାଲ, ରାମତାଲ, ସୀତାତାଲ, ଲକ୍ଷ୍ମଣତାଲ, ନଳଦମୟନ୍ତୀ ତାଲ, ସୁଖତାଲ ଓ ଗରୁଡ଼ତାଲ।

hffhvb

ଉତ୍ତରାଖଣ୍ଡ ପ୍ରଦେଶର ନୈନିତାଲ ଜିଲାକୁ ସାତତାଲ ବା ସାତ ସରୋବରର ସହର କହନ୍ତି। ଏହି ସାତ ଜଳାଶୟ ହେଉଛି- ପୂର୍ଣ୍ଣତାଲ, ରାମତାଲ, ସୀତାତାଲ, ଲକ୍ଷ୍ମଣତାଲ, ନଳଦମୟନ୍ତୀ ତାଲ, ସୁଖତାଲ ଓ ଗରୁଡ଼ତାଲ। କଥିତ ଅଛି, ଏହି ଜଳାଶୟଗୁଡ଼ିକ ଅତ୍ୟନ୍ତ ରହସ୍ୟମୟ ଭାବରେ ପରସ୍ପର ସହିତ ସଂଯୁକ୍ତ। ନୈନିତାଲଠାରୁ ୨୨ କିଲୋମିଟର ଦୂରରେ, ସମୁଦ୍ର ପତ୍ତନଠାରୁ ପ୍ରାୟ ୨୨୯୦ ମିଟର ଉଚ୍ଚରେ ଅବସ୍ଥିତ  ପବିତ୍ର ଜଳାଶୟ ଗରୁଡ଼ ତାଲ ନାମରେ ନାମିତ।  ଯଦିଓ ଏହା ନୈନିତାଲର ଅନ୍ୟ ଜଳାଶୟଠାରୁ ଆୟତନରେ ଛୋଟ, କିନ୍ତୁ ସୌନ୍ଦର୍ଯ୍ୟ ଓ ଧାର୍ମିକ ମହତ୍ତ୍ବ ହେତୁ ଏହା ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ବିଦେଶାଗତ ପକ୍ଷୀମାନଙ୍କର ପ୍ରିୟ ସ୍ଥଳୀ। କୁହାଯାଏ, ଏହା ଥିଲା ମହାତ୍ମା ଗରୁଡ଼ଙ୍କର ତପସ୍ୟା କ୍ଷେତ୍ର।    

କାଶ୍ୟପେୟ, ସୁପର୍ଣ୍ଣ, ଖଗପତି, ଖଗେନ୍ଦ୍ର ଆଦି ନାମରେ ନାମିତ ଗରୁଡ଼ ବଳବିକ୍ରମର ଯେପରି ଅନନ୍ୟ ଉଦାହରଣ ଥିଲେ, ସେହିପରି ପିତୃମାତୃ ଭକ୍ତି ଓ ବିଷ୍ଣୁଭକ୍ତି‌େର ଥିଲେ ଅନନ୍ୟ। କାଶ୍ୟପଙ୍କ ପୁତ୍ର ହେତୁ ସେ ଦେବ, ଦାନବ, ଗନ୍ଧର୍ବ, ଦୈତ୍ୟ, ନାଗ, ବାନର ଓ ଯକ୍ଷମାନଙ୍କର ଭ୍ରାତା ସଦୃଶ ଥିଲେ। ତଥାପି ନାଗମାନେ ଥିଲେ ତାଙ୍କର ଭୋଜ୍ୟ ଓ ମହାବିଷ୍ଣୁଙ୍କର ସେ ଥିଲେ ବାହନ। ଅମୃତ ପାନ ନକରି ମଧ୍ୟ ସେ ଥିଲେ ଚିରଂଜୀବୀ।  ଇନ୍ଦ୍ରାଦି ଦେବତାଙ୍କୁ ପରାସ୍ତ କରି ସେ ସ୍ବର୍ଗରୁ ଅମୃତ ନେଇ ଆସିଥିଲେ। ଭଗବାନ ବିଷ୍ଣୁ ତାଙ୍କ କାର୍ଯ୍ୟରେ ପ୍ରୀତ ହୋଇ ତାଙ୍କୁ ତାଙ୍କ ଧ୍ବଜରେ ସ୍ଥାନ ଦେବା ସହିତ ବାହନ ଭାବରେ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ମନରେ ସାମାନ୍ୟ ଗର୍ବ ଜାତ ହେବାରୁ ସେ ଯେଉଁ ଦୁର୍ଦ୍ଦଶା ଭୋଗ କରିଥିଲେ, ତାହାର ସାକ୍ଷୀ ଗରୁଡ଼ତାଲ ସରୋବର। 

ଏକଦା ଇନ୍ଦ୍ର ଗରୁଡ଼ଙ୍କର ଭୋଜ୍ୟ ନାଗକୁ ଅମୃତ ଦେଇ ଚିରଂଜୀବୀ କରିଦେବାରୁ ସେଥିରେ ଉତ୍‌କ୍ଷିପ୍ତ ହୋଇ ଗରୁଡ଼ ଇନ୍ଦ୍ରଙ୍କୁ କହି‌େଲ, ତିନି ଲୋକକୁ ଶାସନ କରିବାକୁ ମୁଁ ସମର୍ଥ ହୋଇଥିଲା ବେଳେ, ଅନ୍ୟର ନିତ୍ୟ ସେବାରେ ମୁଁ ନିଜକୁ ନିୟୋଜିତ କରିଛି। ମୋ’ଠାରୁ କିଏ କ’ଣ ଅଧିକ ଶକ୍ତିଶାଳୀ ଅଛି ଯେ ଭଗବାନ ବିଷ୍ଣୁଙ୍କର ଭାର ବହନ କରିବାକୁ ସମର୍ଥ ହେବ!’’ ଗରୁଡ଼ଙ୍କର ଏହି ଅାସ୍ଫାଳନ ଦେଖି ତାଙ୍କ ମନରୁ ଅହଂକାର ଦୂର କରିବା ନିମିତ୍ତ ଭଗବାନ ଗରୁଡ଼ଙ୍କୁ କହିଲେ, ‘‘ତୁମେ ଯଦି ନିଜକୁ ଏତେ ବଳଶାଳୀ ଭାବୁଛ, ତେବେ ମୋର କେବଳ ଦକ୍ଷିଣ ଭୁଜଟିକୁ ବହନ କରି ଦେଖ ତ?’’ ଏହା କହି ସେ ତାଙ୍କର ଦକ୍ଷିଣ ଭୁଜଟିକୁ ଗରୁଡ଼ଙ୍କର ପୃଷ୍ଠଦେଶରେ ରଖିଦେଲେ। ସେହି ଭୁଜର ଭାର ସମ୍ଭାଳି ନ ପାରି ଗରୁଡ଼ ତଳେ ପଡ଼ିଗଲେ। ତାଙ୍କର ଆତ୍ମବଡ଼ିମା ଦୂର ହୋଇଗଲା। ସେ ଜାଣିଲେ, ସେ କେତେ ତୁଚ୍ଛ। ତାଙ୍କର ଶକ୍ତି-ସାମର୍ଥ୍ୟ ସବୁ ସ୍ବୟଂ ଭଗବାନଙ୍କର। ଏହି ଅବବୋଧ ହେବା ପରେ ତାଙ୍କର ହୃଦୟ ଅନୁତାପରେ ଭରିଗଲା। ସେ ପୁନଶ୍ଚ ପାପମୁକ୍ତ ହେବା ନିମିତ୍ତ ବିଷ୍ଣୁଙ୍କୁ କ୍ଷମା ପ୍ରାର୍ଥନା କରି ଏହି ନିକାଞ୍ଚନ ଜଳାଶୟ ନିକଟରେ ତପସ୍ୟା କରିଥିଲେ। ଏଣୁ ଏହି ସରୋବର ତାଙ୍କ ପୂତ ତପଶ୍ଚରଣରେ ପବିତ୍ର ହୋଇଥିଲା। ଏହି ସରୋବର ମଧ୍ୟରେ ଧର୍ମବକ ଆବିର୍ଭାବ ହୋଇ ପାଣ୍ଡବମାନଙ୍କର ଧର୍ମଜ୍ଞାନର ପରୀକ୍ଷା କରିଥିଲେ। ଶେଷରେ ଯୁଧିଷ୍ଠିର ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଧର୍ମଙ୍କୁ ଦର୍ଶନ କରିଥିଲେ। ଧର୍ମ, ସଂସ୍କାର ଓ ତପସ୍ୟା ସହିତ ଜଡ଼ିତ ହୋଇଥିବାରୁ ଏହି ସରୋବରକୁ ପବିତ୍ର ସରୋବରର ମାନ୍ୟତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe