ରାସ୍ତାପାର୍ଶ୍ବରେ ଥିବା ଠେଲା ନିକଟରେ ଛିଡ଼ା ହୋଇ ଗୁପଚୁପ ଖାଉଛି ହାତୀ

ହଠାତ ଗୁପଚୁପ ଠେଲା ନିକଟରେ ପହଞ୍ଚି ତେନ୍ତୁଳି ଓ ଜଲଜିରା ପାଣି ସହିତ ଗୁପଚୁପ ଖାଇବାର ମଜା ନେଇଥିଲା ହାତୀ। ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଇଛନ୍ତି ଏଭଳି ପ୍ରତିକ୍ରିୟା।

543

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁଙ୍କୁ ନେଇ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏକ ଗୁପଚୁପ ଷ୍ଟଲ ନିକଟର ହାତୀ ପହଞ୍ଚିଥିବାର ଭିଡିଓ ଭାଇରାଲ ହୋଇଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତରେ ଲୋକଙ୍କ ଗହଳି ଲାଗି ରହିଛି। ରାସ୍ତାପାର୍ଶ୍ବରେ ଏକ ଗୁପଚୁପ ଠେଲା ଲାଗିଛି। ଏହି ଗୁପଚୁପ ଠେଲା ପାଖରେ ଅନେକ ଗ୍ରାହକ ଗୁପଚୁପ ଖାଇବାକୁ ଛିଡ଼ା ହୋଇଛନ୍ତି। ଏହି ସମୟରେ ଏକ ହାତୀ ଆସି ଗୁପଚୁପ ଠେଲା ନିକଟରେ ପହଞ୍ଚିଥିଲା।

ହାତୀକୁ ଦେଖି ଗୁପଚୁପ ବିକାଳି ଆଦୌ ଭୟଭୀତ ହୋଇ ନଥିଲେ ବରଂ ସେ ସ୍ନେହରେ ହାତୀକୁ ତେନ୍ତୁଳି ପାଣି, ଜଲଜିରାପାଣି ଦେଇ  ଗୋଟିଏ ପରେ ଗୋଟିଏ ଗୁପଚୁପ ଖାଇବାକୁ ଦେଉଛନ୍ତି।

ହାତୀ ବି ଗୁପଚୁପର ଖୁବ ମଜା ନେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ସିକ୍ୟୁରିଟି ଗାର୍ଡି ବି ଗୁପଚୁପ ଠେଲା ନିକଟରେ ଛିଡ଼ା ହୋଇଛନ୍ତି।  ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଟି କେଉଁଠି କାର ଓ କେବେର ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ତେବେ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜନଗହଳିପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଭିଡ ଭିତରେ ଏମିତି ହାତୀ ବୁଲିବା ଆଦୌ ସୁରକ୍ଷିତ ନୁହେଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe