ଅଷ୍ଟମଶ୍ରେଣୀ ଛାତ୍ର ଘରେ ଥିବା ଅଦରକାରୀ ସାମଗ୍ରୀରେ ବନାଇଲା ସୌରଶକ୍ତିରେ ଚାଲୁଥିବା ଟ୍ରେନ୍‌, ରେଳ ଅଧିକାରୀ ବି ହେଲେ ଆଶ୍ଚର୍ଯ୍ୟ

Advertisment
ଅଷ୍ଟମଶ୍ରେଣୀ ଛାତ୍ର ଘରେ ଥିବା ଅଦରକାରୀ ସାମଗ୍ରୀରେ ବନାଇଲା ସୌରଶକ୍ତିରେ ଚାଲୁଥିବା ଟ୍ରେନ୍‌, ରେଳ ଅଧିକାରୀ ବି ହେଲେ ଆଶ୍ଚର୍ଯ୍ୟ

zeenews

ନାଗୌର: ଆଜମେରର ନାଗୌର ଜିଲ୍ଲାର ଏକ ଛୋଟ ଗ୍ରାମ ପ୍ୟାମ୍ବାରେ ରହୁଥିବା ସୁନିଲ ବୁରଡକ ୧୪ବର୍ଷ ବୟସରେ ଯାହା କରି ଦେଖାଇଛନ୍ତି ତାହା ଏବେ ଚର୍ଚ୍ଚାର ପରିସରରେ ରହିଛି। ସୁନିଲଙ୍କ ପ୍ରଶଂସା ରେଳବିଭାଗର ବଡ଼ବଡ଼ ଅଧିକାରୀ ବି କରିବାକୁ ପଛାଉ ନାହାନ୍ତି।

ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ସୁନିଲ ନିଜ ଜମିରେ ରେଳ ଟ୍ରାକ୍‌ ବନାଇ ତା’ଉପରେ ସୌରଶକ୍ତି ଦ୍ୱାରା ଟ୍ରେନ୍‌କୁ ଚଳାଇ ଦେଇଛନ୍ତି। କିନ୍ତୁ ଏବେ ଏହା ଏକ ଖେଳନା ଟ୍ରେନ୍‌ ଅଟେ। ସୌରଶକ୍ତିରୁ ସଞ୍ଚାଳିତ ହେଉଥିବା ଏହି ଟ୍ରାକ୍‌ରେ ରେଳ ଫାଟକ, ସିଗନାଲ୍‌ ଆଦି ସହିତ ପ୍ଲାଟଫର୍ମ, କ୍ରସିଂ, ରେଲେଓ୍ଵ ଫାଟକ ଓ ଓଭରବ୍ରିଜ ମଧ୍ୟ ତିଆରି ହୋଇଛି।

publive-image

ସୁନିଲଙ୍କ ପିତା ରିତନ ବୁରଡକଙ୍କ କହିବାନୁସାରେ, ସୁନିଲ ପିଲାଟି ଦିନରୁ ଅନ୍ୟ ପିଲାଙ୍କ ଅପେକ୍ଷା ଅଧିକ ସକ୍ରିୟ ରହି ଆସିଛି। ସେ ସବୁବେଳେ କିଛି ନା କିଛି ବନାଇବାକୁ ଇଚ୍ଛା ରଖିଥାଏ। ସୁନିଲ ୫ବର୍ଷ ବୟସରୁ  ରେଳଗାଡ଼ି, ରେଳ ଲାଇନ୍‌ ବନାଇ ଦେଉଥିଲା। ସୁନିଲ ମୋଟରସାଇକେଲ ଇଞ୍ଜିନ୍‌ରୁ ହେଲିକପ୍ଟର ବି ବନାଇବାକୁ ପ୍ରୟାସ କରିଥିଲା, କିନ୍ତୁ ସାମଗ୍ରୀ କିଣିବା ପାଇଁ ଆବଶ୍ୟକୀୟ ଅର୍ଥ ନଥିଲା। ତେଣୁ ସେ ତାର ଏହି କାମକୁ ଆଗକୁ ବଢ଼ାଇ ପାରି ନଥିଲା। ୫ମାସ ପୂର୍ବରୁ ସୁନିଲ ଭାରତୀୟ ରେଳ ଷ୍ଟେସନ୍‌ର ମଡେଲ ବନାଇବାର କଥା କହିଥିଲା। ଏହାପରେ ମୁଁ ତାକୁ ସୌରଶକ୍ତି ସହିତ ଅନ୍ୟ ସାମଗ୍ରୀ କିଣି ଦେଇଥିଲି। ମୁଁ ସର୍ବଦା ସୁନିଲ କାମକୁ ପ୍ରଶଂସା କରିବା ସହିତ ତାକୁ ଏ ଦିଗରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲି। ୫ମାସର କଠିନ ପରିଶ୍ରମ ପରେ ସୁନିଲ ଜମିରେ ପାଖାପାଖି ୬୦ଫୁଟ ଦୈର୍ଘ୍ୟ ଥିବା ଟ୍ରାକ୍‌ର ମଡେଲ୍ ଘରେ ପଡ଼ିଥିବା ଅଦରକାରୀ ସାମଗ୍ରୀରେ ବନାଇଛି। ଏଥିରେ ଲାଗିଥିବା କିଛି ଆବଶ୍ୟକୀୟ ସାମଗ୍ରୀକୁ ମୁଁ ବଜାରରୁ କିିଣି ଆଣି ଦେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe