ଲଣ୍ଡନ: ସ୍ପେନ୍ର ଜଣେ ଯାତ୍ରୀ ବିମାନ ଅବତରଣରେ ବିଳମ୍ବ ହେବାରୁ ବିମାନର ଜରୁରୀକାଳୀନ ଗେଟକୁ ଖୋଲି ମଝି ଆକାଶରୁ ଡେଇଁ ପଡ଼ିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ, ଲଣ୍ଡନର ଷ୍ଟେନସିଟେଡ ବିମାନ ବନ୍ଦରୁ ଯାତ୍ରା ଆରମ୍ଭ କରିଥିବା ବିମାନ ସୋମବାର ସନ୍ଧ୍ୟାରେ ସ୍ପେନ୍ ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ତେବେ ବିମାନର ଅବତରଣ ବିଳମ୍ବ ହେବାକୁ ଜଣେ ଯାତ୍ରୀ ବିରକ୍ତ ହୋଇଯାଇଥିଲେ। କାରଣ ବିମାନ ଉଡିବା ପାଇଁ ନିଶ୍ଚିତ ହୋଇଥିବା ସମୟଠାରୁ ଅଧା ଘଣ୍ଟା ବିଳମ୍ବରେ ଉଡିଥିଲା। ବିମାନଟି ଅବତରଣରେ ଏତେ ବିଳମ୍ବ ହେବାରୁ ଓ୍ଵକ୍ଟର ନାମକ ଜଣେ ୫୭ବର୍ଷିଅ ଯାତ୍ରୀ ବିମାନର ଜରୁରୀକାଳୀନ ଗେଟକୁ ଖୋଲି ଡେଇଁ ପଡ଼ିଥିଲେ। ଓ୍ଵକ୍ଟର ପେସାରେ ଜଣେ ପୁଲିସ କର୍ମଚାରୀ ବୋଲି ବି କୁହାଯାଉଛି।
/sambad/media/post_attachments/wp-content/uploads/2018/01/malagaplane0301a-300x200.jpg)
ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ କରିଥିବା ଡେଲ ବେଲେଙ୍କ କହିବାନୁସାରେ, ଓ୍ଵିକ୍ଟର କହିଲେ ବିମାନ ଅବତରଣ ଏତେ ବିଳମ୍ବ ମୁଁ ସହ୍ୟ କରିପାରିବି ନାହିଁ। ଏପରି କହି କିଛି ସମୟ ଓ୍ଵିକ୍ଟର ବିମାନ ଭିତରେ ବସିବା ପରେ ଆଉ ବିମାନ ଅବତରଣ ଯାଏଁ ଅପେକ୍ଷା କରି ହେବ ନାହିଁ ବୋଲି କହି ବିମାନ ଜରୁରୀକାଳୀନ ଗେଟକୁ ଖୋଲି ଡେଇଁ ପଡ଼ିଥିଲେ।
ଅନ୍ୟପକ୍ଷରେ ବିମାନରେ ଓ୍ଵିକ୍ଟରଙ୍କ ପାଖରେ ବସିଥିବା ରାଜ ମିସ୍ତ୍ରୀ କହନ୍ତି, କେହିବି ଏହା ନଜର କଲେ ନାହିଁ କି ଓକ୍ଟର ଆଜମା ରୋଗୀ ଥିଲେ। ତାଙ୍କ ପବନର ଆବଶ୍ୟକତା ହୋଇଥିଲା। ସେଥିପାଇଁ ସେ ବିମାନରୁ ବାହାରକୁ ଚାଲି ଯାଇଥିଲେ। ଓ୍ଵିକ୍ଟର ଏହି ନିଷ୍ପତ୍ତି ଏଥିପାଇଁ ନେଇଥିଲେ କାରଣ ସେ ଅନେକ ଥର ତାଙ୍କ ଅସୁବିଧା ସମ୍ପର୍କରେ କହିବା ସତ୍ତ୍ୱେ କେହି ତାଙ୍କ ଉପରେ ଧ୍ୟାନ ଦେଇ ନଥିଲେ। ସେ ବିମାନକୁ ଆସିବାର କିଛି ସମୟ ପୂର୍ବରୁ ହିଁ ଔଷଧ ସେବନ କରିଥିଲେ।
/sambad/media/post_attachments/wp-content/uploads/2018/01/47B435AA00000578-0-image-m-5_1514923671486-300x169.jpg)
ଏହି ଘଟଣାର ଯାଞ୍ଚ କରୁଥିବା ପୁଲିସଙ୍କ କହିବାନୁସାରେ, ଲଣ୍ଡନ ବିମାନ ଏଫ୍ଆର୍୮୧୬୪ରେ ଘଟିଥିବା ଏହି ଘଟଣାକୁ ନେଇ ତଥା ବିମାନର ପାଇଲଟଙ୍କ ବିରୋଧରେ ମାମଲାର ରୁଜୁ ହୋଇଛି। ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରାଯାଉଛି।
Follow Us