ଶିଶୁ ଉଦ୍ୟାନରେ ହାତୀର କସରତ

Advertisment
ଶିଶୁ ଉଦ୍ୟାନରେ ହାତୀର କସରତ

ଆଜିକାଲି ଉଦ୍ୟାନଗୁଡ଼ିକ ବୟସ୍କମାନଙ୍କ ପାଇଁ ପରିଭ୍ରମଣ ଓ ବ୍ୟାୟାମ କେନ୍ଦ୍ର ହୋଇଥିବା ବେଳେ ପିଲାମାନଙ୍କ ପାଇଁ ତାହା ଖେଳ କସରତ ଓ ଅବସର ବିନୋଦନ ସ୍ଥଳୀ ପାଲଟିଛି। ତେବେ ନିକଟରେ ଖୁବ୍‌ ପ୍ରସାରିତ ହୋଇଥିବା ଆସାମର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଉଦ୍ୟାନର ମଜା କେବଳ ମଣିଷଙ୍କ ମଧ୍ୟରେ ସୀମିତ ରହିନାହିଁ, ବରଂ ହାତୀଟିଏ ଖେଳି କୁଦି ଉକ୍ତ ଉଦ୍ୟାନରେ ବେଶ ଆମୋଦିତ ହେଉଛି।

ଆସାମର ଗୌହାଟୀ ସ୍ଥିତ ନାରଙ୍ଗୀ ଆର୍ମି କ୍ୟାଣ୍ଟନମେଣ୍ଟ୍‌ର ଏକ ଶିଶୁ ଉଦ୍ୟାନ ରହିଛି। ତହିଁ ଭିତରକୁ ନିକଟସ୍ଥ ଆମଚଙ୍ଗ ଅଭୟାରଣ୍ୟରୁ ଏକ ହାତୀ ପଶି ଆସି ଭିତରେ ବୁଲୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଏଥି ସହିତ ହାତୀଟି ଉଦ୍ୟାନ ଭିତରେ ଖଞ୍ଚାଯାଇଥିବା ବିଭିନ୍ନ ପାହାଚ, ଦୋଳି ଓ ଖସଡ଼ା ଚଟାଣ ପରି ନାନା ପ୍ରକାର ଖେଳ ସରଞ୍ଜାମ ପାଖକୁ ଯାଇ ନିଜେ ଶୁଣ୍ଢରେ ସେଗୁଡ଼ିକୁ ଟାଣି ମଜା ନେଉଛି। ହାତୀଟିର ଉଦ୍ୟାନ ଭିତରେ ଏଭଳି ଅସ୍ବାଭାବିକ ଉପସ୍ଥିତି ତଥା ଆନନ୍ଦ ଉଠାଉଥିବାର ଦୃଶ୍ୟକୁ ଜଣେ ସ୍ଥାନୀୟ ଅଧିବାସୀ ନିଜ ଫୋନ୍‌ କ୍ୟାମେରାରେ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଜଙ୍ଗଲରେ ଅଭାବ ପଡୁଥିବା ଖାଦ୍ୟ ଅଥବା ଜଳ ଅନ୍ବେଷଣରେ ଜଙ୍ଗଲ ଭିତରୁ ଚାଲି ଆସିଥିବା ଉକ୍ତ ହାତୀଟି କିନ୍ତୁ କୌଣସି ଖେଳ ସାମଗ୍ରୀର କ୍ଷତି ନ କରି ସେଗୁଡ଼ିକୁ ଅବଲୋକନ କରି ମଜା ନେଇସାରି ଜଙ୍ଗଲକୁ ଫେରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe