୨୮ ବର୍ଷ ପରେ ଝିଅ ଜାଣିଲା ତା’ ବାପା ଆଉ ଜଣେ, ମା’ ବି କହି ପାରିଲେନି ସେ କିଏ !

Advertisment
୨୮ ବର୍ଷ ପରେ ଝିଅ ଜାଣିଲା ତା’ ବାପା ଆଉ ଜଣେ, ମା’ ବି କହି ପାରିଲେନି ସେ କିଏ !

ନୂଆଦିଲ୍ଲୀ: ୨୮ବର୍ଷ ପରେ ସାମ୍ନାକୁ ଆସିଲା ସତ। ଦୀର୍ଘ ୨୮ବର୍ଷ ଧରି ଝିଅ ଯାହାକୁ ବାପା ବୋଲି ଭାବି ଆସୁଥିଲା, ସେ ଯେ ତା’ର ଅସଲ ବାପା ନୁଅନ୍ତି ତାହା ଜାଣି ଝିଅର ପାଦ ତଳୁ ମାଟି ଖସି ଯାଇଥିଲା। ତେବେ ଏବିଷୟରେ ଜାଣି ଝିଅ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା, ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ ମାତାପିତା। କାରଣ ସେମାନେ ମଧ୍ୟ ୨୮ବର୍ଷ ଧରି ଭାବି ଆସୁଥିଲେ ଯେ ସେମାନେ ହିଁ ଝିଅର ମାତାପିତା। ହେଲେ ଡିଏନଏ ପରୀକ୍ଷା ପରେ ଆସିଲା କିଛି ଅଲଗା ତଥ୍ୟ। ଝିଅର ଡିଏନଏ ମା’ ସହ ମିଶୁଥିଲେ ବି ନିଜ ବାପାଙ୍କ ସହ ମିଶୁନଥିବା ଜାଣି ଝିଅ ମୁଣ୍ଡରେ ହାତ ଦେଇଥିବା ବେଳେ ଉଭୟ ମାତାପିତା ଏହା କିଭଳି ସମ୍ଭବ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ଆମେରିକାରେ ରହୁଥିବା ଜେସିକାଙ୍କ ସହ ଏଭଳି ଘଟିଥିବା ବେଳେ ଏହି ଘଟଣ‌ାରେ ୩ଜଣଙ୍କ ମଧ୍ୟରୁ କାହାର ମଧ୍ୟ ଦୋଷ ନଥିବା ଜଣାପଡ଼ିଛି।

publive-image aajtak

ସୂଚନା ମୁତାବକ, ହୋମ ଟେଷ୍ଟିଙ୍ଗ କିଟ ଆଣି ଜେସିକା ଡିଏନଏ ପରୀକ୍ଷା କରିବାକୁ ଚାହିଁଥିଲେ। ପରୀକ୍ଷା ପରେ ଜେସିକାଙ୍କ ଡିଏନଏ ତାଙ୍କ ବାପାଙ୍କ ସହ ମିଶିନଥିଲା। ବିଶ୍ବାସ ନହେବାରୁ ଜେସିକା ଦ୍ବିତୀୟ ଥର ପରୀକ୍ଷା କରାଇଥିଲେ, ଯେଉଁଥିରୁ ଜଣାପଡ଼ିଥିଲା ଯେ ତାଙ୍କ ଡିଏନଏ ମା’ଙ୍କ ସହ ମିଶୁଥିଲେ ବି ବାପାଙ୍କ ସହ ମିଶୁନାହିଁ। ଏହା ଜାଣିବା ପରେ ଏବେ ଜେସିକାଙ୍କ ମାତାପିତା ଦାବି କରିଛନ୍ତି ଯେ, ଆଇଭିଏଫ୍ ଜରିଆରେ ଜେସିକାଙ୍କ ଜନ୍ମ ହୋଇଥିଲା। ଡାକ୍ତର ଜେସିକାଙ୍କ ବାପାଙ୍କ ସ୍ପର୍ମ ପରିବର୍ତ୍ତେ ଅନ୍ୟ କାହାର ସ୍ପର୍ମ ମିଶାଇଥିବାରୁ ଏଭଳି ହୋଇଥିବା ସେମାନେ କହିଛନ୍ତି। ଏଥିପାଇଁ ଜେସିକାଙ୍କ ପିତାମାତା ଆକ୍ରୋନ୍ ସିଟି ହସ୍ପିଟାଲରେ ଥିବା ଆଇୟୁଏଫ୍ କେନ୍ଦ୍ର ବିରୋଧରେ ମକଦ୍ଦମା ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe