ମହିଳାଙ୍କ ଉପରେ ଧୂମପାନର କୁପ୍ରଭାବ

ମହିଳାଙ୍କ ଉପରେ ଧୂମପାନର କୁପ୍ରଭାବ

ଧୂମପାନ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପକାଇଥାଏ। ଧୂମପାନ କରୁଥିବା ମହିଳାମାନଙ୍କ ଶରୀର ଭିତରକୁ ବିଭିନ୍ନ ପ୍ରକାର ଅପକାରୀ ରାସାୟନିକ ଓ କର୍କଟ ସୃଷ୍ଟିକାରୀ କାର୍ସିନୋଜେନ ପ୍ରବେଶ କରି ବିଶେଷ କରି ଫୁସ୍‌ଫୁସ୍‌ କର୍କଟ, ସ୍ତନ କର୍କଟ ଓ ଜରାୟୁ କର୍କଟ ଆଦିର ଆଶଙ୍କା ବଢ଼ାଇଥାଏ। ସେହିପରି ଶରୀରର ରକ୍ତକଣିକାଗୁଡ଼ିକ ସଂକୁଚିତ ହୋଇ ରକ୍ତଚାପ ବଢ଼ାଇବା ସହ ହୃଦ୍‌ଘାତ ଆଶଙ୍କା ଆଣିଥାଏ। ଏହା ଶ୍ବାସନଳୀରେ କ୍ଷତି ପହଞ୍ଚାଇ ବ୍ରୋଙ୍କାଇଟିସ୍, ଏମ୍ଫାଇସେମା ଓ ଅନ୍ୟାନ୍ୟ ଶ୍ବାସକ୍ରିୟା ଜଡ଼ିତ ରୋଗ ସୃଷ୍ଟି କରିଥାଏ। ମହିଳାଙ୍କ ଶରୀରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ହରମୋନ୍ କ୍ଷରଣରେ ଅସନ୍ତୁଳନ ଆଣି ପ୍ରଜନନ ବା ଗର୍ଭଧାରଣ କ୍ଷମତା କମାଇ ଦେଇଥାଏ।

ଏହା ମଧ୍ୟ ମହିଳାଙ୍କର ଗର୍ଭାଶୟ ବାହାରେ ଗର୍ଭଧାରଣ (ଇକ୍ଟୋପିକ୍ ପ୍ରେଗ୍ନାନ୍‌ସି) ସମସ୍ୟା ଆଣିବା ସହ ଶୀଘ୍ର ରଜନିବୃତ୍ତି (ମେନୋପଜ୍) କରାଇଥାଏ। ଅନିୟମିତ ଋତୁସ୍ରାବ ସହିତ ମାସିକ ଋତୁ ବେଳେ ଭୀଷଣ ତଳିପେଟ ଯନ୍ତ୍ରଣା ହୋଇଥାଏ। ଧୂମପାନ ଯୋଗୁଁ ଗର୍ଭପାତର ଆଶଙ୍କା ରହିବା ସହ ଅକାଳ ପ୍ରସବରେ ଅପରିପକ୍ବ ଶିଶୁ ତଥା ଅଳ୍ପ ଓଜନର ଶିଶୁ ଜନ୍ମ ସହ ନବଜାତ ଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ। ସେହିପରି ଏହା ଶରୀରର ଅସ୍ଥିଗୁଡ଼ିକୁ ଦୁର୍ବଳ କରିଦେବା ସହ ତ୍ବଚାର ନମନୀୟତା ନଷ୍ଟ କରି ଅକାଳ ବାର୍ଦ୍ଧକ୍ୟ ଆଣିଥାଏ। ଏହା ଶରୀରର ରୋଗପ୍ରତିରୋଧ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ଧୂମପାନ ଦ୍ବାରା ଫୁସ୍‌ଫୁସ୍‌ର ଶ୍ବାସକ୍ରିୟା କ୍ଷମତାରେ ହ୍ରାସ ଘଟି ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇଯାଏ, ଶରୀର କୌଣସି କାର୍ଯ୍ୟ ପାଇଁ ଅନୁପଯୁକ୍ତ ହୋଇପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe