ନୂଆଦିଲ୍ଲୀ: ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ନିବିଡ଼ି ସମ୍ପର୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସମ୍ପ୍ରତି ହାତୀ ଓ ତାର ମାଲିକଙ୍କ ମିଳନର ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଅଧିକପଢ଼ନ୍ତୁ:ରଣବୀର-ନିକ୍କିଙ୍କୁ ଅନଫଲୋ କଲେ: ବ୍ରେକଅପ୍ ନେଇ ଚର୍ଚ୍ଚା
ଏହି ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି ହସ୍ପିଟାଲ ଦ୍ବାର ପାଖରେ ଏକ ହାତୀ ଛିଡ଼ା ହୋଇଛି। ଯେମିତି ହିଁ ହାତୀକୁ ଭିତରକୁ ଅଣାଯାଉଛି ସେ ଖୁବ ସାବଧାନତା ସହ ତାର ମାଲିକ ପାଖକୁ ଯାଉଛି। ହାତୀର ମାଲିକ ଅସୁସ୍ଥ ହୋଇ ହସ୍ପିଟାଲ ବିଛଣାରେ ପଡ଼ି ରହିଛନ୍ତି।
Elephant brought to hospital to say goodbye to his terminally ill caretaker. 🥲😞 pic.twitter.com/TKSNS6vy88
— Nature is Amazing ☘️ (@AMAZlNGNATURE) February 6, 2025
ମାଲିକ ଭର୍ତ୍ତି ହୋଇଥିବା ହସ୍ପିଟାଲ କୋଠରିର ଉଚ୍ଚତା କମ ଥିଲା। ତେଣୁ ହାତୀ ଧୀରେଧୀରେ ମୁଣ୍ଡ ତଳକୁ କରି କୋଠରି ଭିତରେ ପଶି ବସି ପଡ଼ିଥିଲା। ଆଉ ହସ୍ପିଟାଲ ବିଛଣାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ମାଲିକଙ୍କ ଆଡକୁ ଶୁଣ୍ଢ ବଢ଼ାଇ ସ୍ପର୍ଶ କରିବାକୁ ଚେଷ୍ଟା କରୁଛି। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଯିଏବି ଉପସ୍ଥିତ ଥିଲେ ସମସ୍ତ ଆଖିରେ ଲୁହ ଜକେଇ ଆସିଥିଲା।’
ଅଧିକପଢ଼ନ୍ତୁ:ଦିଲ୍ଲୀ ପାଇବ ନୂଆ ମୁଖିଆ: ୧୦ ଦିନରେ ସମ୍ଭବ କି ମୁଖ୍ୟମନ୍ତ୍ରୀ ବାଛିବା ?
ଏହି ଭିଡିଓ ଏହା ପ୍ରମାଣ କରୁଛି ଯେ ହାତୀ କେବଳ ବିଶାଳ ଜୀବ ନୁହେଁ ତା ଭିତରେ ବି ଭାବନା ଭରି ରହିଛି। ସେ ମାଲିକର କଷ୍ଟ ଅବସ୍ଥାକୁ ଦେଖି ବିଚଳିତ ହୋଇପଡ଼ୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।