ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ବିଭାଗରେ ନକରାତ୍ମକ ଶକ୍ତି! ଗେଟରେ ଲଗାଯାଇଛି ଅଦ୍ଭୁତ ନୋଟିସ୍‌

Advertisment
ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ବିଭାଗରେ ନକରାତ୍ମକ ଶକ୍ତି! ଗେଟରେ ଲଗାଯାଇଛି ଅଦ୍ଭୁତ ନୋଟିସ୍‌

.ibc24.in

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ବିଭାଗର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛିଦିନ ହେବ ନକରାତ୍ମକ ଶକ୍ତି ଥିବା ଭୟରେ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବା ବନ୍ଦ କରି ଦେଇଛନ୍ତି। ଏମିତି କି ନକରାତ୍ମକ ଶକ୍ତିକୁ ଅଟକାଇବା ପାଇଁ ଗେଟ୍‌ରେ ଏକ ନୋଟିସ ବି ଲଗାଯାଇଛି। ଏହି ନୋଟିସ ଡାଇରେକ୍ଟରଙ୍କ କହିବାନୁସାରେ ହିଁ ଲଗାଯାଇଥିବା ଜଣାପଡ଼ିଛି।

ଦିଲ୍ଲୀ ସରକାରଙ୍କ  ବିଜ୍ଞାପନ ପ୍ରକାଶ କରୁଥିବା ବିଭାଗର ଗେଟରେ ଏକ ହାସ୍ୟସ୍ପଦ ନୋଟିସ୍‌ ଲଗାଯାଇଛି। ଏଥିରେ ଲେଖାହୋଇଛି ଏଠାରେ ନକରାତ୍ମକ ଶକ୍ତିର ପ୍ରବେଶ ନିଷେଧ। ଏହି ଦୃଶ୍ୟ ଦେଖି ବଲିଉଡ୍‌ ସିନେମା ‘ସ୍ତ୍ରୀ’ ମନେ ପଡ଼ିଯାଉଛି, ଯେଉଁଥିରେ ଖରାପ ଶକ୍ତି ରୋକିବା ପାଇଁ ‘ଓ ସ୍ତ୍ରୀ କାଲ ଆନା’ ବୋଲି ଲେଖାଯାଇଥିଲା।

publive-image NBT

ଦିଲ୍ଲୀର ସୂଚନା ପ୍ରଚାର ନିର୍ଦ୍ଦେଶାଳୟ ଉପରେ ଖରାପ ଆତ୍ମାର ପ୍ରଭାବ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ପ୍ରକାଶିତ ରିପୋର୍ଟ ମୁତାବକ, ନିକଟରେ ସେଠାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣେ ଅଧିକାରୀଙ୍କୁ ହୃଦଘାତ ହୋଇଛି। କେବଳ ଏତିକି ନୁହେଁ, କିଛିଲୋକ ମେଡିକାଲ ଲିଭ୍‌ରେ ବି ଅଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଏହି ଭୟକୁ ଦୂର କରିବା ପାଇଁ କାର୍ଯ୍ୟାଳୟର ପ୍ରତ୍ୟେକ ଦ୍ୱାରରେ ଏହି ନୋଟିସ୍‌ ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe