ନୂଆଦିଲ୍ଲୀ: ଦେଶ ଏବେ କରୋନା ସଂକ୍ରମଣ ସହ ଲଢ଼େଇ କରୁଛି। ହସ୍ପିଟାଲରେ ରୋଗୀଙ୍କ ଧାଡ଼ି ଲାଗିଥିବା ବେଳେ ଶ୍ମଶାନ ଘାଟରେ ମୃତକଙ୍କ ଧାଡ଼ି ଲାଗିଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ଚିତ୍ର ଆସୁଥିବା ବେଳେ ଅନ୍ୟପଟେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସେବା ପାଇଁ ନିଜ ଘର ପରିବାର ଭୁଲି ଯାଇଥିବା ବି ଘଟଣା ସାମ୍ନାକୁ ଆସୁଛି।
ତେବେ କରୋନାରେ ପୀଡିତ ହେବା ପରେ ଭୟଭୀତ ନହୋଇ ନିଜ ମନକୁ ଦୃଢ଼ କରିବାକୁ ବାରମ୍ବାର ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଯଦି ଆପଣ ନିଜକୁ ଦୁର୍ବଳ ବୋଲି ଧରି ନେବେ ତେବେ ଆପଣଙ୍କୁ କେହି ରକ୍ଷା କରି ପାରିବେ ନାହିଁ।
ଏଭଳି ସମୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କରୋନା ପୀଡିତ ରୋଗୀ ଓ ଡାକ୍ତରମାନେ କରୋନା ସହିତ କିପରି ଲଢ଼ିବାକୁ ହେବ ସେ ବର୍ତ୍ତା ଦେଉଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ କରୋନା ପୀଡିତ ୯୫ବର୍ଷ ବୃଦ୍ଧ ମହିଳାଙ୍କ ଭିଡିଓ ଖୁବ ଭାଇରାଲ ହୋଇଛି। ଯେଉଁଥିରେ ସେ ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ହସ୍ପିଟାଲ ବେଡରେ ବସିଥିବା ଦେଖିବାକୁ ମିଳୁଛି। ଏଥିସହିତ ଗୁଜୁରାଟୀ ଗୀତ ବି ବାଜୁଥିବା ଶୁଣିବାକୁ ମିଳୁଛି। ଆଉ ବୃଦ୍ଧା ଜଣକ ଉକ୍ତ ଗୀତର ସ୍ବର ସହିତ ହସ୍ପିଟାଲ ବେଡରେ ବସି ଝୁମୁଥିବା ବି ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରି ଲେଖିଛନ୍ତି, ‘ମୁଁ ଭାବିଲି ଦାଦି ଜି ରଙ୍ଗ ଦେ ବସନ୍ତୀ ସିନେମାର ଗୀତ ଆପନୀ ତୋ ପାଠଶାଲାର ଷ୍ଟେପ କରୁଛନ୍ତି। ତାଙ୍କର ଆତ୍ମବିଶ୍ବାସ ଅବିଶ୍ବାସନୀୟ। ଆମେ ପିଜିଟିଭ ତ କରୋନା ନେଗେଟିଭ।’
Follow Us