ଇତି ଊଣେଇଶ (ଶିକ୍ଷା) : ହକ୍‌ ପାଇବା ପାଇଁ ଚାଲି ଚାଲି ଛାତ୍ରଛାତ୍ରୀ ନାକେଦମ

Advertisment

ବଦନାମ କଲା ପ୍ରଚାରପତ୍ର, ‘ଫନି’ ମାଡ଼ରେ ଭୁଶୁଡ଼ିଲା ଭିତ୍ତିଭୂମି

ବଦନାମ କଲା ପ୍ରଚାରପତ୍ର, ‘ଫନି’ ମାଡ଼ରେ ଭୁଶୁଡ଼ିଲା ଭିତ୍ତିଭୂମି

ଇତି ଊଣେଇଶ (ଶିକ୍ଷା) : ହକ୍‌ ପାଇବା ପାଇଁ ଚାଲି ଚାଲି ଛାତ୍ରଛାତ୍ରୀ ନାକେଦମ

ହକ୍‌ ପାଇବା ପାଇଁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଚାଲି ଚାଲି ନାକେଦମ ହେବାକୁ ପଡ଼ିଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷାରୁ ବଞ୍ଚିତ ହୋଇଥିବାରୁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ସମନ୍ବିତ ବି.ଇଡି ଓ ଏମ.ଇଡି ଛାତ୍ରଛାତ୍ରୀ ଦୁଇ ଦୁଇ ଥର ପଦଯାତ୍ରା କରିଥିଲେ। ଶିକ୍ଷକ ଅଭାବକୁ ନେଇ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ସେବାଶ୍ରମର ଛାତ୍ରଛାତ୍ରୀ ପାହାଡିଆ ଘାଟି ଡେଇଁ ୨୬ କିମି ଚାଲି ଚାଲି ତୁମୁଡିବନ୍ଧ‌ରେ ପହଞ୍ଚିଥିଲେ। ‌ରାସ୍ତା ମରାମତି ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଲେଜର ୪ ଛାତ୍ରଛାତ୍ରୀ ୩୦ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଥିଲେ। ବିଦ୍ୟାଳୟର ସମସ୍ୟା ନେଇ ମାଲକାନଗିରି ଜିଲ୍ଲା ବାଲିମେଳା ହାଇସ୍କୁଲର ଛାତ୍ରଛାତ୍ରୀ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ବାଲିଡ଼ିହା ଆଶ୍ରମ ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଭେଟିବା ପାଇଁ ୧୫ କିମି ଚାଲିଥିଲେ।

publive-image

ବଦନାମ କଲା ପ୍ରଚାରପତ୍ର
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ସ୍ବତନ୍ତ୍ର ପ୍ରଚାରପତ୍ର (ଆମ ବାପୁଜୀ: ଏକ ଝଲକ) ବଣ୍ଟନ କରି ବାହା ବା ସାଉଁଟିବାକୁ ଉଦ୍ୟମ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ଏଥିରେ ଗାନ୍ଧୀଜୀଙ୍କ ମୃତ୍ୟୁକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଉଠିଥିଲା ପଡ଼ିଥିଲା। ଆଉ ବଦନାମ ମୁଣ୍ଡାଇଥିଲେ ସରକାର। ପ୍ରାଥମିକ ବିଦ୍ୟାଳୟରେ ଏକକ ପରୀକ୍ଷା କରାଯାଇଥିଲେ ମଧ୍ୟ ତାହା ସଫଳ ହେଇପାରି ନାହିଁ। ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୯୬୬ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଅଧାରେ ରହିଯାଇଛି।

‘ଫନି’ ମାଡ଼ରେ ଭୁଶୁଡ଼ିଲା ଭିତ୍ତିଭୂମି
ବାତ୍ୟା ‘ଫନି’ରେ ରାଜଧାନୀ ସମେତ ଅଧା ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନର ମେରୁଦଣ୍ଡ ଭାଙ୍ଗିଥିଲା। ଆଇଆଇଟି, ନାଇଜର, ଆଇଏମ୍‌ଏମ୍‌ଟି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ‌ ପରି ଜାତୀୟ ଶିକ୍ଷାନୁଷ୍ଠାନ, ଓୟୁଏଟି, ଉତ୍କଳ, ରମାଦେବୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ବ୍ୟାପକ କ୍ଷତି ହୋଇଥିଲା। ଖୋର୍ଧା ସମେତ ପୁରୀ, କଟକ, ଖୋର୍ଧା, ନୟାଗଡ଼, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବା‌ଲେଶ୍ବର, ଢେଙ୍କାନାଳ ପ୍ରଭୃତି ଜିଲ୍ଲାର ସ୍କୁଲ, କଲେଜ ପ୍ରଭ‌ାବିତ ହୋଇଥିଲା। ବାତ୍ୟା କ୍ଷତିଗ୍ରସ୍ତଙ୍କ ଆଶ୍ରୟ ସ୍ଥଳ ପାଲଟିଥିଲା ଶିକ୍ଷାନୁଷ୍ଠାନ। ପାଠପଢ଼ା, ପରୀକ୍ଷା, ଖାତା ଦେଖା ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe