୨ବର୍ଷ ଧରି ପକେଟ ମନିରୁ ସଞ୍ଚୟ କରିଥିବା ଟଙ୍କାରେ ପ୍ରେମିକଙ୍କୁ ଏଭଳି ଉପହାର ଦେଲେ ପ୍ରେମିକା

୨ବର୍ଷ ଧରି ପକେଟ ମନିରୁ ସଞ୍ଚୟ କରିଥିବା ଟଙ୍କାରେ ପ୍ରେମିକଙ୍କୁ ଏଭଳି ଉପହାର ଦେଲେ ପ୍ରେମିକା

teahub.io

ନୂଆଦିଲ୍ଲୀ: ରାତି ପାହିଲେ ‘ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ପ୍ରେମୀଯୁଗଳମାନେ ବହୁତ ଅପେକ୍ଷା କରି ରହିଥାଆନ୍ତି। ପ୍ରେମ ସପ୍ତାହରେ ଉଭୟ ପ୍ରେମିକ-ପ୍ରେମିକା ପରସ୍ପରକୁ ବିଭିନ୍ନ ପ୍ରକାର ଉପହାର ଦେଇଥାଆନ୍ତି। ଏହି ପ୍ରେମ ସପ୍ତାହ ଅବସରରେ ଏକ ପ୍ରେମୀଯୁଗଳଙ୍କ କାହାଣୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଲା।

ଫେସବୁକ୍ ପେଜ୍ 'ହ୍ୟୁମାନ୍ସ ଅଫ୍ ବମ୍ବେ'ରେ ପ୍ରକାଶିତ ଏକ କାହାଣୀ ଅନୁଯାୟୀ, ପ୍ରାୟ ୧୧ ବର୍ଷ ବନ୍ଧୁତା ପରେ ଏବେ ଦୁହେଁ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ଯୁବତୀ ନିଜେ ଏହି ପୃଷ୍ଠାରେ ତାଙ୍କ ପ୍ରେମ କାହାଣୀ ଉଲ୍ଲେଖ କରିଛନ୍ତି।

Couple Silhouette Sunset - Free image on Pixabay Pixabay

ଯୁବତୀଙ୍କ କହିବାନୁସାରେ, ‘ମୋତେ ୧୨ବର୍ଷ ହୋଇଥିବା ବେଳେ ମୋର ଭେଟ ଏକ ଆଇସ୍କ୍ରିମ୍ ପାର୍ଲରରେ ରାହୁଲ (ଛଦ୍ମନାମ) ସହିତ ହୋଇଥିଲା। ଏହି ଆଇସ୍କ୍ରିମ୍ ପାର୍ଲରରୁ ବାହାରୁ ଥିବା ସମୟରେ ହଠାତ ଜଣେ ମହିଳା ଆସି ଯୋଡ଼ି ସୁରକ୍ଷିତ ରହୁ ଏଭଳି ଆାର୍ଶୀବାଦ ଦେଇ ଚାଲି ଯାଇଥିଲେ। ତାଙ୍କ ମୁହଁରୁ ଏଭଳି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ଏହାପରେ ରାହୁଲ ଆଉ ମୁଁ ଫେସବୁକରେ କଥାବାର୍ତ୍ତା ହେଉଥିଲୁ। କିଛି ବର୍ଷ ପରେ ରାହୁଲ ମୋତେ ପସନ୍ଦ କରେ ବୋଲି କହିଥିଲା। ହଠାତ୍ ମୁଁ କ’ଣ ଉତ୍ତର ଦେବି ଜାଣି ନଥିଲି । ମୁଁ ତାର ମଜାକ ଉଡ଼ାଇ ଦେଇଥିଲି। ଏହା ପରେ ସେ ଚୁପଚାପ୍ ମୋ ଠାରୁ ଦୂରେଇ ଯାଇ କଥାବାର୍ତ୍ତା ବନ୍ଦ କରି ଦେଇଥିଲା।

Romantic Couple Sunset Silhouette Wallpapers - Wallpaper Cave Wallpaper Cave

କିଛିଦିନ ପରେ ମୁଁ ଅନୁଭବ କଲି ଯେ ମୋର କେହି ଜଣେ ଆପଣାର ମୋ ଠାରୁ ଦୂରେଇ ଯାଉଛି। ପ୍ରାୟ ୩ ମାସ ଦ୍ୱନ୍ଦ୍ୱରେ ରହିବା ପରେ, ମୁଁ ଦିନେ ରାହୁଲକୁ ଡାକି ପଚାରିଥିଲି ତୁ ମୋର ପ୍ରେମିକ ହେବୁ କି? ସେ ମୋର ଏଭଳି ପ୍ରଶ୍ନ ଶୁଣିବା ମାତ୍ରେ ଆନନ୍ଦରେ ଝୁମି ଯାଇଥିଲା  । ଏହା ପରେ ଆମେ ଡେଟିଂରେ ଯିବା ଆରମ୍ଭ କରିଥିଲୁ।

ତେବେ ରାହୁଲକୁ ଦାମିକା ଜୋତା ବହୁତ ପସନ୍ଦ। ଯାହା ମୁଁ ଜାଣିଥିଲି। ତେଣୁ ୨ବର୍ଷ ଧରି ପେକେଟ ମନି ପାଇଁ ମିଳୁଥିବା ଟଙ୍କାକୁ ସଞ୍ଚୟ କରି ତା ପାଇଁ ଦାମି ଜୋତା କିଣିଥିଲି। ଏହି ଜୋତା ଉପହାର ଦେଇ ରାହୁଲକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲି। ସେ ବି ‌ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲା। ଗତ ୧୧ ବର୍ଷ ଧରି ଚାଲିଥିବା ସମ୍ପର୍କ ସଂପୂର୍ଣ୍ଣ ହେବାକୁ ଯାଉଛି । କାରଣ ଆମେ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe