ବସକୁ ଅଟକାଇ ଜୋରଜବରଦସ୍ତ କଦଳୀ ଫେଣା ଖାଉଥିବା ହାତୀର ଭିଡିଓ ଭାଇରାଲ

Advertisment
ବସକୁ ଅଟକାଇ ଜୋରଜବରଦସ୍ତ କଦଳୀ ଫେଣା ଖାଉଥିବା ହାତୀର ଭିଡିଓ ଭାଇରାଲ

.ndtv.

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହାତୀକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ହାତୀ ଏକ ବସ ଭିତରେ ଶୁଣ୍ଢ ପୁରାଇ ଜୋରଜବରଦସ୍ତି କଦଳୀ ଖାଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ଯିଏ ଦେଖୁଛି, ସେ ହସିହସି ବେଦମ ହୋଇଯାଉଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ହାତୀ ରାସ୍ତାରେ ଯାଉଥିବା ଏକ ବସ ସାମ୍ନାକୁ ଚାଲି ଆସୁଛି। ହାତୀକୁ ସାମ୍ନାରେ ଦେଖି ଚାଳକ ବି ବସକୁ ଅଟକାଇ ଦେଉଛନ୍ତି। ଏହାପରେ ହାତୀ ଧୀରେଧୀରେ ଆସି ବସ ଚାଳକ ବସିଥିବା ଝରକା ପଟରୁ ଶୁଣ୍ଢ ପୁରାଇ ଗାଡ଼ି ଭିତରେ ଥିବା କଦଳୀ ଫେଣାକୁ ଟେକି ନେଉଛି। ହାତୀର ଏଭଳି କାରନାମା ଦେଖି ବସଚାଳକ ଜଣକ ଭୟଭୀତ ହୋଇଯାଉଥିବା ବି ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ପୁରୁଣା ବୋଲି କୁହାଯାଉଥିବା ବେଳେ ଏହାକୁ ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସୱାନ ସେୟାର କରି ଲେଖିଥିଲେ, ସ୍ପଷ୍ଟ ଦିବାଲୋକରେ ହାଇୱେରେ ଚୋରି’।

ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବା ସହିତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଏଯାବତ ୨.୫ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୨ହଜାରରୁ ଅଧିକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ହାତୀ କଦଳୀ ଚୋରି କରୁଥିବା ଏହି ଭିଡିଓକୁ ୧୪ ହଜାରରୁ ଅଧିକ ଲାଇକ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe