ପାକିସ୍ତାନକୁ କଡ଼ା ଜବାବ ଦେଉଥିବା ଜାତିସଂଘରେ ଭାରତର ପ୍ରତିନିଧି ଇନାମ୍‌ ଗମ୍ଭୀର

Advertisment
ପାକିସ୍ତାନକୁ କଡ଼ା ଜବାବ ଦେଉଥିବା ଜାତିସଂଘରେ ଭାରତର ପ୍ରତିନିଧି ଇନାମ୍‌ ଗମ୍ଭୀର

Photo Courtesy of TOI

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖାକନ୍‌ ଆବ୍ଦାସିଙ୍କୁ ଭାତର କଠୋର ଜବାବ ଆତ୍ମବିଶ୍ୱାସର ସହ ପୁଣି ଥରେ ପଢ଼ି ଶୁଣାଇଥିଲେ ଜାତିସଂଘକୁ ଭାରତର ସ୍ଥାୟୀ ମିସନ୍‌ର ପ୍ରଥମ ସଚିବ ଇନାମ ଗମ୍ଭୀର। ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ମଧ୍ୟ ଠିକ୍‌ ବର୍ଷେ ତଳେ ସମୁଚ୍ଚିତ ଜବାବ ଦେଇଥିଲେ ଗମ୍ଭୀର। ସେତେବେଳେ ସେ କହିଥିଲେ ମହାନ୍‌ ପ୍ରାଚୀନ ଶିକ୍ଷା କେନ୍ଦ୍ର ତକ୍ଷଶୀଳା ଏବେ ଆତଙ୍କବାଦର ଆଠ ମହାନ୍‌ ବିଶ୍ୱବିଦ୍ୟାଳୟ।

ଦିଲ୍ଲୀବାସିନୀ ଭାରତୀୟ କୂଟନୀତିଜ୍ଞା ଗମ୍ଭୀର ପାକିସ୍ତାନ ସହ ବେଶ୍‌ ପରିଚିତ। ନିଉୟର୍କରେ ନିଯୁକ୍ତି ପାଇବା ପୂର୍ବରୁ ସେ ବୈଦେଶିକ ମନ୍ତ୍ରାଳୟର ପାକିସ୍ତାନ ଡିଭିଜନ୍‌ରେ କାମ କରୁଥିଲେ।

ଡିୟୁ, ହିନ୍ଦୁ କଲେଜର ଛାତ୍ରୀ ଗମ୍ଭୀର ୨୦୦୫ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର୍‌। ସେ ମାର୍ଡିଡ୍‌, ସ୍ପେନ୍‌, ଆର୍ଜେଣ୍ଟିନା ଏବଂ ବ୍ରାଜିଲ୍‌ରେ କାମ କରିଛନ୍ତି ଏବଂ ଅନର୍ଗଳ ସ୍ପାନିସ୍‌ ଭାଷା କହିପାରନ୍ତି। ଏବେ ସେ ଜାତିସଂଘରେ ୟୁଏନ୍‌ଏସ୍‌ସି ଏବଂ ଆତଙ୍କବାଦ ମୁକାବିଲା ମାମଲା ଦାୟିତ୍ୱରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe