ପୁଅ ସହିତ ଏଲନ ମସ୍କ ସେୟାର କଲେ ଫଟୋ, ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

Advertisment
ପୁଅ ସହିତ ଏଲନ ମସ୍କ ସେୟାର କଲେ ଫଟୋ, ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର କମ୍ପାନି ଟେସଲା ଇଙ୍କ ସିଇଓ ଏଲନ ମସ୍କ ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପୁଅଙ୍କ ସହିତ ଫଟୋ ସେୟାର କରିଥାଆନ୍ତି।  ନିକଟରେ ଏଲନ ପୁଅ ସହିତ ଆଉ ଏକ ନୂଆ ଓ ସୁନ୍ଦର  ଫଟୋ ସେୟାର କରିଛନ୍ତି।

ଏଲନ ମାସ୍କ ୨୦୨୨ ମଇ ୫ ତାରିଖରେ ସିଙ୍ଗର ଗ୍ରାଇମ୍ସଙ୍କ ସହିତ ତାଙ୍କ ପ୍ରଥମ ସନ୍ତାନର ସ୍ବାଗତ କରିଥି‌ଲେ। ସେ ପୁତ୍ର ସନ୍ତାନର ଜନକ ହୋଇଥିଲେ। ତାଙ୍କ ପୁଅଙ୍କ ନାମ ସେ ଦେଇଥିଲେ ଏକ୍ସ ପ୍ଲସ ଏ-ଏକ୍ସଆଇଆଇ । ଏହି ନାମ ସେ ସମୟରେ ବେଶ ଚର୍ଚ୍ଚାରେ ରହିଥିଲା। ଲୋକେ ଏହାର ଅର୍ଥ ପଚାରିଥିଲେ। ଶେଷରେ ମା’ ଗ୍ରାଇମ୍ସ ପୁଅ ନାମର ସମ୍ପୂର୍ଣ୍ଣ ବିବରଣୀ ସେୟାର କରିଥିଲେ। ଏହି ନାମ ପଛରେ କ’ଣ ପ୍ରେରଣା ରହିଛି ତାହା ବି ସେ ଜଣାଇଥି‌ଲେ।

ମସ୍କ ଟୁଇଟରେ ପୁଅ ସହିତ ଏକ ନୂଆ ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କୁ ପୁଅକୁ କାଖେଇ ଥିବା ଓ ଖେଳୁଥିବା ଦେଖିବାକୁ ମିଳୁଛି। ଫଟୋ ସେୟାର କରି କ୍ୟାପସନରେ ମସ୍କ ଲେଖିଛନ୍ତି, ‘ମହାଦୂତ-୧୨’।

ସୋସିଆଲ ମିଡିଆ ବ୍ୟବହାରକାରୀ ଏଲନ ମସ୍କଙ୍କ ଏହି ପୋଷ୍ଟକୁ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ପୁଣିଥିରେ ପୁଅ ନାମର ଅର୍ଥ ପଚାରିଛନ୍ତି। ଏଥିସହିତ ବାପା ଓ ପୁଅଙ୍କ ଏହି ଫଟୋକୁ ଖୁବ ଭଲ ପାଇବା ଦେଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe